କାହାଣୀରୁ ବାସ୍ତବତା ଆଦର୍ଶ ହିନ୍ଦୁ ହୋଟେଲ୍‌

ବିଗତ ଦିନରେ ହିନ୍ଦୁ ‌େହାଟେଲ୍‌ଗୁଡ଼ିକ ଏତେ ଲୋକପ୍ରିୟ ଥିଲା ଯେ ଜଣାଶୁଣା ବଙ୍ଗୀୟ କଥାଶିଳ୍ପୀ ବିଭୂତିଭୂଷଣ ବନ୍ଦୋପାଧ୍ୟାୟ  ‘ଆଦର୍ଶ ହିନ୍ଦୁ ହୋଟେଲ୍‌’ ଶୀର୍ଷକ ଏକ ଉପନ୍ୟାସ ରଚନା କରିଥିଲେ। ୧୯୪୦ରେ ପ୍ରକାଶ ପାଇଥିବା ଏହି ଉପନ୍ୟାସ ଖୁବ୍‌ ଲୋକପ୍ରିୟ ହୋଇଥିଲା।

5467

ବିଗତ ଦିନରେ ହିନ୍ଦୁ ‌େହାଟେଲ୍‌ଗୁଡ଼ିକ ଏତେ ଲୋକପ୍ରିୟ ଥିଲା ଯେ ଜଣାଶୁଣା ବଙ୍ଗୀୟ କଥାଶିଳ୍ପୀ ବିଭୂତିଭୂଷଣ ବନ୍ଦୋପାଧ୍ୟାୟ  ‘ଆଦର୍ଶ ହିନ୍ଦୁ ହୋଟେଲ୍‌’ ଶୀର୍ଷକ ଏକ ଉପନ୍ୟାସ ରଚନା କରିଥିଲେ। ୧୯୪୦ରେ ପ୍ରକାଶ ପାଇଥିବା ଏହି ଉପନ୍ୟାସ ଖୁବ୍‌ ଲୋକପ୍ରିୟ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ୧୯୫୭ ମସିହାରେ ଅର୍ଦ୍ଧେନ୍ଦୁ ସେନ୍‌ଙ୍କ ନିର୍ଦ୍ଦେଶନାରେ ଏକ ବଙ୍ଗଳା ଫିଲ୍ମ ନିର୍ମାଣ ହୋଇଥିଲା। ସେହିପରି ୧୯୮୯ ମସିହାରେ ବଙ୍ଗୀୟ ନିର୍ଦ୍ଦେଶକ ରାଜା ସେନ୍‌ ଏକ ୧୩ ଅଧ୍ୟାୟ ବିଶିଷ୍ଟ ଟେଲିଧାରାବାହିକ ନିର୍ମାଣ କରିଥିଲେ, ଯାହା କୋଲ୍‌କାତା ଦୂରଦର୍ଶନରେ ପ୍ରସାରିତ ହୋଇଥିଲା।
ବଙ୍ଗଳା ଉପନ୍ୟାସ ‘ଆଦର୍ଶ ହିନ୍ଦୁ ହୋଟେଲ୍‌’ର କାହାଣୀ ହଜାରୀ ଠାକୁର ନାମରେ ଜଣେ ମଧ୍ୟବୟସ୍କ ‌ବଙ୍ଗାଳୀ ବ୍ରାହ୍ମଣ ରୋଷେୟାଙ୍କ ଉପରେ କେନ୍ଦ୍ରୀଭୂତ। କୋଲକାତାର ରାନାଘାଟ୍‌ ରେଳ ଷ୍ଟେସନ୍‌ ନିକଟରେ ଥିବା ବେଚୁ ଚକ୍ରବର୍ତ୍ତୀଙ୍କ ହୋଟେଲ୍‌ରେ ରୋଷେୟା ଭାବେ କାମ କରନ୍ତି ହଜାରୀ। ସ୍ବଭାବରେ ସଚ୍ଚୋଟ ହଜାରୀ ଦେଖନ୍ତି ସେଠାକୁ ଆସୁଥିବା ଗ୍ରାହକମାନେ ବେଚୁଙ୍କୁ ଠକୁଛନ୍ତି, ପୁଣି ସେଠାରେ କାମ କରୁଥିବା ଚାକରାଣୀ ପଦ୍ମା ହୋଟେଲ୍‌ରୁ ଖାଦ୍ୟ ଚୋରାଇ ନେଉଛି। ହଜାରୀଙ୍କ ଦେହରେ ଏସବୁ ଯାଏନାହିଁ। କିନ୍ତୁ, ସାମାନ୍ୟ ରୋଷେୟା ହୋଇ ତାଙ୍କର କିଛି  କହିବାର ଅଧିକାର ନ ଥାଏ। କିନ୍ତୁ, ପଦ୍ମା ସବୁବେଳେ ତାଙ୍କୁ ପରିହାସ କରିବା ସହ ଅପମାନ ବି ଦେଉଥିଲା। ସେ ଥିଲା ମାଲିକର କଥିତ ପ୍ରେମିକା। ଏସବୁ ଭଲ ଲାଗୁ ନ ଥିଲା ହଜାରୀଙ୍କୁ। ସେ ନିଜେ ଏକ ହୋଟେଲ୍‌ ଖୋଲିବାକୁ ପରିକଳ୍ପନା କରେ। କିନ୍ତୁ, ସେଥିପାଇଁ ଲୋଡ଼ା ୨୦୦ ଟଙ୍କା। ହେଲେ କୁଆଡୁ ଆସିବ ଏତେ ଟଙ୍କା?

ଦିନେ ହୋଟେଲ୍‌ରୁ ବାସନକୁସନ ଚୋରିହୋଇଯାଏ। ପୁଲିସ ହଜାରୀଙ୍କୁ ଗିରଫ କରେ। ଏହାପରେ ହଜାରୀ ଚାକିରି ହରାନ୍ତି। ପଛରେ ଜଣାପଡ଼େ ଏ କାମ ପଦ୍ମାର। ‌ପୁଲିସ ଛାଡ଼ିଦେବା ପରେ ବିଧବା ତରୁଣୀ କୁସୁମ ଓ ଗାଁର ଜଣେ ଝିଅ ଅତସୀଙ୍କ ଠାରୁ ଟଙ୍କା ଧାର୍‌ ନେଇ ହଜାରୀ ଏକ ହୋଟେଲ୍‌ ଖୋଲନ୍ତି- ନାମ ରଖନ୍ତି ‘ଆଦର୍ଶ ହିନ୍ଦୁ ହୋଟେଲ୍‌’। ବଡ଼ ନିଷ୍ଠାରେ ଖଟନ୍ତି। ମାତ୍ର ବର୍ଷକରେ ତାଙ୍କ ହୋଟେଲ୍‌ ସେ ଅଞ୍ଚଳରେ ଲୋକପ୍ରିୟ ହୋଇଯାଏ। ଫଳରେ ପାଖରେ ଥିବା ବେଚୁ ଚକ୍ରବର୍ତ୍ତୀଙ୍କ ହୋଟେଲ୍‌ ବନ୍ଦ ହେବା ଅବସ୍ଥାକୁ ଚାଲିଆସେ। ତେଣେ ପ୍ଲାଟ୍‌ଫର୍ମରେ ସରକାରୀ ହୋଟେଲ୍‌ ପରିଚାଳନା ପାଇଁ ମଧ୍ୟ ହଜାରୀଙ୍କୁ ରେଳବାଇ ଠିକାଦିଏ। ପରିଶେଷରେ ହଜାରୀ ଗୁଜରାଟୀ କମ୍ପାନି ମାଲିକାନାରେ ଥିବା ବଡ଼ ବଡ଼ ରେଳବାଇ ହୋଟେଲ୍‌ ପରିଚାଳନା ପାଇଁ ଠିକା ପାଇ ମୁମ୍ବାଇ ଯାଆନ୍ତି। ସେ ଯିବା ଆଗରୁ ତାଙ୍କ ହୋଟେଲ୍‌ର ମ୍ୟାନେଜର୍‌ ଭାବେ ପୁରୁଣା ମାଲିକ ବେଚୁ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତ କରନ୍ତି ଏବଂ ପଦ୍ମାକୁ ବି ଚାକିରିଟିଏ ଦିଅନ୍ତି। କୌତୂହଳର ବିଷୟ ହେଉଛି, ଯଦିଓ ଆଦର୍ଶ ହିନ୍ଦୁ ହୋଟେଲ୍‌ ଏକ ଲେଖକୀୟ ପରିକଳ୍ପନା, କିନ୍ତୁ ଦକ୍ଷିଣ କୋଲ୍‌କାତାର ଗରିହାଟ୍‌ ମୋଡ଼ ନିକଟରେ ରହିଛି ଆଦର୍ଶ ହିନ୍ଦୁ ହୋଟେଲ୍‌। ୬୫ ବର୍ଷ ତଳେ କାଳୀପଦ ମାଇତି ଏହାକୁ ପ୍ରତିଷ୍ଠା କରିଥିଲେ। ଏବେ ତାଙ୍କ ଉତ୍ତର ଦାୟାଦ ଏହି ହୋଟେଲ୍‌ ପରିଚାଳନା କରୁଛନ୍ତି। ଶସ୍ତାରେ ସ୍ବାଦିଷ୍ଠ ଦେଶୀ ଖାଦ୍ୟ ପରିବେଷଣରେ ଏହାର ସୁନାମ ରହିଛି। ସେହିପରି କୋଲ୍‌କାତାର ରାନାଘାଟ୍‌ ଓ ବରାସତ୍‌ରେ ମଧ୍ୟ ଆଦର୍ଶ ହିନ୍ଦୁ ‌ହୋଟେଲ୍‌ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe