ଘରେ ଶାନ୍ତିସନ୍ତୋଷ ନିମନ୍ତେ ଦୀପାବଳିରେ ଦୁଆର ସଜା

ଘରେ ଶାନ୍ତିସନ୍ତୋଷ ନିମନ୍ତେ ଦୀପାବଳିରେ ଦୁଆର ସଜା

Image Courtesy of TOI

କଥିତ ଅଛି ଦୀପାବଳି ବର୍ଷର ପବିତ୍ରତମ ଦିନମାନଙ୍କରୁ ଅନ୍ୟତମ। ସେଥିପାଇଁ ଧନ ତ୍ରୟୋଦଶୀ କୁହାଯାଉଥିବା ଦୀପାବଳିର ପୂର୍ବ ଦିନ ନୂତନ ସ୍ୱର୍ଣ୍ଣରୌପ୍ୟ ଅଳଙ୍କାର ତଥା ଷ୍ଟିଲ୍‌ ବାସନକୁସନ ଖରିଦ କରାଯାଏ। ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ନିମନ୍ତେ ଘରର ମୁଖ୍ୟ ଦ୍ୱାରରେ କିଛି ସାମଗ୍ରୀ ମଧ୍ୟ ରଖାଯାଏ। ଏହା ଘର ପରିବାର ନିମନ୍ତେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ଆଣିଥାଏ ବୋଲି ଲୋକବିଶ୍ୱାସ ଚଳେ।

ଲକ୍ଷ୍ମୀପାଦ: ଲକ୍ଷ୍ମୀ ଦେବୀଙ୍କୁ ସ୍ୱାଗତ କରିବା ନିମନ୍ତେ ଦୁଆରେ ତାଙ୍କ ପାଦଚିହ୍ନ ସ୍ଥାପନା କରନ୍ତୁ। ଧ୍ୟାନ ଦେବା କଥା, ଯେମିତି ଦେବୀଙ୍କ ପାଦଚିହ୍ନ ଘରର ଭିତର ଆଡ଼କୁ ମୁହାଁଇ ଥିବ।

ସ୍ୱସ୍ତିକ: ଘରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପାଇଁ ଦୁଆରେ ସ୍ୱସ୍ତିକ ଚିହ୍ନଟିଏ ଆଙ୍କନ୍ତୁ କିଂବା ସ୍ୱସ୍ତିକ ଚିତ୍ରଟିଏ ଲଗାନ୍ତୁ। ନିଜେ ଅଙ୍କନ କଲେ ଉତ୍ତମ ଫଳ ମିଳିଥାଏ।

ତୋରଣ: ଧନ ତ୍ରୟୋଦଶୀ ଦିନ ଦୁଆରେ ଆମ୍ବ ଏବଂ ଅଶୋକ ପତ୍ରର ତୋରଣଟିଏ କରି ଝୁଲାଇ ଦୀପାବଳି ଯାଏଁ ରଖନ୍ତୁ।

ମୁରୁଜ: ଦୁଆରେ ମୁରୁଜ ପକାଇ (ଯାହାକୁ ଲୋକେ ରଙ୍ଗୋଲି କହୁଛନ୍ତି) ତା’ ନିକଟରେ ଭରା କଳସଟିଏ ବସାନ୍ତୁ। ଧ୍ୟାନ ଦେବା ଉଚିତ ଏହାଦ୍ୱାରା ଯେମିତି ଘର ମଧ୍ୟକୁ ଯିବା ଆସିବାରେ ବାଧା ନ ଉପୁଜେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe