୨୦୨୦ ସୁଦ୍ଧା ନିର୍ମାଣ ହେବ ବିଶ୍ୱର ପ୍ରଥମ ଭାସମାନ ରାଷ୍ଟ୍ର

Advertisment
୨୦୨୦ ସୁଦ୍ଧା ନିର୍ମାଣ ହେବ ବିଶ୍ୱର ପ୍ରଥମ ଭାସମାନ ରାଷ୍ଟ୍ର

1AFSYM - WordPress.com

ବିବାଦୀୟ ମାର୍କିନ୍‌ ବୈଷୟିକ ସଂସ୍ଥା ‘ସିଷ୍ଟେଡିଂ’ ପକ୍ଷରୁ ବିଶ୍ୱର ପ୍ରଥମ ଭାସମାନ ରାଷ୍ଟ୍ର ତିଆରି ନିମନ୍ତେ ଘୋଷଣା କରାଯାଇଛି। ୨୦୨୦ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ‘ରିପବ୍ଲିକ୍‌ ଅଫ୍‌ ଆଇଲାଣ୍ଡ୍‌’ ଭାବେ ନାମିତ ଏହି ରାଷ୍ଟ୍ରକୁ ଯଦି ଜାତି ସଂଘ ତଥା ଅନ୍ୟ ଦେଶ ସ୍ୱୀକୃତି ଦିଅନ୍ତି, ଏହା ହେବ ବିଶ୍ୱର ପ୍ରଥମ ଭାସମାନ ରାଷ୍ଟ୍ର। ‘ରାଜନେତାଙ୍କ ଦାଉରୁ ମାନବିକତା’କୁ ରକ୍ଷା କରିବା ନିମନ୍ତେ ଏ ଭଳି ଅଧିକରୁ ଅଧିକ ସଂଖ୍ୟକ ରାଷ୍ଟ୍ର ଗଢ଼ିବା ଲାଗି ନିର୍ମାଣକାରୀ ସଂସ୍ଥା ପକ୍ଷରୁ ସ୍ୱାଧୀନଚେତା ମଣିଷଙ୍କୁ ଆହ୍ଵାନ ଦିଆଯାଇଛି। ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ତାହିତି ନିକଟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଫ୍ରେଞ୍ଚ୍‌ ପଲିନେସିଆନ୍‌ ସରକାର ସହ ବୁଝାମଣାକ୍ରମେ ଏହା ରୂପ ନେବାକୁ ଯାଉଛି। ଏହାର ମୁଖ୍ୟ ପୃଷ୍ଠପୋଷକ ଅଛନ୍ତି, ‘ପେପାଲ୍‌’ର ପ୍ରତିଷ୍ଠାତା ପିଟର୍‌ ଥିଏଲ୍‌। ଭାସମାନ ରାଷ୍ଟ୍ର ଶସ୍ତା ରାଜନୀତି, ଅନ୍ୟାୟ-ଅତ୍ୟାଚାରମୁକ୍ତ ଅଞ୍ଚଳ ରହିବ। କେବଳ ଶାନ୍ତିକାମୀ, ସର୍ଜନଶୀଳ ମଣିଷ ଏହାର ନାଗରିକତ୍ୱ ପାଇବେ। ଏହା କୌଣସି ସରକାର ଅଧୀନରେ କାର୍ଯ୍ୟ କରିବନାହିଁ କି କୌଣସି ରାଷ୍ଟ୍ର ସହ କୌଣସି ପ୍ରକାରର ବିବାଦରେ ଲିପ୍ତ ହେବନାହିଁ। ଏହାକୁ ଶତ ପ୍ରତିଶତ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ ହେଉଛି। ତେବେ, ଆବଶ୍ୟକ ହେଲେ ଅନ୍ୟ ରାଷ୍ଟ୍ରମାନଙ୍କ ସହ ବ୍ୟବସାୟିକ ସଂପର୍କ ସ୍ଥାପିତ ହେବ। ଅନ୍ତର୍ଜାତୀୟ ମହାସାଗରରେ ଏହା ବେଶ୍‌ ନିରାପଦର ସହ ଭାସିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe