ଫୋକସ୍‌ରେ ଗ୍ୟାଜେଟ୍: ଲୋକପ୍ରିୟ ନେକ୍‌ବ୍ୟାଣ୍ଡ୍‌ର ନୂଆ ସଂସ୍କରଣ

୨୦୨୫ ଜୁନ୍‌ ୨୪ ତାରିଖରେ ଵାନ୍‌ପ୍ଲସ୍‌ କମ୍ପାନି ଭାରତରେ ଏକ ନୂଆ ଓୟାର୍‌ଲେସ୍‌ ଅଡିଓ ଡିଭାଇସ୍ ‘ବୁଲେଟ୍‌ ଓୟାର୍‌ଲେସ୍‌ ଜେଡ୍‌୩’ର ଲୋକାର୍ପଣ କରିଛି। ଏହାର ପୂର୍ବ ସଂସ୍କରଣ ‘ଜେଡ୍‌୨’ ଭାରତୀୟ ବଜାରରେ ସର୍ବାଧିକ ବିକ୍ରି ହୋଇଥିବା ବ୍ଲୁଟୁଥ୍‌ ନେକ୍‌ବ୍ୟାଣ୍ଡ୍‌ ହେଡ୍‌ସେଟ୍‌ ଭିତରୁ ଅନ୍ୟତମ।

dgdadgdaagd

୨୦୨୫ ଜୁନ୍‌ ୨୪ ତାରିଖରେ ଵାନ୍‌ପ୍ଲସ୍‌ କମ୍ପାନି ଭାରତରେ ଏକ ନୂଆ ଓୟାର୍‌ଲେସ୍‌ ଅଡିଓ ଡିଭାଇସ୍ ‘ବୁଲେଟ୍‌ ଓୟାର୍‌ଲେସ୍‌ ଜେଡ୍‌୩’ର ଲୋକାର୍ପଣ କରିଛି। ଏହାର ପୂର୍ବ ସଂସ୍କରଣ ‘ଜେଡ୍‌୨’ ଭାରତୀୟ ବଜାରରେ ସର୍ବାଧିକ ବିକ୍ରି ହୋଇଥିବା ବ୍ଲୁଟୁଥ୍‌ ନେକ୍‌ବ୍ୟାଣ୍ଡ୍‌ ହେଡ୍‌ସେଟ୍‌ ଭିତରୁ ଅନ୍ୟତମ। ନୂତନ ‘ଜେଡ୍‌୩’ ନେକ୍‌ବ୍ୟାଣ୍ଡ୍‌ ହେଡ୍‌ସେଟ୍‌କୁ ସଂପୂର୍ଣ୍ଣ ଚାର୍ଜ କଲେ ୩୬ ଘଣ୍ଟା ଗୀତ ଶୁଣି ହେବ ଏବଂ ମାତ୍ର ୧୦ ମିନିଟ୍‌ ଚାର୍ଜରେ ୨୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେବ। ଏହା ମାମ୍ବୋ ମିଡନାଇଟ୍ (କଳା) ଏବଂ ସାମ୍ବା ସନସେଟ୍ (ଲାଲ) ପରି ଦୁଇଟି ରଙ୍ଗରେ ଉପଲବ୍ଧ।

ଏଥିରେ ୧୨.୪ ମି.ମି. ଆକାରର ଡାଇନାମିକ୍ ଡ୍ରାଇଭର୍ ରହିଛି। ସଂଯୋଗ ପାଇଁ ବ୍ଲୁଟୁଥ୍ ୫.୪, ଗୁଗୁଲ୍ ଫାଷ୍ଟ ପେଆର ଭଳି ବୈଶିଷ୍ଟ୍ୟ ରହିଛି। କଲ୍ ସମୟରେ ସ୍ୱର ସ୍ପଷ୍ଟତାକୁ ଉନ୍ନତ କରିବା ପାଇଁ ଏଥିରେ ଏଆଇ-ଆଧାରିତ ନଏଜ୍ କ୍ୟାନ୍‌ସେଲେସନ୍ ପ୍ରଯୁକ୍ତିବିଦ୍ୟା ଖଞ୍ଜାଯାଇଛି। ପାଣି ଓ ଧୂଳି ପ୍ରତିରୋଧ ପାଇଁ ଏହାକୁ ଆଇପି୫୫ ରେଟିଂ ମିଳିଛି। ୧,୬୯୯ ଟଙ୍କାରେ ଏହାକୁ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଷ୍ଟୋର୍‌ରୁ କିଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe