ରିଅଲ୍ମି କମ୍ପାନି ଆଜି ଭାରତୀୟ ବଜାରରେ ଦୁଇଟି ନୂଆ ବଜେଟ୍ ଫୋନ୍ ଉନ୍ମୋଚନ କରିଛି- ‘ନାର୍ଜୋ ୭୦ ୫ଜି’ ଓ ‘ନାର୍ଜୋ ୭୦ଏକ୍ସ ୫ଜି’। ଏ ଦୁଇଟି ଫୋନ୍ରେ ମିଡିଆଟେକ୍ ଚିପ୍ସେଟ୍ ଲାଗିଛି। ଉଭୟ ଫୋନ୍ର ଆଇପି୫୪ ରେଟିଂ ରହିଛି; ୫,୦୦୦ଏମ୍ଏଏଚ୍ ବ୍ୟାଟେରିର ୪୫ ଵାଟ୍ ଚାର୍ଜିଂ ସପୋର୍ଟ ରହିଛି। ଉଭୟ ଫୋନ୍ ଫରେଷ୍ଟ ଗ୍ରିନ୍ ଓ ଆଇସ୍ ବ୍ଲୁ ରଙ୍ଗରେ ଉପଲବ୍ଧ। ଏହି ଫୋନ୍ଗୁଡ଼ିକ ଆଣ୍ଡ୍ରଏଡ୍ ୧୪ ଦ୍ବାରା ପରିଚାଳିତ ଏବଂ ଏଥିରେ ତିନି ବର୍ଷର ସିକ୍ୟୁରିଟି ଅପ୍ଡେଟ୍ ଓ ଦୁଇ ବର୍ଷର ସଫ୍ଟୱେର୍ ଅପ୍ଡେଟ୍ ମିଳିବ। ନାର୍ଜୋ ୭୦ ମଡେଲ୍ର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୪,୯୯୯ ଟଙ୍କା। ଏଥିରେ ୬ଜିବି ରାମ୍ ଓ ୧୨୮ ଜିବିର ଷ୍ଟୋରେଜ୍ କ୍ଷମତା ରହିଛି। ଏଥିରେ ୬.୬୭ ଇଞ୍ଚ୍ର ଫୁଲ୍-ଏଚ୍ଡି ଆମୋଲେଡ୍ ପରଦା ଲାଗିଛି, ଯାହାର ରିଫ୍ରେସ୍ ରେଟ୍ ୧୨୦ହର୍ଜ। ଏଥିରେ ମିଡିଆଟେକ୍ ଡାଇମେନ୍ସିଟି ୭୦୫୦ ଚିପ୍ସେଟ୍ ଖଞ୍ଜାଯାଇଛି। ଏହାର ପଛ ପାର୍ଶ୍ବରେ ଦୁଇଟି କ୍ୟାମେରା (୫୦ ମେଗାପିକ୍ସଲ୍ ପ୍ରାଇମେରି ଓ ୨ ମେଗାପିକ୍ସଲ୍ ସୁଟର୍) ଲାଗିଛି। ଏହାର ଫ୍ରଣ୍ଟ୍ କ୍ୟାମେରାଟି ୧୬ ମେଗାପିକ୍ସଲ୍ ବିଶିଷ୍ଟ।
ଅପରପକ୍ଷେ ନାର୍ଜୋ ୭୦ଏକ୍ସ ମଡେଲ୍ର ପ୍ରାରମ୍ଭିକ ମୂଲ୍ୟ ୧୦,୯୯୯ ଟଙ୍କା। ଏଥିରେ ୪ଜିବି ରାମ୍ ଓ ୧୨୮ଜିବିର ଷ୍ଟୋରେଜ୍ ରହିଛି। ଏହାର ଦାମ କମ୍ ହୋଇଥିଲେ ହେଁ ଏଥିରେ ଅପେକ୍ଷାକୃତ ବଡ଼ (୬.୭୨ ଇଞ୍ଚ୍) ଫୁଲ୍ ଏଚ୍ଡି ଆମୋଲେଡ୍ ପରଦା ରହିଛି। ଏଥିରେ ମିଡିଆଟେକ୍ ଡାଇମେନ୍ସିଟି ୬୧୦୦+ ଚିପ୍ସେଟ୍ ଖଞ୍ଜାଯାଇଛି। ଏହାର ପଛ ପାର୍ଶ୍ବରେ ଦୁଇଟି କ୍ୟାମେରା (୫୦ ମେଗାପିକ୍ସଲ୍ ପ୍ରାଇମେରି ଓ ୨ ମେଗାପିକ୍ସଲ୍ ସୁଟର୍) ଥିବା ବେଳେ ଏହାର ଫ୍ରଣ୍ଟ କ୍ୟାମେରାଟି ୮ ମେଗାପିକ୍ସଲ୍ ବିଶିଷ୍ଟ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2024/04/gjddgdgjdj.jpg)