Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: କମ୍‌ ଦାମରେ ପ୍ରିମିଅମ୍‌ ଅଭିଜ୍ଞତା

ନଥିଂ କମ୍ପାନି ଦ୍ବାରା ଉନ୍ମୋଚିତ ‘୩ଏ ଲାଇଟ୍‌’ ଫୋନ୍‌ଟି ତାହାର ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଏବେ ଚର୍ଚ୍ଚାରେ। ମିଡ୍‌ରେଞ୍ଜ ସେଗ୍‌ମେଣ୍ଟ୍‌ରେ ପ୍ରିମିୟମ୍ ଅଭିଜ୍ଞତା ଚାହୁଁଥିବା ବ୍ୟବହାରକାରୀଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ।

ffsfhsxvbvbvb

ନଥିଂ କମ୍ପାନି ଦ୍ବାରା ଉନ୍ମୋଚିତ ‘୩ଏ ଲାଇଟ୍‌’ ଫୋନ୍‌ଟି ତାହାର ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଏବେ ଚର୍ଚ୍ଚାରେ। ମିଡ୍‌ରେଞ୍ଜ ସେଗ୍‌ମେଣ୍ଟ୍‌ରେ ପ୍ରିମିୟମ୍ ଅଭିଜ୍ଞତା ଚାହୁଁଥିବା ବ୍ୟବହାରକାରୀଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ। ଆଣ୍ଡ୍ରଏଡ୍‌ ୧୫ ଉପରେ ଆଧାରିତ ଏହି ଫୋନ୍‌ରେ ଏକ ୬.୭୭ ଇଞ୍ଚର ଏଫ୍‌ଏଚ୍‌ଡି ପ୍ଲସ୍‌ ସୁପର ଆମୋଲେଡ୍‌ ପରଦା ରହିଛି, ଯାହାର ରିଫ୍ରେସ୍‌ ହାର ହେଉଛି ୧୨୦ ହର୍ଜ ଏବଂ ସର୍ବାଧିକ ବ୍ରାଇଟ୍‌ନେସ୍‌ ୩,୦୦୦ ନିଟ୍‌ସ। ସ୍କ୍ରାଚ୍ ଏବଂ ଦୁର୍ଘଟଣାରୁ ସୁରକ୍ଷା ପାଇଁ ଏଥିରେ ପାଣ୍ଡା ଗ୍ଲାସ୍‌ର ସୁରକ୍ଷା ରହିଛି। ମିଡିଆଟେକ୍‌ ଡିମେନ୍‌ସିଟି ୭୩୦୦ ପ୍ରୋ ପ୍ରୋସେସର୍ ଦ୍ୱାରା ପରିଚାଳିତ ଏହି ଫୋନ୍‌ ଆଶ୍ଚର୍ଯ୍ୟଜନକ କାର୍ଯ୍ୟଦକ୍ଷତା ପ୍ରଦାନ କରେ।  ୮ ଜିବି ରାମ୍‌ ସାଙ୍ଗକୁ ୧୨୮ ଜିବି ବା ୨୫୬ ଜିବି ଷ୍ଟୋରେଜ୍ ସହିତ ଉପଲବ୍‌ଧ ଏହି ଫୋନ୍‌ର ମେମୋରିକୁ ମାଇକ୍ରୋଏସ୍‌ଡି କାର୍ଡ ମାଧ୍ୟମରେ ୨ ଟିବି ଯାଏ ବଢ଼ାଇହେବ।

ଏହାର ଟ୍ରିପଲ୍ ରିଅର୍ କ୍ୟାମେରା ବ୍ୟବସ୍ଥାରେ ୫୦ ଏମ୍‌ପିର ମୁଖ୍ୟ କ୍ୟାମେରା, ୮ ଏମ୍‌ପିର ଅଲ୍‌ଟ୍ରା-ୱାଇଡ୍ କ୍ୟାମେରା ଏବଂ ୨ ଏମ୍‌ପିର ମାକ୍ରୋ କ୍ୟାମେରା ରହିଛି। ସେହିପରି ଏହାର ୧୬ ଏମ୍‌ପିର ସେଲ୍‌ଫି କ୍ୟାମେରାରେ  ୪କେ ଭିଡିଓ ମଧ୍ୟ ରେକର୍ଡ କରିହେବ। ଏହାର ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରିଟି ୩୩ ଵାଟ୍‌ ଚାର୍ଜର୍‌ ଦ୍ବାରା ମାତ୍ର ୨୦ ମିନିଟ୍‌ରେ ୫୦ ପ୍ରତିଶତ ଚାର୍ଜ ହୋଇପାରିବ। ଏହାର ୮ଜିବି ରାମ୍‌ ଓ ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୨୪୯ୟୁରୋ (ପ୍ରାୟ ୨୫,୫୬୦ ଟଙ୍କା) ଥିବା ବେଳେ ୨୫୬ ଜିବି ଷ୍ଟୋରେଜ୍ ସଂସ୍କରଣର ମୂଲ୍ୟ ୨୭୯ୟୁରୋ (ପ୍ରାୟ ୨୮,୬୪୦ ଟଙ୍କା) ରହିଛି। ଏହି ଫୋନ୍ ପ୍ରଥମେ ୟୁରୋପର ବଜାରରେ ଉପଲବ୍ଧ ହେବ ଏବଂ ଖୁବ୍ ଶୀଘ୍ର ଭାରତରେ ବଜାରପ୍ରବେଶ କରିବ ବୋଲି କମ୍ପାନି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe