ଫୋକସ୍‌ରେ ଗ୍ୟାଜେଟ୍: ନୂଆ ଇଅରବଡ୍‌ସ ‘ଲିଙ୍କବଡ୍‌ସ ଫିଟ୍‌’

ସୋନି କମ୍ପାନି ପକ୍ଷରୁ ଭାରତରେ ନୂତନ ୱେରଲେସ୍‌ ଇଅରବଡ୍‌ସ ‘ଲିଙ୍କବଡ୍‌ସ ଫିଟ୍‌’ର ବଜାର ପ୍ରବେଶ କରାଯାଇଛି। ଗତ ୭ ତାରିଖରୁ କଳା, ଧଳା ଓ ସବୁଜ ରଙ୍ଗରେ ଉପଲବ୍‌ଧ ଏହି ଇଅରବଡ୍‌ ସେଟ୍‌ର ମୂଲ୍ୟ ୧୮,୯୯୦ ଟଙ୍କା। ଏୟାର ଫିଟିଂ ସପୋର୍ଟର୍ସ ଓ ସଫ୍‌ଟ ଇଅରବଡ୍‌ ଟିପ୍‌ସ...

fgsxb

ସୋନି କମ୍ପାନି ପକ୍ଷରୁ ଭାରତରେ ନୂତନ ୱେରଲେସ୍‌ ଇଅରବଡ୍‌ସ ‘ଲିଙ୍କବଡ୍‌ସ ଫିଟ୍‌’ର ବଜାର ପ୍ରବେଶ କରାଯାଇଛି। ଗତ ୭ ତାରିଖରୁ କଳା, ଧଳା ଓ ସବୁଜ ରଙ୍ଗରେ ଉପଲବ୍‌ଧ ଏହି ଇଅରବଡ୍‌ ସେଟ୍‌ର ମୂଲ୍ୟ ୧୮,୯୯୦ ଟଙ୍କା। ଏୟାର ଫିଟିଂ ସପୋର୍ଟର୍ସ ଓ ସଫ୍‌ଟ ଇଅରବଡ୍‌ ଟିପ୍‌ସ ସହିତ ଡିଜାଇନ୍‌ କରାଯାଇଥିବା ପ୍ରତିଟି ଇଅର୍‌ବଡ୍‌ର ଓଜନ ମାତ୍ର ୪.୯ ଗ୍ରାମ୍‌। ତେଣୁ ଅଧିକ ସମୟ ଅବିରତ ପରିଧାନ କରିବାରେ କଷ୍ଟ ହେବ ନାହିଁ।

ଆକ୍ଟିଭ୍‌ ନଏଜ୍‌ କ୍ୟାନ୍‌ସେଲେସନ୍‌ (ଏଏନ୍‌ସି) ଓ ୨୧ ଘଣ୍ଟାର ବ୍ୟାଟେରି କ୍ଷମତା ଆଦି ବୈଶିଷ୍ଟ୍ୟ ଦୈନନ୍ଦିନ ଯାତ୍ରା ବା ତୀବ୍ର କସରତ ସମୟରେ ବ୍ୟବହାରକାରୀଙ୍କୁ ସୁହାଇବ ବୋଲି କମ୍ପାନି ଆଶା ରଖିଛି। ଏଥିରେ ଏକ ସ୍ବୟଂଚାଳିତ ଆମ୍ବିଏଣ୍ଟ୍‌ ସାଉଣ୍ଡ୍‌ ମୋଡ୍‌ ରହିଛି, ଯାହା ଦୌଡ଼ିବା କିମ୍ବା ସାଇକେଲ ଚଳାଇବା ଭଳି ପରିସ୍ଥିତିରେ ଆବଶ୍ୟକ ହେଲେ ବାହ୍ୟ ଶବ୍ଦ ସ୍ତରକୁ ନିୟନ୍ତ୍ରଣ କରିନେଇଥାଏ। ଏହି ଇଅରବଡ୍‌ ଦୁଇଟିକୁ ସୋନି ହେଡ୍‌ଫୋନ୍‌ କନେକ୍ଟ ଆପ୍‌ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ। ଲୋକାର୍ପଣ ଉପହାର ସ୍ବରୂପ, କମ୍ପାନି ଲିଙ୍କବଡ୍‌ସ ଫିଟ୍‌ ସହିତ ୫,୯୯୦ ଟଙ୍କାର ସୋନି ଏସ୍‌ଆର୍‌ଏକ୍ସ-ଏକ୍ସବି ୧୦୦ ପୋର୍ଟେବଲ ସ୍ପିକର ମାଗଣାରେ ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe