ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମିଳିବ ୩୬ ଘଣ୍ଟା ପାଇଁ ମାଗଣାରେ ବସରେ ଯାତ୍ରା କରିବାର ସୁବିଧା !

ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମିଳିବ ୩୬ ଘଣ୍ଟା ପାଇଁ ମାଗଣାରେ ବସରେ ଯାତ୍ରା କରିବାର ସୁବିଧା !

ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମିଳିବ ୩୬ ଘଣ୍ଟାର ମାଗଣା ବସ୍‌ଯାତ୍ରା ସେବା। ପ୍ରତିବର୍ଷ ଭଳି ଚଳିବ ବର୍ଷ ମଧ୍ୟ ରକ୍ଷାବନ୍ଧନ ଅବସରରେ ହରିୟାଣା ସରକାର ମହିଳାଙ୍କ ଏଭଳି ବ୍ୟବସ୍ଥା କରିଛନ୍ତି। ହରିୟାଣା ସରକାର ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା ସୁବିଧା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି। ଯେଉଁଥିରେ ଦୀର୍ଘ ୩୬ ଘଣ୍ଟା କାଳ ମାଗଣାରେ ବସରେ ଯାତ୍ରା କରିବାର ସୁବିଧା ମିଳିବ। ଏହି ସମୟ କାଳ ଭିତରେ ମହିଳାଙ୍କ ସହ ଯାତ୍ରା କରୁଥିବା ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବି ମାଗଣାରେ ବସରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯିବ। ତେବେ ହରିୟାଣା ସରକାରଙ୍କ ତରଫରୁ ଜେଲ୍‌ ନିୟମାବଳୀରେ ସଂଶୋଧନ କରିବା ପରେ ଜେଲଗୁଡିକରେ ରକ୍ଷାବନ୍ଧନର ପର୍ବ ପାଳନ କରାଯିବା ନେଇ ସ୍ୱୀକୃତି ମିଳିଛି।

ହରିୟାଣାର ପରିବହନ ଏବଂ ଜେଲ ମନ୍ତ୍ରୀ କୃଷ୍ଣ ଲାଲ ପାୱାରଙ୍କ ଅନୁସାରେ, ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯିବ। ୨୬ ଅଗଷ୍ଟ ରକ୍ଷାବନ୍ଧନ ଅବସରରେ ରାଜ୍ୟରେ ମହିଳାମାନଙ୍କୁ ୨୫ ଅଗଷ୍ଟ ଦିନ ୧୨ଟାରୁ ମାଗଣାରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯିବ। ଆଉ ଏହି ସୁବିଧା ୨୬ ଅଗଷ୍ଟ ରାତି ୧୨ ପର୍ଯ୍ୟନ୍ତ ତଥା ୩୬ ଘଣ୍ଟା ପାଇଁ ରହିବ। ପରିବହନ ମନ୍ତ୍ରୀଙ୍କ ସୂଚନା ମୁତାବକ, ରକ୍ଷାବନ୍ଧନ ଅବସରରେ ସରକାରୀ ବସଗୁଡିକର ରୁଟରେ କୌଣସି ବି ପ୍ରକାର ବିଡମ୍ବନା ଦେଖାଯିବ ନାହିଁ। ପ୍ରତ୍ୟେକ ବସ୍‌ ର୍ନିଧାରିତ ସମୟରେ ଏବଂ ର୍ନିଧାରିତ ମାର୍ଗରେ ହିଁ ଚାଲିବ।

ସେ ଆହୁରୀ ମଧ୍ୟ କହିଛନ୍ତି କି ଜେଲ ମାନ୍ୟୁଆଲ ଅନୁସାରେ ରାଜ୍ୟର ଥିବା ଜେଲଗୁଡିକରେ ରବିବାର ଦିନ କଏଦୀମାନଙ୍କୁ ଭେଟିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ରଖାଯିବ ନାହିଁ। ରବିବାର ଦିନ ଜେଲମାନଙ୍କରେ ଭଉଣୀମାନେ ନିଜ ଭାଇଙ୍କୁ ଦେଖାକରିପାରିବେ ଏବଂ ରାକ୍ଷୀ ମଧ୍ୟ ବାନ୍ଧିପାରିବେ। ଅର୍ଥାତ୍‌ ମହିଳାମାନେ ଜେଲରେ ବନ୍ଦୀଥିବା ନିଜ ଭାଇକୁ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିବେ। ଏଥିପାଇଁ ସବୁ ଜେଲମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe