ମୂଷା ନିପାତ ପାଇଁ ୭ ବର୍ଷରେ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ!

Advertisment
ମୂଷା ନିପାତ ପାଇଁ ୭ ବର୍ଷରେ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ!

ମୂଷାଙ୍କ ପ୍ରାଦୁର୍ଭାବ ଯୋଗୁଁ ଦେଶରେ ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲର ଫସଲ ନଷ୍ଟ ହେବାରେ ଲାଗିଛି। ଫସଲ ନଷ୍ଟକୁ ନେଇ ଅସନ୍ତୋଷ ଦେଖାଦେଉଥିବା ବେଳେ ଏବେ ବ୍ରିଟେନରେ ମଧ୍ୟ ଏହିପରି କିଛି ସମସ୍ୟା ସାମ୍ନାକୁ ଆସିଛି। ବ୍ରିଟେନର ଏକ ଅଞ୍ଚଳରେ ମୂଷାଙ୍କ ପାଦୁର୍ଭାବ ବୃଦ୍ଧି ହେବା କାରଣରୁ ଜୈବ ବିବିଧତା ଉପରେ କୁପ୍ରଭାବ ଦେଖାଦେଇଛି ।

ସୂଚନା ଅନୁଯାୟୀ, ବ୍ରିଟିସର ସାଉଥ ଜର୍ଜିୟା ଆୟର୍ଲ୍ୟାଣ୍ଡରେ ମୂଷାଙ୍କ ପାଦୁର୍ଭାବ ବୃଦ୍ଧି କାରଣରୁ ଏଠାରେ ବାସ କରୁଥିବା ୧୦ କୋଟିରୁ ଅଧିକ ସାମୁଦ୍ରିକ ପକ୍ଷୀମାନଙ୍କ ସଂଖ୍ୟା ହ୍ରାସ ହୋଇ ୧୦ ଲକ୍ଷରେ ପହଞ୍ଚି ଥିଲା। ଏହି ଆୟର୍ଲ୍ୟାଣ୍ଡରେ ଫର ସିଲ, ଏଲିଫ୍ୟାଣ୍ଟ ସିଲ , ଏବଂ ବିଭିନ୍ନ ପ୍ରକାରର ପକ୍ଷୀ ବାସ କରନ୍ତି। ବିଶ୍ୱର ପ୍ରାୟ ୮୧ ପ୍ରତିଶତ ପକ୍ଷୀ ଏଠାରେ ବାସ କରୁଥିବା ବେଳେ ୯୮ ପ୍ରତିଶତ ସିଲ ଦେଖିବାକୁ ମିଳିଥାନ୍ତି । ଠିକ ସେହି ଭଳି ବ୍ରିଟିସ ଆଣ୍ଟଲାଟିକା ସମୁଦ୍ରର ଓବରସିଜ୍‌ ଦ୍ୱିପରେ ମୂଷାମାନଙ୍କ କାରଣରୁ ବହୁ ପରିମାଣରେ କ୍ଷତି ହୋଇଥିଲା। ଏଠାକୁ ଡଙ୍ଗାରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ସହ ମୂଷା ମଧ୍ୟ ଆସିବାକୁ ଲାଗିଥିଲେ। ଏଠାରେ ପହଞ୍ଚି ମୂଷା ତାଙ୍କର ସଂଖ୍ୟା ବୃଦ୍ଧି କରିବାକୁ ଲାଗିଲେ। ସଂଖ୍ୟା ବୃଦ୍ଧି ହେବା ଫଳରେ ଏଠାରେ ବାସ କରୁଥିବା ପକ୍ଷୀ ଏବଂ ପେଙ୍ଗୁଇନଙ୍କ ଉପରେ କୁପ୍ରଭାବ ପଡିବାକୁ ଲାଗିଲା। ମୂଷାମାନେ ପକ୍ଷୀମାନଙ୍କ ଅଣ୍ଡା ଏବଂ ଛୁଆମାନଙ୍କୁ ଖାଇବାକୁ ଲାଗିଲେ ଯାହା ଫଳରେ ପକ୍ଷୀମାନଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାକୁ ଲାଗିଲା।

publive-image

ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ୨୦୧୧ରେ ମୂଷାଙ୍କ ପାଦୁର୍ଭାବ ରୋକିବା ପାଇଁ ଏକ ଅଭିଯାନ ଆରମ୍ଭ କରାଗଲା। ହେଲିକାପ୍ଟଟ ସାହାଯ୍ୟରେ ୨,୬୯,୦୦୦ ଏକର ଅଞ୍ଚଳରେ ମୂଷାଙ୍କୁ ମାରିବା ପାଇଁ ୩୦୦ ଟନରୁ ଅଧିକ ବିଷାକ୍ତ ଖାଦ୍ୟ ଏହି ଦ୍ୱିପରେ ପକାଗଲା। ଯାହା ଫଳରେ ମୂଷା ମାନଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବରେ ହ୍ରାସ ହୋଇପାରିଲା। ଏହି ଅଭିଯାନ ପୁରା ହେବାକୁ ପ୍ରାୟ ୭ ବର୍ଷ ସମୟ ଲାଗିଥିଲା ଏବଂ ମୂଷା ମାନଙ୍କୁ ମାରିବା ପାଇଁ ୭ ବର୍ଷ ମଧ୍ୟରେ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । କେବଳ ସେତିକି ନୁହେଁ ଭାରତରେ ମଧ୍ୟ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe