ଫୋକସ୍‌ରେ ଗ୍ୟାଜେଟ୍: ନୂଆ ଫୋନ୍‌ ‘ଅନର୍‌ ଏକ୍ସ୭ସି ୫ଜି’

ଚୀନ୍‌ର ସ୍ମାର୍ଟଫୋନ୍‌ କମ୍ପାନି ‘ଅନର୍‌’ ଭାରତୀୟ ବଜାରରେ ‘ଏକ୍ସ୭ସି ୫ଜି’ ସ୍ମାର୍ଟଫୋନ୍‌ ଉନ୍ମୋଚନ କରିଛି। ଏହି ଫୋନ୍‌ର ୫,୨୦୦ ଏମ୍‌ଏଏଚ୍‌ ବ୍ୟାଟେରି ପ୍ୟାକ୍ ୩୫ ଵାଟ୍‌ ଫାଷ୍ଟ ଚାର୍ଜିଂ ସମର୍ଥନ କରେ।

fshfshfsxvbb

ଚୀନ୍‌ର ସ୍ମାର୍ଟଫୋନ୍‌ କମ୍ପାନି ‘ଅନର୍‌’ ଭାରତୀୟ ବଜାରରେ ‘ଏକ୍ସ୭ସି ୫ଜି’ ସ୍ମାର୍ଟଫୋନ୍‌ ଉନ୍ମୋଚନ କରିଛି। ଏହି ଫୋନ୍‌ର ୫,୨୦୦ ଏମ୍‌ଏଏଚ୍‌ ବ୍ୟାଟେରି ପ୍ୟାକ୍ ୩୫ ଵାଟ୍‌ ଫାଷ୍ଟ ଚାର୍ଜିଂ ସମର୍ଥନ କରେ। ସ୍ନାପ୍‌ଡ୍ରାଗନ ୪ ଜେନ୍‌ ୨ ଚିପ୍‌ସେଟ୍ ଦ୍ବାରା ପରିଚାଳିତ ଏହି ସ୍ମାର୍ଟଫୋନ୍‌ର ୮ଜିବି ଯାଏ ରାମ୍‌ ଓ ୨୫୬ ଜିବି ଯାଏ ମେମୋରି ରହିଛି। ଆଣ୍ଡ୍ରଏଡ୍‌ ୧୪ ଆଧାରିତ ଏହି ଫୋନ୍‌ରେ ୬.୮ ଇଞ୍ଚର ଟିଏଫ୍‌ଟି ଏଲ୍‌ସିଡି ପରଦା(୨,୪୧୨X୧,୦୮୦ ପିକ୍ସେଲ) ରହିଛି, ଯାହାର ରିଫ୍ରେସ୍‌ ହାର ୧୨୦ ହର୍ଜ ଓ ସର୍ବାଧକ ବ୍ରାଇଟ୍‌ନେସ୍‌ ୮୫୦ ନିଟ୍‌ସ। ଏଥିରେ ୫୦ ମେଗାପିକ୍ସେଲ୍‌ ମୁଖ୍ୟ କ୍ୟାମେରା ସହ ୨ ମେଗାପିକ୍ସେଲ୍‌ର ଏକ ଡେପ୍‌ଥ ସେନ୍ସର ଲାଗିଛି।

ସେହିପରି ସମ୍ମୁଖରେ ୫ ମେଗାପିକ୍ସେଲର ଏକ ସେଲ୍‌ଫି କ୍ୟାମେରା ରହିଛି। ଧୂଳି ଓ ଜଳ ପ୍ରତିରୋଧ ପାଇଁ ଏହାକୁ ଆଇପି୬୪ ରେଟିଂ ମିଳିଛି। ଫରେଷ୍ଟ ଗ୍ରିନ୍ ଓ ମୁନଲାଇଟ୍ ହ୍ୱାଇଟ୍ ପରି ଦୁଇଟି ରଙ୍ଗର ବିକଳ୍ପ ସହ ଏହା ଆସନ୍ତା ୨୦ ତାରିଖରେ ଆମାଜନ୍‌ ୱେବ୍‌ସାଇଟ୍‌ରେ ବିକ୍ରୟ ପାଇଁ ଉପଲବ୍ଧ ହେବ। ଏହାର ମୂଲ୍ୟ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନଥିବା ବେଳେ ଦୁଇ ଦିନିଆ ପ୍ରାରମ୍ଭିକ ଅଫର ସ୍ବରୂପ ଏହା ୧୪,୯୯୯ ଟଙ୍କାରେ ବିକ୍ରି ହେବ। ଏଥି ସହିତ ଇ-କମର୍ସ ୱେବସାଇଟ୍‌ରୁ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଛଅ ମାସ ପର୍ଯ୍ୟନ୍ତ ବିନା ସୁଧରେ ଇଏମ୍‌ଆଇ ବିକଳ୍ପ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe