୩ବର୍ଷୀୟ ଶିଶୁକନ୍ୟାକୁ ଅପହରଣ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ୨୬୦ କିଲୋମିଟର ନନ୍ ଷ୍ଟପ୍ ଚାଲିଲା ଟ୍ରେନ, ତା' ପରେ.....

୩ବର୍ଷୀୟ ଶିଶୁକନ୍ୟାକୁ ଅପହରଣ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ୨୬୦ କିଲୋମିଟର ନନ୍ ଷ୍ଟପ୍ ଚାଲିଲା ଟ୍ରେନ, ତା' ପରେ.....

ଭୋପାଳ: ପ୍ରଥମ ଥର ପାଇଁ ନନ୍ ଷ୍ଟପ୍ ଚାଲିଲା ଟ୍ରେନ | ଅପହରଣକାରୀଠାରୁ ୩ବର୍ଷୀୟ ଶିଶୁକନ୍ୟାକୁ ଉଦ୍ଧାର କରିବା ପାଇଁ ଲଳିତପୁରରୁ ଭୋପାଳକୁ ନନ୍ ଷ୍ଟପ୍ ଟ୍ରେନ ଚାଲିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ପ୍ରାୟ ୨୬୦କିଲୋମିଟର ପର୍ଯ୍ୟନ୍ତ ଟ୍ରେନ ନନ୍ ଷ୍ଟପ୍ ଚାଲିବା ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ରେଲୱେ ସୁରକ୍ଷା ବଳ(ଆରପିଏଫ) |

From Lalitpur to Bhopal': Train made to run non-stop to nab kidnapper, rescue 3-year-old girl | Sangbad Pratidin‌‌ Sangbad Pratidin

ସୂଚନା ମୁତାବକ, ଅଭିଯୁକ୍ତଜଣଙ୍କ ଲଳିତପୁର ରେଳ ଷ୍ଟେସନରୁ ଶିଶୁକୁ ଅପହରଣ କରି ଭୋପାଳ ଯାଉଥିବା ଟ୍ରେନରେ ଚଢ଼ିଥିଲା | ଶିଶୁର ମାତା-ପିତା ଏ ନେଇ ଅଭିଯୋଗ କରିବା ପରେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ଭୋପାଳ ଯାଉଥିବା ରପ୍ତିସାଗର ଏକ୍ସପ୍ରେସରେ ଚଢିଥିବା ଜାଣି ଆରପିଏଫ ଭୋପାଳର ଅପରେଟିଂ କଣ୍ଟ୍ରୋଲ୍ ଟିମକୁ ସୂଚନା ଦେଇଥିଲେ | ଏହା ସହ ଅଧିକାରୀଙ୍କୁ ଟ୍ରେନ ବାଟରେ ନଟକାଇବା ପାଇଁ ଅନୁରୋଧ କରିଥିଲେ ଆରପିଏଫ ଇନ୍ସପେକ୍ଟର |  ବାଟରେ ଟ୍ରେନ ଅଟକିଲେ ଅଭିଯୁକ୍ତ ଖସି ପଳାଇବାର ଆଶଙ୍କା ଥିବାରୁ ଟ୍ରେନ ବାଟରେ ଅଟକି ନଥିଲା | ଆରପିଏଫ ଇନ୍ସପେକ୍ଟରଙ୍କ ଅନୁରୋଧ ରକ୍ଷା କରି ଟ୍ରେନ ନନ୍ ଷ୍ଟପ୍ ଚାଲିବା ସହ ଭୋପାଳରେ ପହଞ୍ଚିଥିଲା |  ସେଠାରେ ଅଭିଯୁକ୍ତ ଓଲ୍ହାଇବା ପରେ ଅଭିଯୁକ୍ତକୁ ଗିରଫ କରି ଶିଶୁକୁ ଉଦ୍ଧାର କରିଥିଲେ ଆରପିଏଫ ଅଧିକାରୀ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe