ଫୋକସ୍‌ରେ ଗ୍ୟାଜେଟ୍: ରୋବଟ୍‌ ଭାକ୍ୟୁମ୍ କ୍ଲିନର୍‌

ଘରର ଚଟାଣକୁ ପୋଛାପୋଛି କରି ପରିଷ୍କାର ରଖିବା ପାଇଁ ଅତ୍ୟାଧୁନିକ ରୋବଟ୍‌ ଏବେ ଭାରତରେ ଉପଲବ୍ଧ ହେଲାଣି। ଡ୍ରିମ୍ ଟେକ୍‌ନୋଲୋଜି ପ୍ରସ୍ତୁତ ‘ଏଫ୍‌୧୦’ ସେଭଳି ଏକ ଶକ୍ତିଶାଳୀ ରୋବଟ୍‌।  ଏହି ରୋବ୍‌ଟଟି ୫,୨୦୦ଏମ୍‌ଏଏଚ୍‌ ବ୍ୟାଟେରି ଦ୍ବାରା କାର୍ଯ୍ୟକ୍ଷମ।

adadgdacv

ଘରର ଚଟାଣକୁ ପୋଛାପୋଛି କରି ପରିଷ୍କାର ରଖିବା ପାଇଁ ଅତ୍ୟାଧୁନିକ ରୋବଟ୍‌ ଏବେ ଭାରତରେ ଉପଲବ୍ଧ ହେଲାଣି। ଡ୍ରିମ୍ ଟେକ୍‌ନୋଲୋଜି ପ୍ରସ୍ତୁତ ‘ଏଫ୍‌୧୦’ ସେଭଳି ଏକ ଶକ୍ତିଶାଳୀ ରୋବଟ୍‌। 
ଏହି ରୋବ୍‌ଟଟି ୫,୨୦୦ଏମ୍‌ଏଏଚ୍‌ ବ୍ୟାଟେରି ଦ୍ବାରା କାର୍ଯ୍ୟକ୍ଷମ। ଥରେ ଚାର୍ଜ କଲେ ଏହା ୩୦୦ ମିନିଟ୍‌ ଧରି ୨୭୦ ବର୍ଗମିଟର ଚଟାଣ ସଫା କରିପାରିବ ବୋଲି କମ୍ପାନିର ଦାବି। ଏହାର ଭାକ୍ୟୁମ୍‌ ସକ୍ସନ୍‌ ପାଵାର୍‌ ୧୩,୦୦୦ପିଏ।

ସ୍ମାର୍ଟ ପାଥ୍‌ଫାଇଣ୍ଡର୍‌ ପ୍ରଯୁକ୍ତି ବଳରେ ଏହି ରୋବଟ୍‌ ଘରକୁ ସ୍କାନ୍‌ କରି ଏହାର ଏକ ମ୍ୟାପ୍‌ ପ୍ରସ୍ତୁତ କରିଥାଏ, ଯାହା ସାହାଯ୍ୟରେ ଚଟାଣରୁ ଧୂଳି ସଂଗ୍ରହ କରିବା ଓ ପୋଛା ମାରିବା କାମ ସୁଗମ ହୁଏ। ଏହା ଆପେଆପେ ଚାର୍ଜିଂ ଡକ୍‌ ନିକଟକୁ ଆସି ନିଜକୁ ଚାର୍ଜ କରିପାରେ। ଅବରୋଧ ଏଡ଼ାଇବା ଓ ଶିଡ଼ିରୁ ତଳକୁ ନ ଖସିବା ପାଇଁ ଏଥିରେ ସେନ୍‌ସର୍‌ ଲାଗିଛି। ଆଲେକ୍ସା, ସିରି, ଗୁଗଲ୍‌ ଆସିଷ୍ଟାଣ୍ଟ ଫିଚର୍‌ ମଧ୍ୟ ଏଥିରେ ରହିଛି। ଡ୍ରିମ୍ ଏଫ୍‌୧୦ ବର୍ତ୍ତମାନ ‘ଆମାଜନ୍‌’ରେ ୧୯,୯୯୯ ଟଙ୍କାରେ ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe