Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ୧୬ ହଜାରରେ ପ୍ରିମିଅମ୍‌ ଫିଚର୍‌

Advertisment

ସମ୍ପ୍ରତି ମିଡ୍‌-ରେଞ୍ଜ ଫୋନ୍‌ଗୁଡ଼ିକ ଅଧିକ ପ୍ରିମିଅମ୍ ଫିଚର୍‌ ଯୋଡ଼ିବା ଆରମ୍ଭ କରିଛନ୍ତି। ମୋଟୋରୋଲା କମ୍ପାନିର ନୂଆ ଫୋନ୍‌ ‘ମୋଟୋ ଜି ୬୭ ପାଵାର’ ତାହାର ସଦ୍ୟତମ ଉଦାହରଣ।

ସମ୍ପ୍ରତି ମିଡ୍‌-ରେଞ୍ଜ ଫୋନ୍‌ଗୁଡ଼ିକ ଅଧିକ ପ୍ରିମିଅମ୍ ଫିଚର୍‌ ଯୋଡ଼ିବା ଆରମ୍ଭ କରିଛନ୍ତି। ମୋଟୋରୋଲା କମ୍ପାନିର ନୂଆ ଫୋନ୍‌ ‘ମୋଟୋ ଜି ୬୭ ପାଵାର’ ତାହାର ସଦ୍ୟତମ ଉଦାହରଣ।

sfhhfssfhhfs

ସମ୍ପ୍ରତି ମିଡ୍‌-ରେଞ୍ଜ ଫୋନ୍‌ଗୁଡ଼ିକ ଅଧିକ ପ୍ରିମିଅମ୍ ଫିଚର୍‌ ଯୋଡ଼ିବା ଆରମ୍ଭ କରିଛନ୍ତି। ମୋଟୋରୋଲା କମ୍ପାନିର ନୂଆ ଫୋନ୍‌ ‘ମୋଟୋ ଜି ୬୭ ପାଵାର’ ତାହାର ସଦ୍ୟତମ ଉଦାହରଣ। ଏହି ଫୋନ୍‌ରେ ଏକ ଏଚ୍‌ଡିଆର୍‌୧୦ପ୍ଳସ୍‌ ସମର୍ଥିତ ୬.୭ ଇଞ୍ଚର ୧୨୦ ହର୍ଜ ରିଫ୍ରେସ ହାର ସଂପନ୍ନ ଫୁଲ୍‌ଏଚ୍‌ଡି ପରଦା ଲାଗିଛି। ପରଦାଟି ଗରିଲା ଗ୍ଲାସ ୭ଆଇ ଦ୍ବାରା ସୁରକ୍ଷିତ। ସେହିପରି ଧୂଳିକଣା ଓ ଜଳକଣାରୁ ସୁରକ୍ଷା ଲାଗି ଫୋନ୍‌ଟିକୁ ଆଇପି୬୪ ରେଟିଂ ମିଳିଛି। ପାରାଚୁଟ୍ ପର୍ପଲ, କୁରାକାଓ ବ୍ଲୁ ଓ ସିଲାଣ୍ଟ୍ରୋ ପରି ତିନିଟି ରଙ୍ଗରେ ଉପଲବ୍‌ଧ ଏହି ଫୋନ୍‌ ଆଣ୍ଡ୍ରଏଡ୍‌ ୧୫ ଉପରେ ଆଧାରିତ ଏବଂ ଆଗକୁ  ଆଣ୍ଡ୍ରଏଡ୍‌ ୧୬ ଅପ୍‌ଡେଟ ସମେତ ତିନି ବର୍ଷର 
ସିକ୍ୟୁରିଟି ଅପଡେଟ୍‌ ମିଳିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି।

ଏହାର ପଛ ଭାଗରେ ୫୦ ଏମ୍‌ପି ‘ସୋନି ଏଲ୍‌ଵାଇଟି-୬୦୦’ ମେନ୍‌ କ୍ୟାମେରା ଓ ୮ଏମ୍‌ପି ଅଲ୍‌ଟ୍ରା-ୱାଇଡ୍ କ୍ୟାମେରା ଲାଗିଛି। ୩୨ ଏମ୍‌ପି ସେଲ୍‌ଫି କ୍ୟାମେରାରେ ୪କେ ରିଜୋଲ୍ୟୁସନ୍‌ର ଭିଡିଓ ରେକର୍ଡିଂ କରାଯାଇପାରିବ। ଏହାର ୭,୦୦୦ ଏମ୍‌ଏଏଚ୍‌ କ୍ଷମତା ବିଶିଷ୍ଟ ସିଲିକନ୍-କାର୍ବନ ବ୍ୟାଟେରିଟି ଲମ୍ବା ଯାତ୍ରା, ଚାର୍ଜିଂ ବିନା ସପ୍ତାହାନ୍ତ ବ୍ୟବହାର ପାଇଁ ଉପଯୁକ୍ତ। ଫୋନ୍‌ଟି ସ୍ନାପ୍‌ଡ୍ରାଗନ୍‌ ୭ଏସ୍‌ ଜେନ୍‌୨ ଚିପ୍‌ ଦ୍ୱାରା ପରିଚାଳିତ ଏବଂ ଭାରତରେ କେବଳ ୧୨୮ ଜିବି ମେମୋରି ଓ ୮ ଜିବି ରାମ୍‌ ସହ ଉପଲବ୍ଧ। ଫ୍ଲିପ୍‌କାର୍ଟରେ ୧୨ ତାରିଖରୁ ବିକ୍ରି ଆରମ୍ଭ ହୋଇଥିବା ଏହି ଫୋନ୍‌ର ମୂଲ୍ୟ ୧୫,୯୯୯ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe