୧୦ବର୍ଷ ବୟସରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସମିରା, ଏବେ ଗୁଗଲ୍‌ ଦେଉଛି ଚାକିରିର ଅଫର, ଜାଣନ୍ତୁ ପୂରା ଘଟଣା

Advertisment
୧୦ବର୍ଷ ବୟସରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସମିରା, ଏବେ ଗୁଗଲ୍‌ ଦେଉଛି ଚାକିରିର ଅଫର, ଜାଣନ୍ତୁ ପୂରା ଘଟଣା

indiatimes.com

ନୂଆଦିଲ୍ଲୀ : ବେଳେ ବେଳେ ଏମିତି କିଛି ଖବର ଶୁଣିବାକୁ ମିଳେ ଯାହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ହୋଇ ନଥାଏ । ଆଜି ଆମେ ଆପଣଙ୍କ ସେଭଳି ଜଣେ ନାବାଳିକାଙ୍କ ବିଷୟରେ ଜଣାଇବୁ; ଯିଏ ୧୦ବର୍ଷ ବୟସରେ ଅସମ୍ଭବକୁ ସମ୍ଭବ କରିଛନ୍ତି । କାର୍ଟୁନ୍‌ ଦେଖିବା ଏବଂ ଗେମ୍‌ ଖେଳିବା ବୟସରେ ୧୦ବର୍ଷୀୟ ସମିରା ମେହତା ଯାହା କରି ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ୧୦ ବର୍ଷ ବୟସରେ ସେ ନିଜର ଏକ କମ୍ପାନି ଗଢ଼ିଛନ୍ତିି ଯାହାର ନାଁ ରହିଛି କୋଡ଼ର ବୁନିଜ୍‌ । କୋଡ଼ର ବୁନିଜ୍‌ ଏକ କୋଡ଼ର ଗେମ୍‌ ହୋଇଥିବା ବେଳେ ଏହା ସାହାଯ୍ୟରେ ଛୋଟ ପିଲାମାନେ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ବିଷୟରେ ଖୁବ୍‌ ସହଜରେ ଜାଣିପାରିବେ ଜଣାପଡ଼ିଛି ।

publive-image indiatimes.com

ସମିରାଙ୍କ ବାପା ଇଣ୍ଟେଲ କମ୍ପାନିରେ ଇଞ୍ଜିନିୟର ଥିବା ବେଳେ ନିଜ ଝିଅର କମ୍ପାନି ତିଆରି ପାଇଁ ସେ ଯୋଜନା ପ୍ରସ୍ତୁତ କରିଛନ୍ତିି । ସମିରା ଏବଂ ତାଙ୍କ ବାପା ଏହି କୋଡ଼ର ଗେମ୍‌କୁ ସମସ୍ତଙ୍କ ପାଖକୁ ନେବା ପାଇଁ ଅନେକ କର୍ମଶାଳା ଆୟୋଜନ କରିବା ସହ ସମିରା ଗେମ୍‌ରେ ଉନ୍ନତି ଆଣିବା ପାଇଁ ନିଜ ସାଙ୍ଗମାନଙ୍କ ସହ ଏହି ଗେମ୍‌କୁ ଖେଳୁଥିବା ଜଣାପଡ଼ିଛି । ସମିରା ସିଲିକନ ଭ୍ୟାଲିରେ ୬୦ଟି କର୍ମଶାଳା କରି ସାରିଥିବା ବେଳେ ଏହି କର୍ମଶାଳାରେ ୨୦ହଜାରରୁ ଅଧିକ ପିଲା ଯୋଗ ଦେଇଥିବା ସୂଚନା ମିଳିଛି। ବର୍ଷକୁ ସମିରା ଏହି ଗେମ୍‌ର ୧୦୦୦ଟି ବକ୍ସ ବିକ୍ରି କରୁଥିବା ବେଳେ ଏହାର ଦାମ୍‌ ୨୫,୬୬,୨୧୭ ରହିଥିବା ଜଣା ପଡ଼ିଛି । ସମିରାଙ୍କ ଏହି ଟ୍ୟାଲେଣ୍ଟ ଦେଖି ଗୁଗଲ ତାଙ୍କୁ ଚାକିରିର ଅଫର ଦେଇଥିଲେ ମଧ୍ୟ ଏହାକୁ ସମିରା ଗ୍ରହଣ ନ କରି ବ୍ୟବସାୟୀ ହୋଇ ରହିବାକୁ ଚାହୁଁଥିବା କହିଥିଲେ । ଏତେ କମ ବୟସରେ ସମିରାଙ୍କୁ ମିଳିଥିବା ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଦେଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe