ଯଦି ରାସ୍ତାରେ ଆପଣଙ୍କ କାର ବ୍ରେକଫେଲ୍ ହୋଇଯାଏ, ତେବେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ତରିକା

Advertisment
ଯଦି ରାସ୍ତାରେ ଆପଣଙ୍କ କାର ବ୍ରେକଫେଲ୍ ହୋଇଯାଏ, ତେବେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ତରିକା

କଥାରେ ଅଛି ନିଶ୍ୱାସକୁ କେବେ ବିଶ୍ୱାସ ନାହିଁ । ବିପଦ କେତେବେଳେ ଓ କେମିତି ଆସେ ତାହା ଆଦୌ କହିକି ଆସି ନ ଥାଏ। ଆଉ ଆପଣ ସଚେତନ ନଥିଲେ ସବୁକିଛି ଛାରଖାର କରିଦିଏ ।

 ଏପରିସ୍ଥଳେ ଆପଣ ଯଦି କାରରେ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି , ଆଉ ଆପଣଙ୍କ ଗାଡ଼ିରବ୍ରେକ୍ ଫେଲ୍ ହୋଇଯାଏ । ଏ ପରିସ୍ଥିତିରେ ଡରିବା  ସ୍ୱାଭାବିକ୍ କଥା । କିନ୍ତୁ ଏପରିସ୍ଥଳେ ଆପଣଙ୍କ ଡର ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।

 ତେବେ ଏପରି କିଛି ପରିସ୍ଥିତି ସୃଷ୍ଟି ହେଲେ କିଭଳି ଜୀବନ ବଞ୍ଚାଇବେ ସେ ବିଷୟରେ ଆଲୋଚନା କରିବା । କାରକୁ ନିୟନ୍ତ୍ରଣ କରିବା ସହଆପଣଙ୍କ ଜୀବନ ମଧ୍ୟ ବଞ୍ଚିପାରିବ । ଅଟୋମୋବାଇଲ ଆଡ଼ଭାଇଜର ଫୋରମ୍ ଏ ନେଇ କିଛି ଉପାୟ ବିଷୟରେ ସୂଚନା ଦେଇଛନ୍ତି ।

publive-image
ଯଦି କାରର ଗତି କମ୍ ଅଛି, ତେବେ କିପରି ବଞ୍ଚିବେ ?

-ଯଦି ଆପଣଙ୍କ କାରର ଗତି କମ୍ ଅଛି ଏବଂ ଗାଡ଼ିର ବ୍ରେକ୍ ଫେଲ ହୋଇଯାଇଛି । ଏ ପରିସ୍ଥିତିରେ ଇଞ୍ଜିନର ଆରପିଏଫ୍ ବହୁତ କମ୍ ହୋଇଯାଏ ଏବଂ କାରରେ ବ୍ରେକ୍ ବୁଷ୍ଟ ଅପରେଟ୍ କରିବା ପାଇଁ ସ୍ଥାନ ତିଆରି କରିପାରେ ନାହିଁ । ଏହି ପରିସ୍ଥିତିରେ କିପରି ରୋକିବେ ଗାଡ଼ି ?

– ବ୍ରେକ୍ ପ୍ୟାଡ଼େଲକୁ ବାରମ୍ବାର ଦବାନ୍ତୁ ଓ ଛାଡ଼ନ୍ତୁ । ଏପରି କରିବା ଦ୍ୱାରା ଗାଡ଼ିର ବେଗରେ ବ୍ରେକ୍ ଲାଗିବ ଓ କାରର ବେଗ ଧୀମା ହୋଇଯିବ କିମ୍ବା ବନ୍ଦ ହୋଇଯିବ ଗାଡ଼ି ।

–  ଗାଡ଼ିକୁ ପ୍ରଥମ ଗିୟରକୁ  ଆଣନ୍ତୁ, କ୍ଲଚକୁ ଛୋଡ଼ନ୍ତୁ ଓ ଆକ୍ସିଲେଟରକୁ ଛୁଅନ୍ତୁ ନାହିଁ ।

– ହ୍ୟାଣ୍ଡବ୍ରେକକୁ ସହଜ ଭାବେ ଉପରକୁ କରନ୍ତୁ ଓ ଗାଡ଼ିକୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ।

– କାରକୁ ପ୍ରଥମ ଗିୟରରେ ରଖନ୍ତୁ ଓ ଇଗ୍ନିଶନକୁ ସ୍ୱିଚ୍ ଅଫ୍ କରନ୍ତୁ ।

– କ୍ଲଚକୁ ନ ଦବାଇ , ବନ୍ଦ ଇଞ୍ଜିନକୁ ବ୍ରେକ୍ ଲଗାଇବା ପାଇଁ ଛାଡ଼ି ଦିଅନ୍ତୁ ।

– ଯଦି ଆପଣ ଟ୍ରାଫିକରେ ଅଛନ୍ତି ଏବଂ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଇଛି, ତବେ ନିଜର ହାଜାର୍ଡ଼ ଲାଇଟସ, ହେଡ଼ଲାଇଟକୁ ଅନ୍ କରନ୍ତୁ ଓ ଅନ୍ୟ ଡ୍ରାଇଭରଙ୍କୁ ଚେତାଇବା ପାଇଁ ହର୍ଣ୍ଣ ବଜାନ୍ତୁ ।

– ଯଦି ରାସ୍ତା କଡ଼ରେ ବାଲି କିମ୍ବା କାଦୁଅ ଅଛି, ତେବେ ଗାଡ଼ି ସେଠାକୁ ନେଇଯାଆନ୍ତୁ । ଏପରି ହେବା ଦ୍ୱାରା କାରର ଗତି ଧୀର ହୋଇଯିବ ଓ ଅଟକିଯିବ।

publive-image

ଗାଡ଼ି ଅଧିକ ବେଗରେ ଥିଲେ କ’ଣ କରିବେ ?

– ତୁରନ୍ତ ଗିୟରକୁ ତଳକୁ ନେଇ ଆସନ୍ତୁ । କାରର ବେଗ କମ ହେବା ପରେ ଗିୟରକୁ ପ୍ରଥମ ନମ୍ବରକୁ ନେଇଆସନ୍ତୁ ।

– ବ୍ରେକ୍ ପ୍ୟାଡ଼ଲକୁ ବାରମ୍ବାର ଦବାନ୍ତୁ । ହୋଇପାରେ ଏପରି କରିବା ଦ୍ୱାରା ବ୍ରେକ୍ କାମ କରିବା ଆରମ୍ଭ କରିଦେବ ।

– ଗିୟର କମ କରିବା ପରେ ହ୍ୟାଣ୍ଡବ୍ରେକକୁ ଉପରକୁ କରନ୍ତୁ ।

– କାରକୁ ଗିୟରରେ ରଖିବା ସହ ଇଗ୍ନିସନକୁ ବନ୍ଦ କରନ୍ତୁ ଓ କ୍ଲଚକୁ ଛାଡ଼ନ୍ତୁ ।

– କ୍ଲଚ ଛାଡ଼ିବା ପରେ  ଇଞ୍ଜିନ ବନ୍ଦ କରନ୍ତୁ

– ଏସବୁ ପରେ ବି କାର ବନ୍ଦ ନହେଲେ ରାସ୍ତା କଡ଼ରେ ଥିବା ବାଲି ଓ ଗେଟି ଗଦା ଉପରେ ଡ୍ରାଇଭ୍ କରନ୍ତୁ ଯଦ୍ୱାର ଗାଡ଼ର ଗତି ଧୀର ହୋଇଯିବ ଓ ଆପଣଙ୍କ ଜୀବନ ବଂଚିବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe