ଫୋକସ୍‌ରେ ଗ୍ୟାଜେଟ୍: ରେ-ବ୍ୟାନ୍‌ ମେଟା ସ୍ମାର୍ଟ ଚଷମା

ଭାଭାରତୀୟ ବଜାରରେ ଗତ ୧୯ ତାରିଖରୁ ରେ-ବ୍ୟାନ୍ ମେଟା ସ୍ମାର୍ଟ ଚଷମାର ବିକ୍ରି ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସ୍ମାର୍ଟ ଚଷମା ବିକ୍ରି ହୋଇ ଆସୁଛି। ଏହି ଚଷମାରେ ଖଚିତ କ୍ୟାମେରା ସାହାଯ୍ୟରେ ଜଣେ ବ୍ୟବହାରକାରୀ...

afadfdaf

ଭାଭାରତୀୟ ବଜାରରେ ଗତ ୧୯ ତାରିଖରୁ ରେ-ବ୍ୟାନ୍ ମେଟା ସ୍ମାର୍ଟ ଚଷମାର ବିକ୍ରି ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସ୍ମାର୍ଟ ଚଷମା ବିକ୍ରି ହୋଇ ଆସୁଛି। ଏହି ଚଷମାରେ ଖଚିତ କ୍ୟାମେରା ସାହାଯ୍ୟରେ ଜଣେ ବ୍ୟବହାରକାରୀ ଭିଡିଓ ରେକର୍ଡ କରିପାରିବା ସାଙ୍ଗକୁ ବିଭିନ୍ନ ଏଆଇ ବୈଶିଷ୍ଟ୍ୟ ଉପଭୋଗ କରିପାରିବେ। ଏହି ଏଆଇ ଚାଳିତ ସ୍ମାର୍ଟ ଚଷମାକୁ ପ୍ରଶ୍ନ ପଚାରି ବିଭିନ୍ନ ଭାଷାରେ ଉତ୍ତର, ସୂଚନା ଓ ସୁପାରିସ ପାଇବା ସମ୍ଭବ। ସେଥିପାଇଁ ହାତରେ କୌଣସି ସୁଇଚ୍ ଟିପିବାକୁ ପଡ଼ିନଥାଏ।

ମେଟା ସ୍ମାର୍ଟ ଚଷମାର ସବୁଠୁ ଭଲ କଥା ହେଉଛି ଏହା ସାଧାରଣ ଚଷମା ପରି ଦେଖାଯାଏ, କିନ୍ତୁ ଚଷମାର ଷ୍ଟେମ୍‌ରେ ଏଆଇ ବୈଶିଷ୍ଟ୍ୟ, କ୍ୟାମେରା, ସ୍ପିକର୍‌ ଓ ମାଇକ୍ ଲାଗିଛି। ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ବ୍ୟବହାରକାରୀ ଏହାକୁ ମେଟା ଏଆଇ ଆପ୍ ସହିତ ଯୋଡ଼ିପାରିବେ। ଏଥିରେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ପାଇଁ ସିଧାସଳଖ ମେସେଜ୍‌ (ଡିଏମ୍‌) ଓ ଫଟୋ ପଠାଇବା ସହ ଚଷମାରୁ ଭିଡିଓ କଲ୍ କରିବାର ସୁବିଧା ରହିଛି। ଏହି ମେଟା ରେ-ବ୍ୟାନ୍ ସ୍ମାର୍ଟ ଚଷମାର ମୂଳ ସଂସ୍କରଣ ୨୯,୯୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର ୱେଫେରର୍ ମ୍ୟାଟ୍ ବ୍ଲାକ୍ ମଡେଲ୍‌ର ମୂଲ୍ୟ ୩୨,୧୦୦ ଟଙ୍କା ଏବଂ ପ୍ରିମିୟମ୍ ମଡେଲ୍‌ର ମୂଲ୍ୟ ୩୫,୭୦୦ ଟଙ୍କା ରହିଛି। ଏହି ସ୍ମାର୍ଟ ଚଷମାକୁ ଟାଇଟାନ ଆଇ+ ଷ୍ଟୋର ଓ ରେ-ବ୍ୟାନ୍ ୱେବ୍‌ସାଇଟ୍‌ରୁ କିଣି 
ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe