ଫୋକସ୍‌ରେ ଗ୍ୟାଜେଟ୍: ବଜାରରେ ନୂଆ ସିଏମ୍ଏଫ୍ ଫୋନ୍

Advertisment

ଅନ୍ୟତମ ଆନ୍ତର୍ଜାତିକ ଫୋନ୍ ନିର୍ମାତା ନଥିଂ ପକ୍ଷରୁ ଭାରତୀୟ ବଜାରରେ ତାହାର ସଦ୍ୟତମ ସିଏମ୍ଏଫ୍(କଲର୍, ମ୍ୟାଟେରିଆଲ୍, ଫିନିସ୍) ଫୋନ୍ ‘ସିଏମ୍ଏଫ୍ ଫୋନ୍ ୨ ପ୍ରୋ’ର ଲୋକାର୍ପଣ ଘୋଷଣା କରାଯାଇଛି।

ଅନ୍ୟତମ ଆନ୍ତର୍ଜାତିକ ଫୋନ୍ ନିର୍ମାତା ନଥିଂ ପକ୍ଷରୁ ଭାରତୀୟ ବଜାରରେ ତାହାର ସଦ୍ୟତମ ସିଏମ୍ଏଫ୍(କଲର୍, ମ୍ୟାଟେରିଆଲ୍, ଫିନିସ୍) ଫୋନ୍ ‘ସିଏମ୍ଏଫ୍ ଫୋନ୍ ୨ ପ୍ରୋ’ର ଲୋକାର୍ପଣ ଘୋଷଣା କରାଯାଇଛି।

daadxz

ଅନ୍ୟତମ ଆନ୍ତର୍ଜାତିକ ଫୋନ୍ ନିର୍ମାତା ନଥିଂ ପକ୍ଷରୁ ଭାରତୀୟ ବଜାରରେ ତାହାର ସଦ୍ୟତମ ସିଏମ୍ଏଫ୍(କଲର୍, ମ୍ୟାଟେରିଆଲ୍, ଫିନିସ୍) ଫୋନ୍ ‘ସିଏମ୍ଏଫ୍ ଫୋନ୍ ୨ ପ୍ରୋ’ର ଲୋକାର୍ପଣ ଘୋଷଣା କରାଯାଇଛି। ଆସନ୍ତା ୫ ତାରିଖରୁ ଉପଲବ୍ଧ ହେବାକୁ ଥିବା ଏହି ମଧ୍ୟମ-ରେଞ୍ଜ୍ ଫୋନ୍‌ରେ କମ୍ପାନି ମଡ୍ୟୁଲାର୍ ଡିଜାଇନ୍ ଉପରେ ଧ୍ୟାନ ଦେବା ସହ ଟେଲିଫଟୋ ଲେନ୍‌ସ ପରି କିଛି ନୂତନ ବୈଶିଷ୍ଟ୍ୟ ମଧ୍ୟ ଯୋଡ଼ିଛି। ଏହାର ପୂର୍ବ ମଡେଲ୍ ସିଏମ୍ଏଫ୍ ପ୍ରୋ ପରି ମିଡିଆଟେକ୍ ଡିମେନ୍ସିଟି ୭୩୦୦ ପ୍ରୋ ଚିପ୍‌ସେଟ୍‌ ଦ୍ବାରା ପରିଚାଳିତ ଏହି ଫୋନ୍‌ର ୧୨ ଜିବି ଯାଏ ରାମ୍ ଓ ୨୫୬ ଜିବିର ଷ୍ଟୋରେଜ୍ କ୍ଷମତା ରହିଛି।

ପଛ ପ୍ୟାନେଲ୍ ବଦଳାଯାଇପାରୁଥିବା ଏବଂ ନୂତନ ଆସେସରିଜ୍ ଯୋଡ଼ିହେଉଥିବା ଏହି ଫୋନ୍‌ରେ ଖଚିତ ୬.୭ ଇଞ୍ଚର ଆମୋଲେଡ୍ ଡିସ୍‌ପ୍ଲେର ରିଫ୍ରେସ୍ ହାର ୧୨୦ ହର୍ଜ ଏବଂ ପିକ୍ ବ୍ରାଇଟ୍‌ନେସ୍‌ ୩,୦୦୦ ନିଟ୍‌ସ୍‌ରୁ ଅଧିକ ରହିଛି। ୩ଟି କ୍ୟାମେରା ପ୍ରଣାଳୀ ବିଶିଷ୍ଟ ଏହା ହେଉଛି ପ୍ରଥମ ସିଏମ୍ଏଫ୍ ଫୋନ୍, ଯେଉଁଥିରେ ୫୦ ମେଗା ପିକ୍ସେଲ୍‌ର ପ୍ରାଥମିକ ସେନ୍ସର୍, ୫୦ ଏମ୍‌ପି ଟେଲିଫଟୋ ଲେନ୍‌ସ ଏବଂ ୮ଏମ୍‌ପିର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ସେନ୍‌ସର୍ ରହିଛି। ୩ଟି ଓଏସ୍ ଅପ୍‌ଗ୍ରେଡେସନ୍ ଏବଂ ୬ ବର୍ଷର ସୁରକ୍ଷା ଅପ୍‌ଡେଟ୍‌ ପ୍ରତିଶ୍ରୁତି ବହନ କରୁଥିବା ଏହି ଫୋନ୍‌ର ଏକ ୫,୦୦୦ ଏମ୍ଏଏଚ୍‌ର ବ୍ୟାଟେରି ରହିଛି, ଯାହା ୩୩ ଵାଟ୍‌ର ଦ୍ରୁତ ଚାର୍ଜିଂ ପାଇଁ ସକ୍ଷମ। ଏହାର ପ୍ୟାକିଂ ବାକ୍ସରେ ଆଡପ୍ଟର୍ ରହିବା ସୂଚାଇ ଦେଉଛି କି ଫୋନ୍ ପାଇଁ ଆବଶ୍ୟକ ସରଞ୍ଜାମ ଲାଗି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଭାରତରେ ଏହାର ୮ଜିବି ରାମ୍ ଓ ୧୨୮ ଜିବି ମେମୋରି ଥିବା ମଡେଲ୍‌ର ଦାମ୍‌ ~୧୮,୯୯୯ ଏବଂ ୮ ଜିବି ରାମ୍ ଓ ୨୫୬ ଜିବି ମେମୋରି ଭାରିଆଣ୍ଟର ଦାମ୍‌ ~୨୦,୯୯୯ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe