Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ବଜାରରେ ପିକ୍ସେଲ ଵାଚ୍‌୪

ଭାରତରେ ଗୁଗଲ୍‌ କମ୍ପାନିର ସଦ୍ୟତମ ସ୍ମାର୍ଟଵାଚ୍‌ ‘ପିକ୍ସେଲ ଵାଚ୍‌ ୪’ର ବଜାରପ୍ରବେଶ ହୋଇଛି। ବିଶେଷ କରି ଫ୍ଲିପ୍‌କାର୍ଟରେ ଅନ୍‌ଲାଇନ୍‌ ମାଧ୍ୟମରେ ଉପଲବ୍‌ଧ ଏହି ଘଣ୍ଟାର ପ୍ରାରମ୍ଭିକ ମୂଲ୍ୟ ୩୯,୯୯୦ ଟଙ୍କା ରହିଛି।

dghdagzcvcv

ଭାରତରେ ଗୁଗଲ୍‌ କମ୍ପାନିର ସଦ୍ୟତମ ସ୍ମାର୍ଟଵାଚ୍‌ ‘ପିକ୍ସେଲ ଵାଚ୍‌ ୪’ର ବଜାରପ୍ରବେଶ ହୋଇଛି। ବିଶେଷ କରି ଫ୍ଲିପ୍‌କାର୍ଟରେ ଅନ୍‌ଲାଇନ୍‌ ମାଧ୍ୟମରେ ଉପଲବ୍‌ଧ ଏହି ଘଣ୍ଟାର ପ୍ରାରମ୍ଭିକ ମୂଲ୍ୟ ୩୯,୯୯୦ ଟଙ୍କା ରହିଛି। ଦେଖିବାକୁ ବର୍ତ୍ତୁଳ ଆକାରର ଏହି ଘଣ୍ଟାର ପରଦାଟି ସଂପୂର୍ଣ୍ଣ ବୃତ୍ତାକାର ଯାହା ୪୧ ମି.ମି. ଓ ୪୫ ମି.ମି. ବ୍ୟାସ ବିଶିଷ୍ଟ ଦୁଇଟି ସଂସ୍କରଣରେ ମିଳୁଛି। ଏଥି ସହିତ ଇରିସ୍‌, ଲେମନ୍‌ ଗ୍ରାସ୍‌, ପୋର୍ସିଲେନ୍‌ ଓ ଓବ୍‌ସିଡିଆନ୍‌ ପରି ଚାରିଟି ରଙ୍ଗରେ ଉପଲବ୍‌ଧ ଏହି ସ୍ମାର୍ଟଵାଚ୍‌ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ତୁଳନାରେ ୫୦ ପ୍ରତିଶତ ଅଧିକ ଉଜ୍ଜଳତର ବୋଲି କମ୍ପାନି ଦାବି କରିଛି। ଏହାର ବ୍ୟାଟେରି ଜୀବନ ୨୫% ଅଧିକ - ଅର୍ଥାତ୍ ୪୧ମି.ମି. ମଡେଲ୍‌ରେ ୩୦ ଘଣ୍ଟା ଏବଂ ୪୫ମି.ମି. ମଡେଲ୍‌ ପାଇଁ ୪୦ଘଣ୍ଟା ରହିଥିବା ବେଳେ ବ୍ୟାଟେରି ସେଭର୍ ମୋଡ୍‌ରେ ଏହାକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବୃଦ୍ଧି କରିହେବ। ଏହାର ଶକ୍ତିଶାଳୀ ବ୍ୟାଟେରିଟି  ମାତ୍ର ୧୫ ମିନିଟରେ ୦-୫୦%ରୁ ଅଧିକ ଦ୍ରୁତ ଚାର୍ଜ ହୋଇପାରିବ।

ଯେ କୌଣସି ସ୍ମାର୍ଟଵାଚ୍‌ର ସ୍ବାଭାବିକ କାର୍ଯ୍ୟଦକ୍ଷତା ସହିତ ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ   ଉନ୍ନତ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ନିରୀକ୍ଷଣ କ୍ଷମତା, ସ୍ମାର୍ଟର୍ ନିଦ୍ରା ନିରୀକ୍ଷଣ(୧୮% ଅଧିକ), ଉନ୍ନତ ଚର୍ମ ତାପମାତ୍ରା ସେନ୍ସିଂ, ସବୁଠାରୁ ସଠିକ୍ ରୁଟ୍ ଟ୍ରାକିଂ, ରିଅଲ୍-ଟାଇମ୍ ବାଇକ୍ ଷ୍ଟାଟସ୍ ଏବଂ ପିକଲ୍‌ବଲ୍‌ ଓ ବାସ୍କେଟବଲ୍‌ ପରି ୫୦ରୁ ଅଧିକ ନୂତନ ବ୍ୟାୟାମ ବିକଳ୍ପ ଆଦି ଅନ୍ତର୍ଭୁକ୍ତ। ସେହିପରି ବ୍ୟକ୍ତିଗତକୃତ, ସ୍ୱୟଂଚାଳିତ ଟ୍ରାକିଂ ବ୍ୟବସ୍ଥା ରହିଛି, ଯାହା ବ୍ୟବହାରକାରୀ କେବେ ଏକ ବ୍ୟାୟାମ ଆରମ୍ଭ କରିବାକୁ ଭୁଲିଗଲେ, ଏହି ସ୍ମାର୍ଟଘଣ୍ଟା ଏଆଇ ବ୍ୟବହାର କରି ସ୍ୱୟଂଚାଳିତ ଭାବରେ କାର୍ଯ୍ୟକଳାପକୁ ଚିହ୍ନଟ ଏବଂ ବର୍ଗୀକରଣ କରି ଜଣାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe