ଭାରତରେ ବିଦେଶୀ କମ୍ପାନୀର ବ୍ରାଣ୍ଡେଡ କପଡା କିଣିବା ମହଙ୍ଗା ହୋଇପାରେ!

Advertisment
ଭାରତରେ ବିଦେଶୀ କମ୍ପାନୀର ବ୍ରାଣ୍ଡେଡ କପଡା କିଣିବା ମହଙ୍ଗା ହୋଇପାରେ!

ଏଣିକି ଭାରତରେ ବ୍ରାଣ୍ଡେଡ କପଡ଼ା କିଣିବା ମହଙ୍ଗା ହେବାକୁ ଯାଉଛି। କାରଣ କପଡ଼ାକୁ ରଙ୍ଗ କରିବା ପାଇଁ ଦରକାର ହେଉଥିବା କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଏବେ କପଡ଼ା ତିଆରି କରୁଥିବା କମ୍ପାନୀଗୁଡ଼ିକ ଉପରେ ପଡିଛି। ଏପରି ପରିସ୍ଥିତିରେ ଆଗାମୀ ଦିନରେ କମ୍ପାନୀ ନିଜ ଉତ୍ପାଦରେ ୩୦ ପ୍ରତିଶତ ବୃଦ୍ଧି କରିପାରେ।

ଏହି ବ୍ରାଣ୍ଡ ଉପରେ ପଡିବ ସବୁଠାରୁ ଅଧିକ ପ୍ରଭାବ : ଯେଉଁ ବିଦେଶୀ ବ୍ରାଣ୍ଡ ଉପରେ ଏହାର ପ୍ରଭାବ ସବୁଠାରୁ ଅଧିକ ପଡିବାର ସମ୍ଭାବନା ଅଛି, ସେମାନଙ୍କ ଭିତରେ ଅଛି ଜାରା, ଗ୍ୟାପ, ଏଚଏଣ୍ଡଏମ୍‌, ଓଲ୍‌ଡ ନେଭି, ଇକିଆ ଏବଂ ମାର୍କ ଆଣ୍ଡ ସ୍ପେନ୍‌ସର ସାମିଲ ଅଛି। ଏହି କମ୍ପାନୀ ଗୁଡିକ ଭାରତରେ ହିଁ ନିଜର କପଡା ତିଆରି କରେ ଏବଂ ସମଗ୍ର ବିଶ୍ୱରେ ଏହାକୁ ବିକ୍ରି କରେ। ଦିଲ୍ଲୀ-ଏନସିଆରରେ ଏମିତି କମ୍ପାନୀ ଗୁଡିକର ସଂଖ୍ୟା ଅଧିକ, ଯାହା ବିଦେଶୀ କମ୍ପାନୀଗୁଡିକ ପାଇଁ କପଡା ତିଆରି କରେ। ଦିଲ୍ଲୀ-ଏନସିଆର ସ୍ଥିତ କେତେକ କମ୍ପାନୀଗୁଡିକ ଡାଇ ମହଙ୍ଗା ହେବାପରେ ନିଜର ଉତ୍ପାଦନ ବନ୍ଦ କରିଦେଇଛନ୍ତି। ଏହା ଏମିତି ସମୟରେ ବନ୍ଦ ହୋଇଛି, ଯେତେବେଳେ ନୂଆ କଲେକ୍ସନ ପାଇଁ ସମଗ୍ର ବିଶ୍ୱରୁ ଅର୍ଡର ଆସିଛି। ଡାଇର ମୂଲ୍ୟ ଗତ ୧୫ ଦିନରେ ବହୁତ ବୃଦ୍ଧି ହେବାର ଦେଖିବାକୁ ମିଳିଛି।

publive-image

ସେଥିପାଇଁ କମ୍ପାନୀ ନିଜର ଖର୍ଚ୍ଚ ବି ବଡ ମୁସ୍କିଲରେ ବାହାର କରୁଛି। ଦିଲ୍ଲୀରେ ୧୫୦ରୁ ଅଧିକ କମ୍ପାନୀ ଅଛି, ଯେଉଁମାନେ ଏହି ବ୍ରାଣ୍ଡର କପଡା ପାଇଁ ଡାଇ ପ୍ରସ୍ତୁତ କରି ପଠାନ୍ତି। ପେଟ୍‌ କୋକ୍‌ ଏବଂ ଫର୍ଣ୍ଣେସ୍‌ ତେଲ ବନ୍ଦ ହେବା ପରେ ଡାଇ ପ୍ରସ୍ତୁତ କରିବାରେ ବହୁତ ଅସୁବିଧାର ସାମନା କରିବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe