ଫୋକସ୍‌ରେ ଗ୍ୟାଜେଟ୍: ସାଉଣ୍ଡ୍‌ଫର୍ମ ରିଦିମ୍‌ ଇଅର୍‌ବଡ୍‌

ଆମେରିକାର ଅନ୍ୟତମ ସ୍ମାର୍ଟଫୋନ୍‌ ସରଞ୍ଜାମ ନିର୍ମାତା ବେଲ୍‌କିନ୍‌ କମ୍ପାନି ପକ୍ଷରୁ ଏକ ନୂତନ ଧରଣର ଇଅର୍‌ବଡ୍‌ ଭାରତୀୟ ବଜାରକୁ ଛଡ଼ାଯାଇଛି। ‘ସାଉଣ୍ଡ୍‌ଫର୍ମ ରିଦିମ୍‌’ ନାମକ ଏହି ଇଅର୍‌ବଡ୍‌ ଦିନ ତମାମ ବ୍ୟବହାର....

dfdfvcvf

ଆମେରିକାର ଅନ୍ୟତମ ସ୍ମାର୍ଟଫୋନ୍‌ ସରଞ୍ଜାମ ନିର୍ମାତା ବେଲ୍‌କିନ୍‌ କମ୍ପାନି ପକ୍ଷରୁ ଏକ ନୂତନ ଧରଣର ଇଅର୍‌ବଡ୍‌ ଭାରତୀୟ ବଜାରକୁ ଛଡ଼ାଯାଇଛି। ‘ସାଉଣ୍ଡ୍‌ଫର୍ମ ରିଦିମ୍‌’ ନାମକ ଏହି ଇଅର୍‌ବଡ୍‌ ଦିନ ତମାମ ବ୍ୟବହାର ପାଇଁ ଏକ ପ୍ରକୃଷ୍ଟ ସରଞ୍ଜାମ ଏବଂ ଏଥିରେ ଖଞ୍ଜାଯାଇଥିବା ଅତ୍ୟାଧୁନିକ ବୈଶିଷ୍ଟ୍ୟଗୁଡ଼ିକ ତାହାକୁ ଦୀର୍ଘସ୍ଥାୟୀ କରାଇବା ସହ ବ୍ୟବହାରକାରୀଙ୍କୁ ଏକ ଉପଭୋଗ୍ୟ ଶ୍ରବଣ ଅଭିଜ୍ଞତା ପ୍ରଦାନ କରିବ ବୋଲି କମ୍ପାନି ଆଶା ରଖିଛି। ଉଚ୍ଚମାନର ଶବ୍ଦ ସୃଷ୍ଟି କରିବା ପାଇଁ ଉକ୍ତ ଇଅର୍‌ବଡ୍‌ରେ କମ୍ପାନିର ନିଜସ୍ବ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ଏହା ମାଧ୍ୟମରେ କଥା ହେଲା ବେଳେ ବାହ୍ୟ କୋଳାହଳକୁ ହ୍ରାସ କରିବା ପାଇଁ ଆକ୍ଟିଭ୍‌ ‘ଏନ୍‌ଭାରନ୍‌ମେଣ୍ଟାଲ ନଏଜ୍‌ କ୍ୟାନ୍ସେଲେସନ୍‌’ (ଇଏନ୍‌ସି) ବ୍ୟବସ୍ଥା ରହିଛି। ବ୍ଳୁଟୁଥ୍‌ ୫.୩ ସହ ସୁସଙ୍ଗତ ଏହି ଇଅରବଡ୍‌ ୩୦ ଫୁଟ ଦୂରତା ମଧ୍ୟରେ ସ୍ଥିର ବେତାର ସଂଯୋଗ ବଜାୟ ରଖିପାରିବାର କ୍ଷମତା ରଖିଛି। 

ସେହିପରି ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଗ୍ୟାଜେଟ୍‌ ସହ କାମ କରୁଥିବା ‘ସାଉଣ୍ଡ୍‌ଫର୍ମ ରିଦିମ୍‌’ ଏକକାଳୀନ ଦୁଇଟି ଅଡିଓ ଯନ୍ତ୍ର ସହ ସଂଯୁକ୍ତ ହେବା ପାଇଁ ମଧ୍ୟ ସୁବିଧା ରହିଛି। ସି-ଟାଇପ୍‌ ୟୁଏସ୍‌ବି ପୋର୍ଟ ମାଧ୍ୟମରେ ଦ୍ରୁତ ଚାର୍ଜିଂ ହୋଇପାରୁଥିବା ଏହି ଇଅର୍‌ବଡ୍‌କୁ ମାତ୍ର ୧୦ ମିନିଟ୍‌ ଚାର୍ଜ କଲେ ତାହା ୯୦ ମିନିଟ୍‌ ଧରି କାମ କରିପାରିବ। ସେହିପରି ପୂରା ଚାର୍ଜ କଲା ପରେ ଏହା ୨୮ ଘଣ୍ଟା ଚାଲିବ। ଏହା ଚାର୍ଜିଂ ଖୋଳ ବିନା ୮ ଘଣ୍ଟା ପାଇଁ ଅବିରତ ସକ୍ରିୟ ରହିପାରିବା ସହ ଖୋଳ ସହିତ ଅତିରିକ୍ତ ୨୦ ଘଣ୍ଟା କାମ କରିପାରିବ। ଝାଳ ଓ ପାଣି ଛିଟିକାରୁ ସୁରକ୍ଷା ପାଇଁ ଏହାକୁ ଆଇପିଏକ୍ସ୫ ରେଟିଂ ମିଳିଛି। ଏହାର ଦାମ୍‌ ୨,୪୯୯ ଟଙ୍କା ରହିଥିବା ବେଳେ ଏହା ଇ-କମର୍ସ ପ୍ଲାଟଫର୍ମ ଆମାଜନ୍‌ ସମେତ ରିଲାଏନ୍‌ସ ଡିଜିଟାଲ୍‌, କ୍ରୋମ ପରି ଷ୍ଟୋର୍‌ରେ ମଧ୍ୟ ଉପଲବ୍‌ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe