Advertisment

Flooded village of Kaukunda: ଜଳବନ୍ଦି ଗାଁ କାଉକୁଣ୍ଡ: ଛାତିଏ ପାଣିରେ ପାର ହେଉଛନ୍ତି ନଈ, ବିକାଶରେ ପ୍ରତିବନ୍ଧକ ଧର୍ମଗାଡ଼ ନଦୀ

Advertisment

ନଈ ମଝିରେ ଜୀବନ। ଗାଁକୁ ଜଳବନ୍ଦି କରିଛି ଧର୍ମଗାଡ଼ ନଦୀ। ନଈ ଡେଇଁପାରୁନି ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା କାଉକୁଣ୍ଡ ଗାଁ ପାଇଁ ଅଟକି ଯାଇଛି। ଯଦିଓ ମାନଚିତ୍ରରେ ଏହି ଗାଁର ଅବସ୍ଥିତି ରହିଛି କିନ୍ତୁ ପ୍ରଶାସନର ମନରୁ ଉଭେଇ ଯାଇଛି।

ନଈ ମଝିରେ ଜୀବନ। ଗାଁକୁ ଜଳବନ୍ଦି କରିଛି ଧର୍ମଗାଡ଼ ନଦୀ। ନଈ ଡେଇଁପାରୁନି ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା କାଉକୁଣ୍ଡ ଗାଁ ପାଇଁ ଅଟକି ଯାଇଛି। ଯଦିଓ ମାନଚିତ୍ରରେ ଏହି ଗାଁର ଅବସ୍ଥିତି ରହିଛି କିନ୍ତୁ ପ୍ରଶାସନର ମନରୁ ଉଭେଇ ଯାଇଛି।

flood

Photograph: (Envista Forensics)

ଅମରେନ୍ଦ୍ର ପରିଚ୍ଛା

ବୈପାରିଗୁଡ଼ା: ନଈ ମଝିରେ ଜୀବନ। ଗାଁକୁ ଜଳବନ୍ଦି କରିଛି ଧର୍ମଗାଡ଼ ନଦୀ। ନଈ ଡେଇଁପାରୁନି ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା କାଉକୁଣ୍ଡ ଗାଁ ପାଇଁ ଅଟକି ଯାଇଛି। ଯଦିଓ ମାନଚିତ୍ରରେ ଏହି ଗାଁର ଅବସ୍ଥିତି ରହିଛି କିନ୍ତୁ ପ୍ରଶାସନର ମନରୁ ଉଭେଇ ଯାଇଛି। ବୈପାରିଗୁଡ଼ା ବ୍ଲକ୍‌ ଚିପାକୁର ପଞ୍ଚାୟତର ଦ୍ବୀପ ସଦୃଶ୍ୟ ଗାଁ କାଉକୁଣ୍ଡ। ଗାଁକୁ ଚାରିପଟୁ ଘେରି ରହିଛି ପାହାଡ଼ି ନଦୀ। ଛାତିଏ ପାଣିରେ ପଶି ଗାଁ ବାହାରକୁ ଆସୁଛନ୍ତି ଗ୍ରାମବାସୀ। ପ୍ରାୟ ୨୫ ପରିବାର ବସବାସ କରୁଥିଲା ବେଳେ ସଂଜ ନଇଁଲେ ଗାଁକୁ ଅକ୍ତିଆର କରୁଛି ଅନ୍ଧାର। କାରଣ ଏଯାଏଁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। ନଈକୂଳିଆ ଗାଁ ହୋଇଥିଲେ ସୁଦ୍ଧା ବର୍ଷ ତମାମ ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଗାଁର ନଳକୂଅରୁ ଗୋଳିଆ ପାଣି ବାହାରୁଥିବାରୁ ନଦୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି ଗ୍ରାମବାସୀ। ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହୋଇପାରୁନି। ଯାହାଫଳରେ କର୍ମୀଙ୍କ ଘର ବାରଣ୍ଡାରେ ଚାଲିଛି ପ୍ରାକ୍‌ଶିକ୍ଷା।

sfhsfhfh

ଛାତିଏ ପାଣିରେ ପାର ହେଉଛନ୍ତି ନଈ
ବିକାଶରେ ପ୍ରତିବନ୍ଧକ ଧର୍ମଗାଡ଼ ନଦୀ
କଲବଲ କରୁଛି ପାନୀୟଜଳ ସମସ୍ୟା

ସେହିପରି ପିଲା କମିଗଲେ ବୋଲି ଗାଁର ବିଦ୍ୟାଳୟ ବନ୍ଦ ହୋଇଗଲା। ଏହାପରେ ନଦୀ ପାର କରି ପିଲାଙ୍କୁ ବାହାରକୁ ପାଠ ପଢ଼ାଇବା ପାଇଁ ଛାଡ଼ିବାକୁ ଅଭିଭାବକ ସୁରକ୍ଷିତ ମଣୁନାହାନ୍ତି। ସ୍ବାସ୍ଥ୍ୟସେବା ନିମନ୍ତେ ମଧ୍ୟ ନଦୀ ପାର କରିବାକୁ ପଡ଼ୁଛି। ଧର୍ମଗାଡ଼ ନଦୀରେ ପୋଲ ନିର୍ମାଣ ହୋଇଗଲେ ସବୁ ସମସ୍ୟାର ସ୍ଥାୟୀ ନିରାକରଣ ହୋଇଯିବ। ତେବେ ଚିପାକୁର ପଞ୍ଚାୟତର କେବଳ କାଉକୁଣ୍ଡ ନୁହଁ ଏମିତି ଅନେକ ଗାଁ ସମସ୍ୟା ସହ ଯୁଝୁଛନ୍ତି। ପଞ୍ଚାୟତର ୬ଟି ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ୧୦ଖଣ୍ଡ ଗାଁକୁ ରାସ୍ତା ନ ଥିଲା ବେଳେ ୫ଖଣ୍ଡ ଗାଁର ଲୋକ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe