ଫୋକସ୍‌ରେ ଗ୍ୟାଜେଟ୍: ‘ଏଫ୍‌ ସିରିଜ୍‌’ର ତିନିଟି ଫୋନ୍‌

ଚୀନ୍‌ର ଅନ୍ୟତମ ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଚଳିତ ସପ୍ତାହରେ ଭାରତରେ ‘ଏଫ୍‌ ସିରିଜ୍‌’ର ତିନିଟି ଫୋନ୍‌ ଲୋକାର୍ପଣ କରିଛି- ଓପୋ ଏଫ୍‌୩୧, ଏଫ୍‌୩୧ ପ୍ରୋ ଓ ପ୍ରୋ ପ୍ଲସ୍‌। ଆଣ୍ଡ୍ରଏଡ୍‌ ୧୫ ଉପରେ ଆଧାରିତ ଏହି ସମସ୍ତ ଡିଭାଇସ୍‌ରେ କମ୍ପାନି ୭,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଖଞ୍ଜିଛି।

fshfshfhsxbbvb

ଚୀନ୍‌ର ଅନ୍ୟତମ ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଚଳିତ ସପ୍ତାହରେ ଭାରତରେ ‘ଏଫ୍‌ ସିରିଜ୍‌’ର ତିନିଟି ଫୋନ୍‌ ଲୋକାର୍ପଣ କରିଛି- ଓପୋ ଏଫ୍‌୩୧, ଏଫ୍‌୩୧ ପ୍ରୋ ଓ ପ୍ରୋ ପ୍ଲସ୍‌। ଆଣ୍ଡ୍ରଏଡ୍‌ ୧୫ ଉପରେ ଆଧାରିତ ଏହି ସମସ୍ତ ଡିଭାଇସ୍‌ରେ କମ୍ପାନି ୭,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଖଞ୍ଜିଛି। ପ୍ରଥମ ଦୁଇଟି ମଡେଲରେ ୬.୫ ଇଞ୍ଚ ଓ ପ୍ରୋ ପ୍ଲସ୍‌ ମଡେଲରେ ୬.୮ ଇଞ୍ଚର ଆମୋଲେଡ୍‌ ଡିସ୍‌ପ୍ଲେ ରହିଛି। ସବୁ ଫୋନ୍‌ରେ ଅପ୍‌ଟିକାଲ୍‌ ଇମେଜ୍‌ ଷ୍ଟେବିଲାଇଜେସନ୍‌ ସହ ୫୦ ମେଗାପିକ୍ସେଲ୍‌ର ମୁଖ୍ୟ କ୍ୟାମେରା ଏବଂ ୩୨ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ଲାଗିଛି। 

ପ୍ରଥମ ଦୁଇଟି ଡିଭାଇସ୍ ମିଡିଆଟେକ୍‌ ଡିମେନ୍‌ସିଟି ୬୩୦୦ ଓ ୭୩୦୦ ଏନର୍ଜି ଚିପସେଟ୍ ଦ୍ୱାରା ପରିଚାଳିତ, ଯାହାର ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି କ୍ଷମତା ରହିଛି। ଏଫ୍‌୩୧ ପ୍ରୋ ପ୍ଲସ୍‌ରେ ୧୨ ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ ସହିତ ସପ୍ତମ ପିଢ଼ିର ସ୍ନାପ୍‌ଡ୍ରାଗନ ଚିପ୍‌ ରହିଛି। ଓପୋ ଏଫ୍‌୩୧ର ୮ଜିବି ରାମ୍‌ ଓ ୧୨୮ ଜିବି ମୋମୋରି ସଂସ୍କରଣର ମୂଲ୍ୟ ୨୨,୯୯୯ ଟଙ୍କା ରହିଛି। ସେହିପରି ଓପୋ ଏଫ୍‌ ୩୧ ପ୍ରୋର ପ୍ରାରମ୍ଭିକ ମଡେଲ୍‌ର ଦାମ୍‌ ୨୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ  ତାହାର ୮ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ଦାମ୍‌ ୨୮,୯୯୯ ଟଙ୍କା ରହିଛି। ସେହିପରି ପ୍ରୋ ପ୍ଲସ୍‌ର ୮ ଜବି ରାମ୍‌ ଓ ୨୫୬ ଜିବି ମେମୋରି ବିଶିଷ୍ଟ ମଡେଲ୍‌ ୩୨,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର  ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ଦାମ୍‌ ୩୪,୯୯୯ ଟଙ୍କା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe