ଫୋକସ୍‌ରେ ଗ୍ୟାଜେଟ୍: ଫ୍ୟାନ୍ ଖଚିତ ଗେମିଂ ଫୋନ୍‌

ଚୀନୀ ଫୋନ୍‌ ନିର୍ମାତା ଓପୋ ‘କେ୧୩ ଟର୍ବୋ’ ଓ ‘କେ୧୩ ଟର୍ବୋ ପ୍ରୋ’ ନାମକ ଦୁଇଟି ଗେମିଂ ସ୍ମାର୍ଟଫୋନ୍‌ ଉନ୍ମୋଚିତ କରିଛି। ଏହି ଫୋନଦ୍ବୟର ବିଶେଷତ୍ବ ହେଲା, ଥଣ୍ଡା ରହିବା ପାଇଁ ଫୋନ୍‌ ଭିତରେ ସେଣ୍ଟ୍ରିଫ୍ୟୁଗାଲ୍ ଫ୍ୟାନ୍ ଲାଗିଛି।

fhfhfbvbbv

ଚୀନୀ ଫୋନ୍‌ ନିର୍ମାତା ଓପୋ ‘କେ୧୩ ଟର୍ବୋ’ ଓ ‘କେ୧୩ ଟର୍ବୋ ପ୍ରୋ’ ନାମକ ଦୁଇଟି ଗେମିଂ ସ୍ମାର୍ଟଫୋନ୍‌ ଉନ୍ମୋଚିତ କରିଛି। ଏହି ଫୋନଦ୍ବୟର ବିଶେଷତ୍ବ ହେଲା, ଥଣ୍ଡା ରହିବା ପାଇଁ ଫୋନ୍‌ ଭିତରେ ସେଣ୍ଟ୍ରିଫ୍ୟୁଗାଲ୍ ଫ୍ୟାନ୍ ଲାଗିଛି। ଉଭୟରେ ୬.୮୦ ଇଞ୍ଚର ଆମୋଲେଡ୍‌ ପରଦା ରହିଛି, ଯାହାର ରିଫ୍ରେସ୍ ହାର ୧୨୦ ହର୍ଜ, ସର୍ବାଧିକ ବ୍ରାଇଟ୍‌ନେସ୍‌ ୧,୬୦୦ ନିଟ୍‌ସ। ଉଭୟ ମଡେଲରେ ୧୬ ଜିବି ଯାଏ ରାମ୍‌ ଏବଂ ୫୧୨ ଜିବି ଯାଏ ଷ୍ଟୋରେଜ୍ ସୁବିଧା ରହିଛି; ପଛରେ ୫୦-ଏମ୍‌ପି ମେନ୍‌ କ୍ୟାମେରା ଓ ୨-ଏମ୍‌ପି ସେନ୍‌ସର୍‌ ସହିତ ସମ୍ମୁଖରେ ୧୬-ଏମ୍‌ପି ସେଲ୍‌ଫି କ୍ୟାମେରା ଅଛି। ଦୁଇଟିଯାକ ଫୋନ୍‌ରେ ୮୦ ଵାଟ୍‌ର ଫାଷ୍ଟ ଚାର୍ଜିଂ ସମର୍ଥିତ ୭,୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ଲାଗିଛି।  ‘କେ୧୩ ଟର୍ବୋ’ ଚତୁର୍ଥ ପିଢ଼ିର ସ୍ନାପଡ୍ରାଗନ ୮କୋର୍‌ ଚିପ୍‌ସେଟ୍ ଦ୍ବାରା ଓ ‘କେ୧୩ ଚର୍ବୋ ପ୍ରୋ’ ମିଡିଆଟେକ୍‌ ଡିମେନ୍‌ସିଟି ୮୪୫୦ ଚିପ୍‌ସେଟ୍ ଦ୍ବାରା ପରିଚାଳିତ। 

ଉଭୟ ସ୍ମାର୍ଟଫୋନ୍ ପାଇଁ ପ୍ରି-ବୁକିଂ ଅଗଷ୍ଟ ୧୧ରୁ ଆରମ୍ଭ ହୋଇଥିବାବେଳେ ‘କେ୧୩ ଟର୍ବୋ ପ୍ରୋ’ ଅଗଷ୍ଟ ୧୫ରୁ ଏବଂ ‘କେ୧୩ ଟର୍ବୋ’ ଅଗଷ୍ଟ ୧୮ରୁ ବିକ୍ରି ହେବ। ‘କେ୧୩ ଟର୍ବୋ ପ୍ରୋ’ର ପ୍ରାରମ୍ଭିକ ମୂଲ୍ୟ ୩୭,୯୯୯ ଟଙ୍କା। ଅପରପକ୍ଷେ, ‘କେ୧୩ ଟର୍ବୋ’ର ମୂଲ୍ୟ ୨୭,୯୯୯ ଟଙ୍କାରୁ ଆରମ୍ଭ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe