ଫୋକସ୍‌ରେ ଗ୍ୟାଜେଟ୍: ପ୍ରିମିଅମ୍‌ ହେଡ୍‌ଫୋନ୍‌ ଓ ସ୍ପିକର୍‌ର କାର୍ଡେସିଆନ୍‌ ସଂସ୍କରଣ

ଆପଲ୍‌ କମ୍ପାନିର ଅଡିଓ ବ୍ରାଣ୍ଡ୍‌ ‘ବିଟ୍‌ସ’ ଓ ଆମେରିକାର ପ୍ରସିଦ୍ଧ ସେଲିବ୍ରିଟି ତଥା ଉଦ୍ୟୋଗୀ କିମ୍‌ କାର୍ଡେସିଆନ୍‌ଙ୍କ ସହଭାଗିତାରେ ପ୍ରସ୍ତୁତ ସ୍ବତନ୍ତ୍ର ସଂସ୍କରଣର ହେଡ୍‌ଫୋନ୍‌ ଓ ସ୍ପିକର୍‌ ଭାରତୀୟ ବଜାରରେ ଉପଲବ୍‌ଧ ହୋଇଛି।

hkfkkhfhkf

ଆପଲ୍‌ କମ୍ପାନିର ଅଡିଓ ବ୍ରାଣ୍ଡ୍‌ ‘ବିଟ୍‌ସ’ ଓ ଆମେରିକାର ପ୍ରସିଦ୍ଧ ସେଲିବ୍ରିଟି ତଥା ଉଦ୍ୟୋଗୀ କିମ୍‌ କାର୍ଡେସିଆନ୍‌ଙ୍କ ସହଭାଗିତାରେ ପ୍ରସ୍ତୁତ ସ୍ବତନ୍ତ୍ର ସଂସ୍କରଣର ହେଡ୍‌ଫୋନ୍‌ ଓ ସ୍ପିକର୍‌ ଭାରତୀୟ ବଜାରରେ ଉପଲବ୍‌ଧ ହୋଇଛି। ‘ବିଟ୍‌ସ ଷ୍ଟୁଡିଓ ପ୍ରୋ’ ହେଡ୍‌ଫୋନ୍‌ ଓ ‘ବିଟ୍‌ସ ପିଲ୍‌’ ସ୍ପିକର୍‌ ଗତ ୭ ତାରିଖରୁ ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌ ଷ୍ଟୋର୍‌ ସମେତ ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ରିଲାଏନ୍‌ସ ପରି ଅନ୍‌ଲାଇନ୍‌ ଷ୍ଟୋର୍‌ରେ ମିଳୁଛି। ‘ବିଟ୍‌ସ ଷ୍ଟୁଡିଓ ପ୍ରୋ’ ହେଡ୍‌ଫୋନ୍‌ର ମୁନ୍‌, ଡ୍ୟୁନ୍‌ ଓ ଆର୍ଥ ପରି ତିନିଟି ରଙ୍ଗ ରହିଥିବା ବେଳେ ‘ବିଟ୍‌ସ ପିଲ୍‌’ ସ୍ପିକର୍‌ର ଫିକା ଧୂସର ଓ ଗାଢ଼ ଧୂସର ପରି ଦୁଇଟି ରଙ୍ଗ ରହିଛି। ‘ବିଟ୍‌ସ ଷ୍ଟୁଡିଓ ପ୍ରୋ’ର ଦାମ୍‌ ୩୭,୯୦୦ ଟଙ୍କା ରଖାଯାଇଥିବା ବେଳେ ‘ବିଟ୍‌ସ ପିଲ୍‌’ର ଦାମ୍‌ ରହିଛି ୧୬,୯୦୦ ଟଙ୍କା।

 ଆକ୍ଟିଭ୍‌ ନଏଜ୍‌ କ୍ୟାନ୍‌ସଲେସନ୍‌ (ଏଏନ୍‌ସି) ଜ୍ଞାନକୌଶଳ ଥିବା ହେଡ୍‌ଫୋନ୍‌ଟି ବାହ୍ୟ କୋଳାହଳକୁ ପ୍ରତିହତ କରି ଏକ ଅନନ୍ୟ ଶ୍ରବଣ ଅନୁଭୂତି ପ୍ରଦାନ କରିବ। ହେଡ୍‌ଫୋନ୍‌ଟିକୁ ଦୀର୍ଘ ସମୟ ଆରାମରେ ବ୍ୟବହାର କରିବା ଲାଗି ସେଥିରେ ଅଲ୍‌ଟ୍ରାପ୍ଲସ୍‌ ଲେଦର୍‌ କୁସନ୍‌ ଲଗାଯାଇଛି। ଏହି ଦୁଇଟିର ବ୍ୟାଟେରିଟି ସି-ଟାଇପ୍‌ ୟୁଏସ୍‌ବି ପୋର୍ଟ ଦ୍ବାରା ଚାର୍ଜ ହେବ। ଥରେ ଚାର୍ଜ କଲେ ହେଡ୍‌ଫୋନ୍‌ଟି ୪୦ ଘଣ୍ଟା ଏବଂ ‘ବିଟ୍‌ସ ପିଲ୍‌’ ସ୍ପିକର୍‌ ୨୪ ଘଣ୍ଟା ସକ୍ରିୟ ରହିବ। ଏହା ଉଭୟ ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ଫୋନ୍‌ ସହ ବ୍ୟବହାର କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe