ଦେଖନ୍ତୁ କିପରି ଶୋଷିଲା ନାଗ ସାପକୁ ଅତି ଶ୍ରଦ୍ଧାରେ ବନବିଭାଗ ଅଧିକାରୀ ବୋତଲ୍‌ରେ ପାଣି ପିଆଉଛନ୍ତି

Advertisment
ଦେଖନ୍ତୁ କିପରି ଶୋଷିଲା ନାଗ ସାପକୁ ଅତି ଶ୍ରଦ୍ଧାରେ ବନବିଭାଗ ଅଧିକାରୀ ବୋତଲ୍‌ରେ ପାଣି ପିଆଉଛନ୍ତି

navbharattimes.indiatimes

ନୂଆଦିଲ୍ଲୀ: ଆଇଏଏସ୍‌ ଅବନିଶ ଶରଣ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ଭାଇରାଲ ହୋଇଯାଇଛି। ଆଇଏଏସ୍‌ ଅବନିଶ ଶରଣ ଟୁଇଟରେ ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି, ‘ ଭିଡିଓରେ କଳାରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବନବିଭାଗ ଅଧିକାରୀ ନଜର ଆସୁଛନ୍ତି। ସେ ଅତି ଶ୍ରଦ୍ଧାରେ ଏକ ଶୋଷିଲା ନାଗ ସାପର ମୁଣ୍ଡକୁ ଧରି ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଆଉଛନ୍ତି। ସାପଟି ବି ଶାନ୍ତ ହୋଇ ବନବିଭାଗ କର୍ମଚାରୀଙ୍କ ହାତରୁ ବୋତଲରେ ମୁହଁ ଲଗାଇ ଖୁବ୍‌ ଖୁସିରେ ପାଣି ପିଉଛି। ତେବେ ପୂର୍ବରୁ ଏମିତି ଘଟଣା କେବେ ଦେଖି ନଥିଲି। ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ଲୋକମାନେ ଏହାକୁ ବହୁ ମାତ୍ରାରେ ସେୟାର କରିବାକୁ ଲାଗିଛନ୍ତି।

ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଖିବା ପରେ କେହିକେହି ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିବା ବେଳେ ଆଉ କେହି ମନୁଷ୍ୟ ଓ ଜନ୍ତୁଙ୍କ ମଧ୍ୟରେ ସ୍ନେହ ଥିଲେ ଏକାଠି ବଞ୍ଚି ପାରି ହେବ ବୋଲି କହିଛନ୍ତି। ପୋଷ୍ଟ ହେବା ପରେ ଏହି ଭିଡିଓକୁ ଏଯାବତ ୨୫ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୩ହଜାରୁ ଅଧିକ ଲାଇକ୍ସ ବି ମିଳି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe