ଏଚ୍‌ପି କମ୍ପାନି ଏକ ଅଭିନବ ଵିଣ୍ଡୋଜ୍‌ କମ୍ପ୍ୟୁଟର ଉନ୍ମୋଚିତ କରିଛି, ଯାହା ଗୋଟିଏ କିବୋର୍ଡରେ ହିଁ ସୀମିତ। ‘ଏଚ୍‌ପି ଏଲିଟ୍‌ବୋର୍ଡ ଜି୧ଓ’ ନାମକ ଏହି ଉପକରଣଟିକୁ ପୃଥିବୀର ପ୍ରଥମ ସ୍ବୟଂସଂପୂର୍ଣ୍ଣ ଏଆଇ ପିସି ବୋଲି କୁହାଯାଉଛି। ଏହାକୁ ମାଉସ୍‌ ଓ ମନିଟର୍‌ ସହିତ ସଂଯୁକ୍ତ କରି ସବୁପ୍ରକାର କାମ ସୁବିଧାରେ କରାଯାଇପାରିବ। ଏହାର ମୋଟେଇ ମାତ୍ର ୧୭ ମିଲିମିଟର୍‌ ଏବଂ ଓଜନ ୭୫୦ ଗ୍ରାମ୍‌। ଏହା ଭିତରେ ଲାଗିଛି ଏଏମ୍‌ଡି ରାଇଜେନ୍‌ ଏଆଇ ୩୦୦ ସିରିଜର ପ୍ରସେସର୍‌ ଏବଂ ଡିଡିଆର୍‌୫ ରାମ୍‌ ଓ ଏମ୍‌.୨ ଏସ୍‌ଏସ୍‌ଡି ମେମୋରି।

Advertisment

Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ

ଏଥିରେ ଦୁଇଟି ମାଇକ୍ରୋଫୋନ୍‌ ଓ ଷ୍ଟିରିଓ ସ୍ପିକର୍‌ ମଧ୍ୟ ଖଞ୍ଜାଯାଇଛି। ସଂଯୋଗ ପାଇଁ ଗୋଟିଏ ଲେଖାଏଁ ୟୁଏସ୍‌ବି ୪.୦ ଓ ୟୁଏସ୍‌ବି ୩.୨ ପୋର୍ଟ ସାଙ୍ଗକୁ ବେତାର ସଂଯୋଗ ପାଇଁ ଵାଇ-ଫାଇ ୭ ଓ ବ୍ଲୁଟୁଥ୍‌ ୬.୦ର ସୁବିଧା ରହିଛି। ଏଥିରେ ଲାଗିଥିବା ୩୨ଵାଟ୍‌ଆଵାର୍‌ ବ୍ୟାଟେରି ସାହାଯ୍ୟରେ ଏହାକୁ ୩.୫ ଘଣ୍ଟା ଚଳାଇ ହେବ। ଆସନ୍ତା ମାର୍ଚ୍ଚ ମାସରୁ ଏହାର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନି 
ଘୋଷଣା କରିଛି।

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି