ଚୀନର ଭିଭୋ କମ୍ପାନି ପକ୍ଷରୁ ଏକ୍ସ୩୦୦ ମଡେଲ୍ ଏବେ ଭାରତରେ ଉପଲବ୍ଧ ହୋଇଛି। ଆଣ୍ଡ୍ରଏଡ୍ ୧୬ ଉପରେ ଆଧାରିତ ଏହି ଫୋନ୍ ଏକ ୩ ନାନୋମିଟର ମିଡିଆଟେକ୍ ଡିମେନ୍ସିଟି ୯୫୦୦ ଚିପ୍ ଦ୍ୱାରା ପରିଚାଳିତ ଏବଂ ଏଥିରେ ଏକ ପ୍ରୋଇମେଜିଂ ଭିଏସ୍୧ ଚିପ୍ ଏବଂ ଭି୩+ ଇମେଜିଂ ଚିପ୍ ଯୋଡି ହୋଇଛି। ଫଟୋ ଓ ଭିଡିଓ ଉତ୍ତୋଳନ ପାଇଁ ଏଥିରେ ଏକ ୨୦୦ ମେଗାପିକ୍ସେଲ୍ର ଜେଇସ ମୁଖ୍ୟ କ୍ୟାମେରା, ୫୦ ମେଗାପିକ୍ସେଲ୍ ସୋନି ଵାଇଡ୍ ଆଙ୍ଗଲ ଲେନ୍ସ ଓ ୫୦ ମେଗାପିକ୍ସେଲ ସୋନି ଟେଲିଫଟୋ ସୁଟର ରହିଛି। ସେହିପରି ସେଲ୍ଫି ଓ ଭିଡିଓ ପାଇଁ ୫୦ ମେଗାପିକ୍ସେଲର ସେନ୍ସର୍ ରହିଛି।
Demand: ୧୩ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଡ଼ାକ୍ତର
ଏଥିରେ ଖଚିତ ୬,୦୪୦ ଏମ୍ଏଏଚ୍ର ଲିଥିଅମ୍-ଆୟନ୍ ବ୍ୟାଟେରି ପ୍ୟାକ୍ ୯୦ ଵାଟ୍ର ତାରଯୁକ୍ତ ଚାର୍ଜିଂ ଓ ୪୦ ଵାଟ୍ର ବେତାର ଚାର୍ଜିଂକୁ ସମର୍ଥନ କରେ। ସୁରକ୍ଷା ପାଇଁ ଏଥିରେ ଏକ ଇନ-ଡିସପ୍ଲେ ୩ଡି ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଖଞ୍ଜାଯାଇଛି। ଧୂଳି ଓ ଜଳ ପ୍ରତିରୋଧ ପାଇଁ ଏହାକୁ ଆଇପି୬୮ ଓ ଆଇପି୬୯ ରେଟିଂ ମିଳିଛି। ଏଲିଟ୍ ବ୍ଲାକ୍, ମିଷ୍ଟ ବ୍ଲୁ ଓ ସମିଟ୍ ରେଡ୍ ପରି ତିନିଟି ରଙ୍ଗ ବିକଳ୍ପରେ ଆସନ୍ତା ୧୦ ତାରିଖରୁ ବିକ୍ରି ହେବାକୁ ଥିବା ‘ଭିଭୋ ଏକ୍ସ୩୦୦’ର ୧୨ ଜିବି ରାମ୍ ଓ ୨୫୬ ଜିବି ମେମୋରି ସଂସ୍କରଣର ପ୍ରାରମ୍ଭିକ ମୂଲ୍ୟ ୭୫,୯୯୯ ଟଙ୍କା ରହିଛି। ସେହିପରି ୧୨ ଜିବି ରାମ୍ ଓ ୫୧୨ ମେମୋରି ମଡେଲ୍ର ଦାମ୍ ୮୧,୯୯୯ ଟଙ୍କା ଏବଂ ୧୬ ଜିବି ରାମ୍ ଓ ୫୧୨ ଜିବି ମେମୋରି ସଂସ୍କରଣର ମୂଲ୍ୟ ୮୫,୯୯୯ ଟଙ୍କା ରଖାଯାଇଛି। ଏହାର ପ୍ରି-ବୁକିଂ ବର୍ତ୍ତମାନ ଭିଭୋ ଇଣ୍ଡିଆ ୱେବସାଇଟ୍ ମାଧ୍ୟମରେ ଖୋଲା ଅଛି।
Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/vivo-2025-12-04-01-39-05.jpg)