ଫୋକସ୍‌ରେ ଗ୍ୟାଜେଟ୍: ନୂଆ ବଜେଟ୍ ଇଅର୍‌ବଡ୍‌

ଯଦି ଆପଣ ନିଜ ବଜେଟ୍ ଅନୁସାରେ ଭଲ ୱୟାରଲେସ୍‌ ଇଅର୍‌ବଡ୍‌ଟିଏ ଖୋଜୁଛନ୍ତି, ତେବେ ସଦ୍ୟ ବଜାରକୁ ଆସିଥିବା ନଥିଂ କମ୍ପାନିର ବଡ୍‌ସ ୨ ପ୍ଲସ୍‌କୁ ପ୍ରଥମ ବିକଳ୍ପ ଭାବେ ଚୟନ କରିପାରିବେ।

scscscxx

ଯଦି ଆପଣ ନିଜ ବଜେଟ୍ ଅନୁସାରେ ଭଲ ୱୟାରଲେସ୍‌ ଇଅର୍‌ବଡ୍‌ଟିଏ ଖୋଜୁଛନ୍ତି, ତେବେ ସଦ୍ୟ ବଜାରକୁ ଆସିଥିବା ନଥିଂ କମ୍ପାନିର ବଡ୍‌ସ ୨ ପ୍ଲସ୍‌କୁ ପ୍ରଥମ ବିକଳ୍ପ ଭାବେ ଚୟନ କରିପାରିବେ। ଏହି ଇଅର୍‌ବଡ୍‌ର ଏଏନ୍‌ସି (ଆକ୍ଟିଭ୍ ନଏଜ୍ କ୍ୟାନ୍‌ସେଲେସନ୍), ଭଲ ବ୍ୟାଟେରି ଲାଇଫ୍ ଏବଂ ଉଚ୍ଚମାନର ନିର୍ମାଣ କ୍ବାଲିଟି ଭଳି ଫିଚର ରହିଛି। ଏହାର ଧ୍ୱନି ଆଉଟ୍‌ପୁଟ୍ ଖୁବ୍‌ ଉଚ୍ଚମାନର ତଥା ସୁସଙ୍ଗତ। ଏହାର ୧୩.୪ ମି.ମି. ଡ୍ରାଇଭର୍ ଯୋଗୁଁ ଇଡିଏମ୍ କିମ୍ବା ବ୍ୟାୟାମଶାଳା‌େର ବ୍ୟବହାର ଲାଗି ଏହା ଖୁବ୍‌ ଭଲ। ଏଥିସହିତ ଅତ୍ୟାଧୁନିକ ମିକ୍ସିଂ ବୈଶିଷ୍ଟ୍ୟ ହେତୁ ଏଥିରେ କଣ୍ଠସ୍ୱର ମଧ୍ୟ ଉନ୍ନତ ଜଣାପଡ଼େ।

ଏହାର ମୂଲ୍ୟ ତୁଳନାରେ ଏଏନ୍‌ସି କାର୍ଯ୍ୟଦକ୍ଷତା ଅତ୍ୟନ୍ତ ପ୍ରଭାବଶାଳୀ। ଏପରିକି ଏହା ପ୍ରଭାବଶାଳୀ ଭାବରେ ଇଞ୍ଜିନ୍ କିମ୍ବା ଫ୍ୟାନ୍ ପରି ପାରିପାର୍ଶ୍ବିକ ଶବ୍ଦକୁ ମଧ୍ୟ ହ୍ରାସ କରିଥାଏ। ମାତ୍ର ୩,୨୯୯ ଟଙ୍କା ଭିତରେ ମିଳୁଥିବା ଏହି ବଡ୍‌ସ ୨ ପ୍ଲସ୍‌ରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଚାଳିତ ନଏଜ୍‌ କ୍ୟାନ୍‌ସେଲେସନ୍ ପରି ବୈଶିଷ୍ଟ୍ୟ ରହିଛି, ଯାହା କଲ୍ ଜାରି ଥିବା ବେଳେ ଭଲ କାର୍ଯ୍ୟ କରେ। କଣ୍ଠସ୍ୱର ସ୍ପଷ୍ଟ ଶୁଭିବା ସହ ପୃଷ୍ଠଭୂମି ଶବ୍ଦରେ ଯଥେଷ୍ଟ ହ୍ରାସ ଘଟିଥାଏ। ଏପରିକି ଏକ ବ୍ୟସ୍ତ ତଥା ଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ସ୍ୱରର ସ୍ପଷ୍ଟତା ଉପଲବ୍ଧି କରି ହୋଇଥାଏ। ଏହି ବୈଶିଷ୍ଟ୍ୟ ଯୋଗୁଁ ବ୍ୟସ୍ତ କଲର୍‌ଙ୍କ ପାଇଁ ବଡ୍‌ସ ୨ ପ୍ଲସ୍‌ ଏକ ନିର୍ଭରଯୋଗ୍ୟ ପସନ୍ଦ। ଆକ୍ଟିଭ୍ ନଏଜ୍ କ୍ୟାନ୍‌ସେଲେସନ୍ ବନ୍ଦ ଥିଲାବେଳେ ଏହା ସର୍ବାଧିକ ୮ ଘଣ୍ଟାର ପ୍ଲେଟାଇମ୍ ଦେଇଥାଏ ଏବଂ ସମଗ୍ର ପ୍ଲେବ୍ୟାକ୍‌କୁ ୪୩ ଘଣ୍ଟା ପର୍ଯ୍ୟନ୍ତ ଏହା ବିସ୍ତାର କରିଥାଏ। ସି-ଟାଇପ୍ ୟୁଏସ୍‌ବି ପୋର୍ଟ ଦ୍ବାରା ଏହାକୁ ଦ୍ରୁତ ଚାର୍ଜିଂ କରିହେବ। ମାତ୍ର ୧୦ ମିନିଟ୍‌ର ଚାର୍ଜିଂରେ ମଧ୍ୟ କିଛି ଘଣ୍ଟାର ପ୍ଲେଟାଇମ୍ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe