ଫ୍ଲିପକାର୍ଟରୁ ୯୩,୯୦୦ଟଙ୍କା ଦେଇ ଆଇଫୋନ-୧୧ ପ୍ରୋ ଅର୍ଡର କଲେ ଯୁବକ, କିନ୍ତୁ ଆସିଲା...

Advertisment
ଫ୍ଲିପକାର୍ଟରୁ ୯୩,୯୦୦ଟଙ୍କା ଦେଇ ଆଇଫୋନ-୧୧ ପ୍ରୋ ଅର୍ଡର କଲେ ଯୁବକ, କିନ୍ତୁ ଆସିଲା...

indiatimes.com

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ଯୁବକ ଅନ୍‌ଲାଇନ ସପିଂ ସାଇଟ୍ ଫ୍ଳିପକାର୍ଟରୁ ଏକ ଆଇଫୋନ-୧୧ ପ୍ରୋ ଅଡର୍ର କରି ଠକାମିର ଶିକାର ହୋଇଥିବା ଜଣା ପଡ଼ିଛି। ଅନଲାଇନ ଫୋନ ଅର୍ଡର କରିବା ସହ ଯୁବକଜଣଙ୍କ ୯୩,୯୦୦ଟଙ୍କା ଦେଇଥିଲେ। କିନ୍ତୁ ଅର୍ଡର ଡେଲିଭରି ହେବା ପରେ ଯୁବକ ଭିତରେ ଥିବା ଜିନିଷ କାଢ଼ି ଭଲ ଭାବରେ ଦେଖିବା ପରେ ତାଙ୍କୁ ନକଲି ଫୋନ ଡେଲିଭର କରାଯାଇଥିବା ଜାଣିବାକୁ ପାଇଥିଲେ। ନକଲି ଫୋନ ଉପରେ ଆଇଫୋନ-୧୧ ପ୍ରୋରେ ଲାଗିଥିବା ୩ଟି କ୍ୟାମେରା ସଦୃଶର ଷ୍ଟିକର ଲଗାଯାଇ ତାଙ୍କୁ ଫୋନ ଡେଲିଭରି କରାଯାଇଥିବା ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ ରହୁଥିବା ଇଞ୍ଜିନିୟର ରଜନୀ କାନ୍ତ କୁଶୱାଙ୍କ ସହ।

publive-image indiatimes.com

ସୂଚନା ମୁତାବକ, ରଜନୀ କାନ୍ତ ଫ୍ଲିପକାର୍ଟରୁ ୬୪ଜିବିର ଆଇଫୋନ-୧୧ ପ୍ରୋ ଅଡର୍ର କରିବା ସହ ୯୩,୯୦୦ଟଙ୍କା ଅନଲାଇନ୍ ପେ’ କରିଥଲେ। ଅର୍ଡର ଡେଲିଭରି ହେବା ପରେ ଏକ ନକଲି ଫୋନ ଉପରେ ଆଇଫୋନ-୧୧ ପ୍ରୋର କ୍ୟାମେରାର ଷ୍ଟିକର ଲାଗିଥିବା ଦେଖିଥିଲେ। ଏଭଳି ଘଟଣା ପରେ ସେ ଏ ନେଇ ଫ୍ଲିପକାର୍ଟରେ ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ଅସଲି ଆଇଫୋନ-୧୧ ପ୍ରୋ ଦିଆଯାଉ ବୋଲି କହିଛନ୍ତି। ତେବେ ଏଭଳି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ଅନେକ ଲୋକ ଅନଲାଇନ ଜିନିଷ ଅର୍ଡର କରି ଠକାମିର ଶିକାର ହୋଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe