ଫୋକସ୍‌ରେ ଗ୍ୟାଜେଟ୍: କମ୍‌ ଦାମ୍‌ରେ ଡ୍ୟାସ୍‌କ୍ୟାମ୍‌

ଭାରତରେ ସଡ଼କ ଦୁର୍ଘଟଣା ହେଲେ ପରିସ୍ଥିତି ଖୁବ୍ ଜଟିଳ ହୋଇଯାଏ। କେହି ଦୋଷ ନେବାକୁ ଚାହାନ୍ତି ନାହିଁ ଏବଂ ପ୍ରାୟତଃ ସମସ୍ତେ ରାସ୍ତାରେ ଯୁକ୍ତିତର୍କ କରନ୍ତି, ସମୟ ନଷ୍ଟ କରନ୍ତି ଏବଂ ଟ୍ରାଫିକ୍ ଜାମ୍ ସୃଷ୍ଟି କରନ୍ତି।

Car Dashcam

ଭାରତରେ ସଡ଼କ ଦୁର୍ଘଟଣା ହେଲେ ପରିସ୍ଥିତି ଖୁବ୍ ଜଟିଳ ହୋଇଯାଏ। କେହି ଦୋଷ ନେବାକୁ ଚାହାନ୍ତି ନାହିଁ ଏବଂ ପ୍ରାୟତଃ ସମସ୍ତେ ରାସ୍ତାରେ ଯୁକ୍ତିତର୍କ କରନ୍ତି, ସମୟ ନଷ୍ଟ କରନ୍ତି ଏବଂ ଟ୍ରାଫିକ୍ ଜାମ୍ ସୃଷ୍ଟି କରନ୍ତି। ପୂର୍ବରୁ ଜଣେ ନିଜକୁ ନିର୍ଦୋଷ ବୋଲି ପ୍ରମାଣ କରିବା କଷ୍ଟକର ଥିଲା। କିନ୍ତୁ ବର୍ତ୍ତମାନ ସୁଲଭ ‘ଡ୍ୟାସ୍‌କ୍ୟାମ୍’ ଦ୍ବାରା ସଚିତ୍ର ପ୍ରମାଣ  ଦେଖାଇବା ବହୁତ ସହଜ। ଉଲ୍ଲେଖଯୋଗ୍ୟ, ‘ଡ୍ୟାସ୍‌କ୍ୟାମ୍’ ହେଉଛି ଗାଡ଼ି ଚଲାଇବା ସମୟରେ ରାସ୍ତା ଏବଂ ଆଖପାଖର ଭିଡିଓ ଫୁଟେଜ୍ ନିରନ୍ତର ରେକର୍ଡ କରିବା ପାଇଁ ଗାଡ଼ିରେ ଲଗାଯାଇଥିବା ଏକ କ୍ୟାମେରା। ଏହା ମୁଖ୍ୟତଃ ଦୁର୍ଘଟଣା ସମୟରେ ‘ନିରବ ସାକ୍ଷୀ’ ଭାବରେ କାର୍ଯ୍ୟ କରେ, ବୀମା ଦାବି, ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ଘଟଣା ତଦନ୍ତ ପାଇଁ ଭିଡିଓ ପ୍ରମାଣ ପ୍ରଦାନ କରେ। ଦୁର୍ଘଟଣା ବ୍ୟତୀତ ଏହା ହିଟ୍-ଆଣ୍ଡ୍-ରନ୍, ବେପରୁଆ ଗାଡ଼ି ଚାଳନା କିମ୍ବା ଭଙ୍ଗାରୁଜା ଭଳି ଅନ୍ୟାନ୍ୟ ରାସ୍ତା ଘଟଣାଗୁଡ଼ିକୁ ମଧ୍ୟ ରେକର୍ଡ କରିପାରିବ।

ଏ ପରିପ୍ରେକ୍ଷୀରେ କ୍ୟୁବୋ କମ୍ପାନିର ମାତ୍ର ୬,୪୯୦ ଟଙ୍କାରେ ମିଳୁଥିବା ‘କ୍ୟୁବୋ ଡ୍ୟାସ୍‌କ୍ୟାମ୍‌ ପ୍ରୋ ୨.୭କେ’ ହେଉଛି ଏକ ଉତ୍ତମ ପସନ୍ଦ। ଏଥିରେ କ୍ୟୁବୋ କ୍ୟାମେରା ଲେନ୍ସ ଏବଂ ୨-ଇଞ୍ଚ ଏଲ୍‌ସିଡି ଡିସପ୍ଲେ ଲାଗିଛି। ଏଥିରେ ଖଚିତ ଏକ ୫ଏମ୍‌ପିର କ୍ୟାମେରା ୨.୭କେ କ୍ୟୁଏଚ୍‌ଡି ପ୍ଲସ୍‌ ରିଜୋଲ୍ୟୁସନରେ ଭିଡିଓ ରେକର୍ଡିଂ କରିପାରିବ। ବିଭିନ୍ନ ପାଣିପାଗରେ କାର୍ଯ୍ୟ କରିବା ପାଇଁ ଏଥିରେ ଏକ ସୁପର କାପାସିଟର ଯୋଡ଼ାଯାଇଛି। କ୍ୟାମେରାରେ ୧୪୦-ଡିଗ୍ରିର ଫିଲ୍‌ଡ ଅଫ୍ ଭ୍ୟୁ(ଏଫ୍‌ଓଭି) ଅଛି, ଯାହାର ଅର୍ଥ କୌଣସି ପ୍ରଶସ୍ତ ଏକ୍ସପ୍ରେସ୍‌ୱେରେ ସବିଶେଷ ଟ୍ରାଫିକ୍ ରେକର୍ଡ କରିହେବ। ହାଇ ଡାଇନାମିକ୍‌ ରେଞ୍ଜ(ଏଚ୍‌ଡିଆର୍‌) ପରି ପ୍ରଯୁକ୍ତିବିଦ୍ୟା ବଳରେ ଏହା ରାତିରେ ମଧ୍ୟ ଭଲ ଭାବରେ କାମ କରିପାରିବ। ସଂଯୋଗ ପାଇଁ ଏଥିରେ ଵାଇଫାଇ, ୟୁଏସ୍‌ବି ପୋର୍ଟର ସୁବିଧା ରହିଛି। ଫୁଟେଜ୍‌କୁ ଷ୍ଟୋର୍‌ କରିବା ପାଇଁ ଏଥିରେ ୧ ଟିବି ପର୍ଯ୍ୟନ୍ତ ମେମୋରି କାର୍ଡ ଲଗାଇ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe