ହାଇଦ୍ରାବାଦ୍: ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ନିଆରା ଘଟଣା। ରାଜ୍ୟର ଜଗତିୟଲ ସହରରେ ଆକାଶରୁ ବର୍ଷା ସାଥୀରେ ମାଛ ପଡୁଥିବାର ଦେଖିବାକୁ ମିଳିଛି। ରାସ୍ତା, ଘର, ଛାତ ଏବଂ ଗଳି ଗଳିରେ ମାଛ ପଡ଼ିଥିବାର ଦୃଶ୍ୟ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଛନ୍ତି। ମାଛ ବର୍ଷାର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଆକାଶରୁ ଏପରି ଜୀବଙ୍କ ପଡ଼ିବା ଏକ ନିହାତି ଦୁର୍ଲଭ ପ୍ରାକୃତିକ ପ୍ରକ୍ରିୟା। ତେଲେଙ୍ଗାନାରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଛି।
ଜଗତିଆଲ୍ର ସାଇନଗର ଅଞ୍ଚଳର ଲୋକଙ୍କ ପାଇଁ ଏହି ଘଟଣା ଏକ ଚମତ୍କାରୀ ପରି। ଏହି ଘଟଣା ସେତେବେଳେ ଘଟେ ଯେତେବେଳେ ଛୋଟ ଛୋଟ ଜଳୀୟ ଜୀବ ଯେପରିକି ବେଙ୍ଗ, କଙ୍କଡ଼ା, ମାଛ ଆଦି ୱାଟର୍ ସ୍ପାଉଟ୍ରେ ଉପରକୁ ପଳାନ୍ତି। ଏହି ୱାଟର୍ ସ୍ପାଉଟର୍କୁ ବୈଜ୍ଞାନିକ ଭାଷାରେ ଜଳ ବାଉଣ୍ଡର୍ ବୋଲି ମଧ୍ୟ କୁହାଯାଏ।
ଏହି ଅଞ୍ଚଳରେ ଗତ କିଛି ଦିନ ହେବ ଖୁବ୍ ବର୍ଷା ହେଉଛି। ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ବି ଉପୁୁଜିଛି। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଯଦି ପ୍ରବଳ ବର୍ଷା ହୁଏ ତ ଜଳ ବାଉଣ୍ଡ୍ର ବନେ। ଏଥିରେ ଫଶି କରି ଛୋଟ ଛୋଟ ମାଛ ଓ ବେଙ୍ଗ ଆକାଶକୁ ପଳାନ୍ତି। ଯେପରି ବାଉଣ୍ଡର୍ ହାଲ୍କା ହୋଇଯାଏ ସେହିପରି ଜୀବଗୁଡ଼ିକ ତଳକୁ ଖସିପଡ଼ନ୍ତି। ଗତବର୍ଷ ଆମେରିକାର ଟେକ୍ସାସ୍ରେ ଏପରି ଘଟଣା ଘଟିଥିଲା। ସେଠାରେ ବି ମାଛ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା।
Follow Us