ଫୋକସ୍‌ରେ ଗ୍ୟାଜେଟ୍: ଆରାମଦାୟକ ‘ଭର୍ଟିକାଲ୍‌ ମାଉସ୍‌’

Advertisment

ଜଣାଶୁଣା କମ୍ପ୍ୟୁଟର ଉପକରଣ ନିର୍ମାତା ଲଜିଟେକ୍‌ କମ୍ପାନି ଏକ ଅଭିନବ ମାଉସ୍‌ ବଜାରକୁ ଛାଡ଼ିଛି, ଯାହା ପାରମ୍ପରିକ ମାଉସ୍‌ଠାରୁ ବହୁ ଦୃଷ୍ଟିରୁ ଭିନ୍ନ। ‘ଲଜିଟେକ୍‌ ଏମ୍‌ଏକ୍ସ’ ନାମକ ଏହି ଭର୍ଟିକାଲ୍‌ ମାଉସ୍‌ଟି ଦେଖିବାକୁ ଖୁବ୍ ଆକର୍ଷଣୀୟ।

ଜଣାଶୁଣା କମ୍ପ୍ୟୁଟର ଉପକରଣ ନିର୍ମାତା ଲଜିଟେକ୍‌ କମ୍ପାନି ଏକ ଅଭିନବ ମାଉସ୍‌ ବଜାରକୁ ଛାଡ଼ିଛି, ଯାହା ପାରମ୍ପରିକ ମାଉସ୍‌ଠାରୁ ବହୁ ଦୃଷ୍ଟିରୁ ଭିନ୍ନ। ‘ଲଜିଟେକ୍‌ ଏମ୍‌ଏକ୍ସ’ ନାମକ ଏହି ଭର୍ଟିକାଲ୍‌ ମାଉସ୍‌ଟି ଦେଖିବାକୁ ଖୁବ୍ ଆକର୍ଷଣୀୟ।

fgfssfgrew

ଜଣାଶୁଣା କମ୍ପ୍ୟୁଟର ଉପକରଣ ନିର୍ମାତା ଲଜିଟେକ୍‌ କମ୍ପାନି ଏକ ଅଭିନବ ମାଉସ୍‌ ବଜାରକୁ ଛାଡ଼ିଛି, ଯାହା ପାରମ୍ପରିକ ମାଉସ୍‌ଠାରୁ ବହୁ ଦୃଷ୍ଟିରୁ ଭିନ୍ନ। ‘ଲଜିଟେକ୍‌ ଏମ୍‌ଏକ୍ସ’ ନାମକ ଏହି ଭର୍ଟିକାଲ୍‌ ମାଉସ୍‌ଟି ଦେଖିବାକୁ ଖୁବ୍ ଆକର୍ଷଣୀୟ। କମ୍ପ୍ୟୁଟର ପାଖରେ ଘଣ୍ଟା ଘଣ୍ଟା ବସୁଥିବା ବ୍ୟବହାରକାରୀଙ୍କ ହାତର ମାଂଶପେଶୀ ଚାପ ହ୍ରାସ କରିବା ଲାଗି ଏହା ସ୍ବତନ୍ତ୍ର ଭାବରେ ନିର୍ମିତ। ଡାହାଣ-ହାତୀମାନଙ୍କ ପାଇଁ ଡିଜାଇନ୍‌ ହୋଇଥିବା ଏହି ମାଉସ୍‌ର ମୂଲ୍ୟ ୧୨,୨୯୫ ଟଙ୍କା ରହିଛି। ଏହା ବ୍ୟୟବହୁଳ ସତ, କିନ୍ତୁ ପେସାଧାରୀମାନେ ଏଥିରୁ ଭରପୂର ଲାଭ ଉଠାଇପାରିବେ।

ଏହି ମାଉସର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର ୫୭ ଡିଗ୍ରି ଆନତ କୋଣ, ଯାହା ହାତର ଗତିକୁ ୧୦ ପ୍ରତିଶତ କମାଇବା ସହ କଚଟି ଚାପକୁ ହ୍ରାସ କରିପାରିବ ବୋଲି କମ୍ପାନି ଦାବି କରିଛି। ଏହାକୁ ଦୃଢ଼ ଭାବରେ ଧରିବା ଲାଗି ଉପରପୃଷ୍ଠରେ ଏକ ରବର ଆବରଣ ରହିଛି। ଏହା ଵିଣ୍ଡୋଜ୍‌, ମ୍ୟାକ୍‌ଓଏସ୍‌, ଆଣ୍ଡ୍ରଏଡ୍‌ ଓ ଆଇଓଏସ୍ ସହ ସୁସଂଗତ। ଏହାକୁ ବ୍ଳୁଟୁଥ୍‌ କିମ୍ବା ଯୁଏସ୍‌ବି-ସି କେବଲ୍‌ ଦ୍ବାରା ସଂଯୋଗ କରାଯାଇପାରିବ। ଏହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ଚାରି ମାସ ଯାଏ ଚାଲିପାରିବ। ଦୀର୍ଘଦିନ ଧରି କମ୍ପ୍ୟୁଟର ବ୍ୟବହାର ଯୋଗୁଁ କଚଟି ଚାପ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଉପଯୋଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe