ଆମେରିକାରେ ମାଗଣାରେ ମିଳୁଛି ବତିଘର!

Advertisment
ଆମେରିକାରେ ମାଗଣାରେ ମିଳୁଛି ବତିଘର!

ଶତାବ୍ଦୀ ଶତାବ୍ଦୀ ଧରି ଜାହାଜ ଓ ନାବିକମାନଙ୍କୁ ଦିଗ ନିର୍ଣ୍ଣୟରେ ସାହାଯ୍ୟ କରି ଅନେକ ଅଘଟଣରୁ ମୁକୁଳାଇ ପାରିଥିବା ବତିଘରଗୁଡ଼ିକ ଏବେ ଅଲୋଡ଼ା ହୋଇପଡ଼ିଛନ୍ତି। ଅତ୍ୟାଧୁନିକ ଜିପିଏସ୍‌ର କରାମତି ଏହି ବତିଘରଗୁଡ଼ିକୁ ଅକର୍ମଣ୍ୟ କରିଦେଇଛି। ତେବେ ଅଲୋଡ଼ା ବତିଘରଗୁଡ଼ିକୁ ପରିତ୍ୟକ୍ତ ଅବସ୍ଥାରେ ବିଲୀନ ହେବାକୁ ନଦେଇ ଆମେରିକା ସରକାର ଏକ ଅଭିନବ ଉପାୟ ପାଞ୍ଚିଛନ୍ତି। ଅତୀତର ସାମୁଦ୍ରିକ ସୁରକ୍ଷାର ମୂକସାକ୍ଷୀ ଭାବେ ସମୁଦ୍ର ଉପକୂଳରେ ଦଣ୍ଡାୟମାନ ସୁଉଚ୍ଚ ଢାଞ୍ଚାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସାଧାରଣ ଲୋକ ବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ହାତରେ ଟେକିଦେବା ଆରମ୍ଭ କରିଛନ୍ତି। ସେଥିପାଇଁ ବତିଘରଗୁଡ଼ିକୁ ଏକରକମ ବାସସ୍ଥଳୀ ଉପଯୋଗୀ କରାଇବା ଉପଲକ୍ଷେ ସେଗୁଡ଼ିକର ନିଲାମ ଆରମ୍ଭ ହୋଇଛି। ଅନେକ ବତିଘରକୁ ମାଗଣାରେ ମଧ୍ୟ ପ୍ରଦାନ କରାଯାଉଛି। ଏହାକୁ ହାସଲ କରିବା ପରେ ଉକ୍ତ ବତିଘରେ ସମୟ ନିର୍ବାହ ପୂର୍ବକ ଊର୍ମିଳ ସମୁଦ୍ରର ନୀଳ ଜଳରାଶିର ସୌନ୍ଦର୍ଯ୍ୟ ସହ ଏକ ଶାଶ୍ବତ ଜୀବନର ସୁଖ ଉପଭୋଗ କରିହେବ। ୨୦୦୦ ମସିହାରୁ ଆଜି ଯାଏ ଆମେରିକାରେ ୭୦ରୁ ଅଧିକ ବତିଘର ୧୦ ହଜାରରୁ ୧୦ ଲକ୍ଷ ଡଲାର ମଧ୍ୟରେ ନିଲାମ ହୋଇସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe