ବିଦେଶୀ ପର୍ଯ୍ୟଟକଙ୍କୁ ମୁମ୍ବାଇରେ ମିଳିବ ବସ୍ତିରେ ରହିବାର ଅନୁଭୂତି

Advertisment
ବିଦେଶୀ ପର୍ଯ୍ୟଟକଙ୍କୁ ମୁମ୍ବାଇରେ ମିଳିବ ବସ୍ତିରେ ରହିବାର ଅନୁଭୂତି

The Indian Express

ମୁମ୍ବାଇ: ମୁମ୍ବାଇ ସାନ୍ତାକ୍ରୁଜ୍‌ର ବୋରିଭଲି ଅଞ୍ଚଳରେ ରହୁଥିବା ଏକ ପରିବାର ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଏକ ନୂତନ ଢ଼ଙ୍ଗରେ ‘ଅତିଥି ଦେବୋ ଭବଃ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରବି ଟୋନିଆ ସାନସୀ ଏବଂ ତାଙ୍କ ପରିବାରର ଅନ୍ୟ ୧୬ ଜଣ ସଦସ୍ୟ ମିଳିତ ଭାବେ ୧୨ ଫୁଟ୍‌ ଲମ୍ବ ୬ ଫୁଟ୍‌ ଚଉଡ଼ା ବିଶିଷ୍ଟ ତାଙ୍କ ଛୋଟ ଘରେ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଏକ ଅତିଥି ଗୃହ ଆରମ୍ଭ କରିଛନ୍ତି। ଏହି ଅତିଥି ଗୃହରେ ଅବସ୍ଥାନ କଲେ ବିଦେଶ ଅତିଥିମାନେ ନିକଟରୁ ବସ୍ତି ଅଞ୍ଚଳକୁ ଜାଣିପାରିବେ ଏବଂ ଚିହ୍ନି ପାରିବେ।

ଅତିଥିମାନଙ୍କ ପାଇଁ ଟୋନିଆ ପରିବାରର ସଦସ୍ୟ ସେମାନଙ୍କ ଘର ପାଖରେ ଆଉ ଏକ ଦୁଇ ମହଲା ବିଶିଷ୍ଟ କୋଠରି ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହି କୋଠରିରେ ଗୋଟିଏ ଟିଭି ସହ ଏସିର ମଧ୍ୟ ସୁବିଧା ରହିଛି। ଏଠାରେ ଅବସ୍ଥାନ କାଳରେ ଟୋନିଆ ଅତିଥିମାନଙ୍କୁ ପ୍ରକୃତ ବସ୍ତି ଅଞ୍ଚଳରେ ରହିବାର ଅନୁଭୂତି ଦେବା ପାଇଁ ଚେଷ୍ଟା କରିଛନ୍ତି। ଏପରି ଏକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଟୋନିଆଙ୍କୁ ସେ କାମ କରୁଥିବା ଏନଜିଓର କର୍ମଚାରୀ ଡେଭିଡ୍‌ ବିଜିଲ ପ୍ରସ୍ତାବ ଦେଇଥିଲେ। ଦିନେ ସେ ଟୋନିଆଙ୍କ ଘରକୁ ଯାଇଥିବା ବେଳେ ସେଠାରେ ସେ ତାଙ୍କର ଅତିଥି ଚର୍ଚ୍ଚାରେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଏପରି ଅତିଥି ଚର୍ଚ୍ଚା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ଦ୍ୱାରା ତାଙ୍କ ପରିବାରକୁ ଆର୍ଥକ ସାହାୟତା ମଧ୍ୟ ମିଳିପାରିବ। ଏପରି କରିବା ଦ୍ୱାରା ବସ୍ତି ଅଞ୍ଚଳ ଏବଂ ସହରୀ ଅଞ୍ଚଳ ମଧ୍ୟରେ ସଂପର୍କ ଭଲ ହୋଇପାରିବ। ଏହା ଦ୍ୱାରା ବସ୍ତି ଅଞ୍ଚଳର କଷ୍ଟ ଦୂର ହେବା ସହ ବହୁତ ପାଖରୁ ବିଦେଶୀମାନେ ବସ୍ତି ଅଞ୍ଚଳକୁ ଜାଣିପାରିବେ ବୋଲି କହିଛନ୍ତି ଡେଭିଡ୍‌।

publive-image The Better India

ବିଦେଶୀ ଅତିଥିମାନଙ୍କୁ ବସ୍ତିକୁ ଆସିବା ପାଇଁ ଯେପରି କୌଣସି ଅସୁବିଧା ନହେବ, ସେଥିପାଇଁ ରବି ଟୋନିଆଙ୍କ ପରିବାର ଲୋକେ ମୁମ୍ବାଇ ରାସ୍ତାରେ ମାନଚିତ୍ର ବିକ୍ରି କରୁଛନ୍ତି। କାରଣ ସେହି ସ୍ଥାନ ଗୁଡ଼ିକୁ ଯିବା ପାଇଁ ଜିପିଏସ କାମ କରେ ନାହିଁ। ଏହି ଅତିଥି ଚର୍ଚ୍ଚାର ଆରମ୍ଭ ସମୟରେ ରବି ଟୋନିଆ କୌଣସି ମୂଲ୍ୟ ନେବା ପାଇଁ ମନା କରିଥିଲେ । କାରଣ ସେ ଏହା ଦ୍ୱାରା ଅତିଥି ସେବା ସହ ବସ୍ତି ଅଞ୍ଚର ପ୍ରକୃତ ଅନୁଭୂତି ଦେବା ପାଇଁ ଚାହୁଁଥିଲେ। ପରେ କିନ୍ତୁ ଡ଼େବିଡ଼ ଅନେକ ବୁଝାଇବା ପରେ ପରିବାର ଲୋକ ଗୋଟେ ରାତିକୁ ୨୦୦୦ ଟଙ୍କା ନେବେ ବୋଲି ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe