ଫୁଲର ନାମ: ଗଣିକାର ଓଷ୍ଠ!

Advertisment
ଫୁଲର ନାମ: ଗଣିକାର ଓଷ୍ଠ!

Amusing Planet

ଏହି ଫୁଲଟି ପ୍ରକୃତରେ ନା ଫୁଲ ନା ପାଖୁଡ଼ା। ଏହା ସାଇକୋଟ୍ରିୟା ଇଲାଟା ନାମକ ବୃକ୍ଷର ପତ୍ର। ଏହି ବୃକ୍ଷର ପୁଷ୍ପର ବର୍ଣ୍ଣ ଶ୍ବେତ ମିଶ୍ରିତ ପୀତ। ଫୁଲ ଫୁଟିବାର ଅଳ୍ପ କିଛି ଦିନ ପୂର୍ବରୁ ପତ୍ର ଲାଲ ଓଠ ପରି ଦିଶେ। ଫୁଲ ଫୁଟିବା ସହ ଲାଲ ଓଠ ଅଦୃଶ୍ୟ ହୋଇଯାଏ। ଲାଲ ଓଠ ଭଳି ଦିଶୁଥିବାରୁ ଏହାକୁ ‘ହୁକର୍ସ‌୍‌ ଲିପ୍‌ସ’ ବା ‘ଗଣିକାର ଓଠ’ କହାଯାଏ। କୋଷ୍ଟାରିକା, ପାନାମା ଓ କଲମ୍ବିୟାର ଜଙ୍ଗଲାଞ୍ଚଳରେ ଏହି ବିଚିତ୍ର ବୃକ୍ଷ ଦେଖାଯାଏ। ତେବେ, ଆଜିକାଲି ପରିବେଶ ଅବକ୍ଷୟ ଯୋଗୁଁ ଖୁବ୍‌ କମ୍‌ ସ˚ଖ୍ୟାରେ ଦେଖିବାକୁ ମିଳୁଛି। ଏହି ବୃକ୍ଷ ସ˚ପ୍ରତି ବିଲୁପ୍ତି ମୁହଁରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe