ବେଲଚାରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ!

ବେଲଚାରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ!

English Russia

ରୁଷିଆ ଏକ ଧନୀ ରାଷ୍ଟ୍ର ହେଲେ ମଧ୍ୟ ସେଠାରେ ଗରିବଙ୍କ ସ˚ଖ୍ୟା କିଛି କମ୍‌ ନୁହେଁ। ଆମ ଦେଶ ଭଳି ସେଠାରେ ମଧ୍ୟ ରାସ୍ତା କଡ଼ରେ ଗରିବଙ୍କୁ ମାଗଣା ଭୋଜନ ଦିଆଯାଏ। ଭୋଜନ ପ୍ରସ୍ତୁତି ପଦ୍ଧତି ଅନେକ ସମୟରେ ଅରୁଚିକର। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହା ବେଲଚାରେ ରାସ୍ତା କଡ଼ରେ ଓମ୍‌ଲେଟ୍‌, ପାନ୍‌କେକ୍‌, ବ୍ଲିନି ଆଦି ପ୍ରସ୍ତୁତ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ, ଭୋକିଲାଙ୍କର ଏହାକୁ ଖାତର ନାହିଁ। ପେଟ ଖାଲି, ମାଗଣା ମିଳୁଛି, ଖାଦ୍ୟ ବେଶ୍‌ ସ୍ବାଦିଷ୍ଠ। ତେଣୁ, ଖାଇବାକୁ ଠେଲାପେଲା! ଏହା ଅନେକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ବ୍ୟଥିତ କରୁଛି। ବ୍ୟଥିତ ନ କରିବ ବା କେମିତି! ଏହି ରାଷ୍ଟ୍ର ଏକ ଅପ୍ରତିଦ୍ବନ୍ଦ୍ବୀ ବିଶ୍ବ-ଶକ୍ତି ଭାବେ ଗଣାଯାଉଛି।

publive-image Meduza

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe