ପ୍ରେମିକାଙ୍କୁ ହରାଇବା ପରେ ପାଗଳପ୍ରାୟ ହୋଇ ରାସ୍ତାରେ ବୁଲୁଛନ୍ତି ଇଞ୍ଜିନିୟର

ପ୍ରେମିକା ଓ ପରିବାରଲୋକଙ୍କୁ ହରାଇବା ପରେ ବେଙ୍ଗାଲୁରୁ ରାସ୍ତାରେ ପାଗଳପ୍ରାୟ ହୋଇ ଭିକାରି ଅବସ୍ଥାରେ ବୁଲୁଛନ୍ତି ଇଞ୍ଜିନିୟର। ଭିଡିଓରେ କହିଛନ୍ତି,‘ ‘ଧର୍ମ ଓ ଜାତିର କଥା କହୁଥିବା ଲୋକେ ଦେଖିନିଅ ମୁଁ କ’ଣ ଥିଲି  ମୋର ଅବସ୍ଥା କ’ଣ ହୋଇଯାଇଛି।’

କ୍ମକପ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଭାବବିହ୍ବଳ ହୋଇପଡ଼ୁଛିନ୍ତି।

ଭାଇରାଲ ଭିଡିଓ ଅନୁଯାୟୀ, ବେଙ୍ଗାଲୁରୁ ରାସ୍ତାରେ ଜଣେ ଭିକାରିଙ୍କୁ ବୁଲୁଥିବାର ଦେଖିବାକୁ ମିଳୁଛି। ଉକ୍ତ ଭିକାରି ଜଣକ ସ୍ପଷ୍ଟ ଭାବେ ଇଂରାଜୀ କହୁଥିବା ଶୁଣିବାକୁ ମିଳୁଛି। ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଇନଷ୍ଟାଗ୍ରାମ ବ୍ୟବହାରକାରୀ ଶରଥ ଉକ୍ତ ଭିକାରୀଙ୍କ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଭିକାରି ଜଣକ ଫିଜିକ୍ସର ଜଟିଳ ଥିୟୋରି ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

ଶରଥ ଭିକାରିଙ୍କ ଭିଡିଓ ସେୟାର କରି କହିଛନ୍ତି, ‘ ଉକ୍ତ ଭିକାରି ଜଣକ ଜର୍ମାନୀର ଫ୍ରେଙ୍କଫର୍ଟରୁ ଏମଏସର ପାଠପଢ଼ିଛନ୍ତି। ସେ ଜଣେ ପ୍ରଡକ୍ଟ ଇଞ୍ଜିନିୟର ଭାବେ ବି କାମ କରିଛନ୍ତି।

 ଉକ୍ତ ବ୍ୟକ୍ତିଙ୍କ ଜୀବନ ସେଦିନ ବଦଳି ଯାଇଥିଲା ଯେଉଁଦିନ ସେ ତାଙ୍କ ପ୍ରେମିକା ଓ ପରିବାରଲୋକଙ୍କୁ ହରାଇ ଦେଇଥିଲେ। ଏହି ଦୁଃଖରୁ ସେ ବାହାରିବା ପାଇଁ ପ୍ରତିଦିନ ମଦ ପିଇବା ଆରମ୍ଭ କରିଥିଲେ। ଧୀରେଧୀରେ ତାଙ୍କ ଅବସ୍ଥା ଏମିତି ହୋଇଗଲା କି ସେ ମଦ ନିଶାରେ ଖିଆପିଆ ଛାଡ଼ି ରାସ୍ତାରେ ପାଗଳପ୍ରାୟ ହୋଇ ବୁଲିଲେ।

କଥାକଥାରେ ଉକ୍ତ ଭିକାରି ଜଣକ କହୁଛନ୍ତି, ‘ଧର୍ମ ଓ ଜାତିର କଥା କହୁଥିବା ଲୋକେ ଦେଖିନିଅ ମୁଁ କ’ଣ ଥିଲି  ମୋର ଅବସ୍ଥା କ’ଣ ହୋଇଯାଇଛି।’

ଶରଥ ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଏନଜିଓଙ୍କ ସହିତ ଯୋଗାଯୋଗ କରିଛନ୍ତି। କ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe