ଫୋକସ୍‌ରେ ଗ୍ୟାଜେଟ୍: ଆଇଡିଆ ଟ୍ୟାବ୍‌ ପ୍ରୋ

ବିଶ୍ବର ଅନ୍ୟତମ ପ୍ରମୁଖ କମ୍ପ୍ୟୁଟର ନିର୍ମାତା ଲେନୋଭୋ କମ୍ପାନି ପକ୍ଷରୁ ତାହାର ସଦ୍ୟତମ ଆଣ୍ଡ୍ରଏଡ୍‌ ଟାବ୍‌ଲେଟ୍‌କୁ ଭାରତୀୟ ବଜାରରେ ଉନ୍ମୋଚିତ କରାଯାଇଛି। ଆସନ୍ତା ୨୧ ତାରିଖରୁ ବିକ୍ରି ଆରମ୍ଭ ହେବାକୁ ଥିବା ‘ଲେନୋଭୋ ଆଇଡିଆ ଟ୍ୟାବ୍‌ ପ୍ରୋ’ ଏକ ୪ ନାନୋମିଟର....

sscsc

ବିଶ୍ବର ଅନ୍ୟତମ ପ୍ରମୁଖ କମ୍ପ୍ୟୁଟର ନିର୍ମାତା ଲେନୋଭୋ କମ୍ପାନି ପକ୍ଷରୁ ତାହାର ସଦ୍ୟତମ ଆଣ୍ଡ୍ରଏଡ୍‌ ଟାବ୍‌ଲେଟ୍‌କୁ ଭାରତୀୟ ବଜାରରେ ଉନ୍ମୋଚିତ କରାଯାଇଛି। ଆସନ୍ତା ୨୧ ତାରିଖରୁ ବିକ୍ରି ଆରମ୍ଭ ହେବାକୁ ଥିବା ‘ଲେନୋଭୋ ଆଇଡିଆ ଟ୍ୟାବ୍‌ ପ୍ରୋ’ ଏକ ୪ ନାନୋମିଟର ଅକ୍ଟାକୋର ମିଡିଆଟେକ୍‌ ଡିମେନ୍‌ସିଟି ୮୩୦୦ ଚିପ୍‌ ଦ୍ବାରା ପରିଚାଳିତ, ଯାହାର ୧୨ ଜିବି ଯାଏ ରାମ୍‌ ଏବଂ ୨୫୬ ଜିବି ଯାଏ ମେମୋରି କ୍ଷମତା ରହିଛି। ଏଥିରେ ଖଚିତ ୧୦,୨୦୦ ଏମ୍‌ଏଏଚ୍‌ର ବ୍ୟାଟେରିଟି ୪୫ ଵାଟ୍‌ର ଫାଷ୍ଟ ଚାର୍ଜର ଦ୍ବାରା ଚାର୍ଜ ହେବାକୁ ସକ୍ଷମ। ଏଥିରେ ଡଲ୍‌ବି ଆଟମ୍‌ସ ସମ୍ବଳିତ ଚାରିଟି ଜେବିଏଲ୍‌ ସ୍ପିକର ଖଞ୍ଜାଯାଇଛି। ‘ଲେନୋଭୋ ଟ୍ୟାବ୍‌ ପେନ୍‌ ପ୍ଲସ୍‌’ ଏହି ଟାବ୍‌ଲେଟ୍‌ରେ କାମ କରିବ। କି’ବୋର୍ଡ ସହ ଯୋଡ଼ିବା ପାଇଁ ଏଥିରେ ଏକ ପୋଗୋ-ପିନ୍‌ କନେକ୍ଟର୍‌ ରହିଛି। ସ୍ମାର୍ଟ କଣ୍ଟ୍ରୋଲ୍‌ ବୈଶିଷ୍ଟ୍ୟ ଯୋଗୁଁ ଏହାକୁ କୌଣସି ସ୍ମାର୍ଟଫୋନ୍‌ ଓ କମ୍ପ୍ୟୁଟର ସହ ସଂଯୁକ୍ତ କରାଯାଇପାରିବ।

ଏହାର ୧୨.୭ ଇଞ୍ଚର ୧୮୪୦x୨୯୪୪ ପିକ୍ସେଲ୍ ବିଶିଷ୍ଟ ଏଲ୍‌ଟିପିଏସ୍‌ ଏଲ୍‌ସିଡି ପରଦାଟିର ରିଫ୍ରେସ ହାର ହେଉଛି ୧୪୪ ହର୍ଜ, ସର୍ବାଧିକ ବ୍ରାଇଟ୍‌ନେସ୍ ହେଉଛି ୪୦୦ ନିଟ୍‌ସ। ଆଣ୍ଡ୍ରଏଡ୍‌ ୧୪ ଉପରେ ପର୍ଯ୍ୟବସିତ ଏହି ଟାବ୍‌ଲେଟ୍‌ଟିକୁ ଆଣ୍ଡ୍ରଏଡ୍‌ ୧୬ ଯାଏ ସଫ୍‌ଟୱେର ଅପ୍‌ଡେଟ୍‌ ମିଳିବ ଏବଂ ୨୦୨୯ ଯାଏ ସିକ୍ୟୁରିଟି ଅପ୍‌ଡେଟ୍‌ ବଳବତ୍ତର ରହିବ ବୋଲି କମ୍ପାନି ଘୋଷଣ‌ା କରିଛି। ଏହାର ପୃଷ୍ଠଭାଗରେ ଏକ ୧୩ ମେଗାପିକ୍ସେଲ କ୍ୟାମେରା ସାଙ୍ଗକୁ ସେଲ୍‌ଫି ପାଇଁ ଏକ ୮ ମେଗାପିକ୍ସେଲ କ୍ୟାମେରା ରହିଛି। ଲୁନା ଗ୍ରେ ରଙ୍ଗ ବିଶିଷ୍ଟ ଏହି ଟାବଲେଟ୍‌ର ବାହ୍ୟ ସଂଯୋଗ ପାଇଁ ଵାଇ-ଫାଇ ୬ଇ, ବ୍ଳୁଟୁଥ୍ ୫.୩, ସି-ଟାଇପ୍‌ ୟୁଏସ୍‌ବି ପୋର୍ଟ ଆଦି ରହିଛି। ଫିଙ୍ଗରପ୍ରିଣ୍ଟ ସେନ୍‌ସର ଥିବା ଏହି ଟାବଲେଟ୍‌ର ୮ ଜିବି ରାମ୍‌ ଓ ୧୨୮ ଜିବି ମେମୋରି ସଂସ୍କରଣର ଭାରତୀୟ ମୂଲ୍ୟ ୨୭,୯୯୯ ଟଙ୍କା ହୋଇଥିବା ବେଳେ ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ଦାମ୍‌ ୩୦,୯୯୯ ଟଙ୍କା ରଖାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe