ଫୋକସ୍‌ରେ ଗ୍ୟାଜେଟ୍: ଆସୁଛି ଗାଲାକ୍ସି ଏଫ୍‌୩୬ ୫ଜି

ଗାଲାକ୍ସି ଏଫ୍‌୩୬ ୫ଜି ହେଉଛି ଭାରତରେ ଲଞ୍ଚ୍ ହେବାକୁ ଥିବା ସାମସଙ୍ଗ୍ କମ୍ପାନିର ସଦ୍ୟତମ ମଧ୍ୟମ-ରେଞ୍ଜ ଫୋନ୍। ଏଆଇ ବୈଶିଷ୍ଟ୍ୟ ସାଙ୍ଗକୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ସୁଦୀର୍ଘ ଓଏସ୍‌ ସପୋର୍ଟ, ଉତ୍କୃଷ୍ଟ କ୍ୟାମେରା ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ସମ୍ବଳିତ....

safsfsfcxxc

ଗାଲାକ୍ସି ଏଫ୍‌୩୬ ୫ଜି ହେଉଛି ଭାରତରେ ଲଞ୍ଚ୍ ହେବାକୁ ଥିବା ସାମସଙ୍ଗ୍ କମ୍ପାନିର ସଦ୍ୟତମ ମଧ୍ୟମ-ରେଞ୍ଜ ଫୋନ୍। ଏଆଇ ବୈଶିଷ୍ଟ୍ୟ ସାଙ୍ଗକୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ସୁଦୀର୍ଘ ଓଏସ୍‌ ସପୋର୍ଟ, ଉତ୍କୃଷ୍ଟ କ୍ୟାମେରା ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ସମ୍ବଳିତ ଏହି ଫୋନ୍‌ ଗ୍ରାହକଙ୍କ ସମର୍ଥନ ହାସଲ କରିବ ବୋଲି କମ୍ପାନି ଆଶା ରଖିଛି। ଏକ୍‌ସିନେସ୍ ୧୩୮୦ ଚିପସେଟ୍ ଉପରେ ପର୍ଯ୍ୟବସିତ ଏହି ଫୋନ୍‌ର ଏକ ଏଫ୍‌ଏଚ୍‌ଡି+ ରିଜୋଲୁସନ୍‌ ଓ ୧୨୦ ହର୍ଜ ରିଫ୍ରେସ୍ ରେଟ୍ ବିଶିଷ୍ଟ ୬.୭ ଇଞ୍ଚର ସୁପର ଆମୋଲେଡ୍‌ ଡିସପ୍ଲେ ରହିଛି। ୮ଜିବି ରାମ୍‌ ଓ ୨୫୬ ଜିବି ମୋମୋରି ବିଶିଷ୍ଟ ଏହି ଫୋନ୍‌ର ଭିକ୍ଟସ୍‌ ପ୍ଲସ୍‌ ଗରିଲା ଗ୍ଳାସ ସୁରକ୍ଷା ରହିଛି।

ଏହାର ଏକ ପ୍ରାଇମେରି ୫୦ ଏମ୍‌ପି ସେନ୍‌ସର୍, ଏକ ୮ ଏମ୍‌ପି ଅଲ୍‌ଟ୍ରାୱାଇଡ୍ ଲେନ୍‌ସ ଏବଂ ଏକ ୨ ଏମ୍‌ପି ମାକ୍ରୋ ସୁଟର ସାଙ୍ଗକୁ ସେଲ୍‌ଫି ପାଇଁ ୧୩ ଏମ୍‌ପିର ଫ୍ରଣ୍ଟ୍ କ୍ୟାମେରା ରହିଛି। ଆଣ୍ଡ୍ରଏଡ୍‌ ୧୫ ଆଧାରିତ ଏହି ଫୋନ୍‌ ୬ଟି ଓଏସ୍‌ ଅପଗ୍ରେଡ୍ ଏବଂ ୭ ବର୍ଷର ସିକ୍ୟୁରିଟି ଅପଡେଟ୍‌ର ପ୍ରତିଶ୍ରୁତି ଦେଉଛି। ଏହାର ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ପ୍ୟାକ୍‌ଟି ୨୫ ଵାଟ୍‌ ଚାର୍ଜିଂକୁ ସମର୍ଥନ କରେ। ଭାରତରେ ଆସନ୍ତା ୨୯ ତାରିଖରୁ ଅନ୍‌ଲାଇନ୍ ମାଧ୍ୟମରେ ଏହି ଫୋନ ଉପଲବ୍‌ଧ ହେବ। ଫୋନ୍‌ର ୬ ଜିବି ରାମ୍‌ ଓ ୧୨୮ ଜିବି ମେମୋରି ସଂସ୍କରଣର ମୂଲ୍ୟ ୧୭,୪୯୯ ଟଙ୍କା ରହିଥିବା ବେଳେ ୮ଜିବି ରାମ୍‌ ଓ ୨୫୬ ଜିବି ମେମୋରି ଭାରିଆଣ୍ଟ୍‌ର ମୂଲ୍ୟ ୧୮,୯୯୯ ଟଙ୍କା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe