ଫୋକସ୍‌ରେ ଗ୍ୟାଜେଟ୍: ସାଓମିର ନୂଆ ଫ୍ଲାଗ୍‌ସିପ୍‌

ଚୀନ୍‌ର ଅନ୍ୟତମ ବହୁଦେଶୀୟ ଫୋନ୍‌ନିର୍ମାତା ‘ସାଓମି’ କମ୍ପାନି ତାହାର ସଦ୍ୟତମ ସ୍ମାର୍ଟଫୋନ୍‌ ‘ସାଓମି ୧୫ ଅଲ୍‌ଟ୍ରା’ର ବଜାରପ୍ରବେଶ କରାଇଛି। ଆସନ୍ତା କିଛି ସପ୍ତାହ ଭିତରେ ଭାରତ ସମେତ ଆନ୍ତର୍ଜାତିକ ବଜାରରେ ଉପଲବ୍‌ଧ...

dgdgcv

ଚୀନ୍‌ର ଅନ୍ୟତମ ବହୁଦେଶୀୟ ଫୋନ୍‌ନିର୍ମାତା ‘ସାଓମି’ କମ୍ପାନି ତାହାର ସଦ୍ୟତମ ସ୍ମାର୍ଟଫୋନ୍‌ ‘ସାଓମି ୧୫ ଅଲ୍‌ଟ୍ରା’ର ବଜାରପ୍ରବେଶ କରାଇଛି। ଆସନ୍ତା କିଛି ସପ୍ତାହ ଭିତରେ ଭାରତ ସମେତ ଆନ୍ତର୍ଜାତିକ ବଜାରରେ ଉପଲବ୍‌ଧ ହେବାକୁ ଥିବା ଏହି ଫୋନ୍‌ ସ୍ନାପଡ୍ରାଗନ୍‌ ୮ ଇଲାଇଟ୍‌ ଚିପ୍‌ସେଟ୍‌ ଦ୍ବାରା କାର୍ଯ୍ୟକ୍ଷମ, ଯାହାର ରାମ୍‌ କ୍ଷମତା ୧୬ ଜିବି ଯାଏ ରହିଛି। ଏହାର ୬.୭୩ ଇଞ୍ଚର ୨,୦୦୦ ଟିସିଏଲ୍‌ ଓଲେଡ୍‌ ପରଦାର ୧ରୁ ୧୨୦ ହର୍ଜ ଯାଏ ପରିବର୍ତ୍ତନଶୀଳ ରିପ୍ରେସ ରେଟ୍‌ ରହିଛି ଏବଂ ଏହା ଏଚ୍‌ଡିଆର୧୦ ପ୍ଳସ ଓ ଡଲ୍‌ବି ଭିଜନ୍‌ ପ୍ରଯୁକ୍ତିକୁ ସମର୍ଥନ କରିବାକୁ ସକ୍ଷମ।

ଏହା ପଛରେ ଚାରିଟି କ୍ୟାମେରା ରହିଛି: ୫୦ ମେଗାପିକ୍ସେଲ ପ୍ରାଇମେରି ସେନ୍ସର, ୫୦ ମେଗାପିକ୍ସେଲ ଜୁମ୍‌ ସେନ୍ସର, ୫୦ ମେଗାପିକ୍ସେଲ ଅଲଟ୍ରାଵାଇଡ୍‌ ଲେନ୍ସ ଓ ୨୦୦ ମେଗାପିକ୍‌ସେଲର ଏକ ଶକ୍ତିଶାଳୀ ପେରିସ୍କୋପ୍‌ ଟେଲିଫଟୋ ଲେନ୍ସ। ଏହାର ୬,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରିଟି ୯୦ ଵାଟ୍‌ର ତାରଯୁକ୍ତ ଚାର୍ଜିଂ ଏବଂ ୮୦ ଵାଟ୍‌ର ବେତାର ଚାର୍ଜିଂ ପାଇଁ ସୁସଂଗତ। ଏହାର ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ମୂଲ୍ୟ ୬,୪୯୯ ଚୀନୀ ୟୁଆନ୍‌ ବା ୭୮,୦୦୦ ଟଙ୍କା ରହିଥିବାବେଳେ ୧୬ ଜିବି ରାମ୍‌ ଓ ୫୧୨ ଜିବି ମେମୋରି ସଂସ୍କରଣର ଦାମ୍‌ ୬,୯୯୯ ଚୀନୀ ୟୁଆନ୍‌ ବା ପ୍ରାୟ ୮୪,୦୦୦ ଟଙ୍କା ରଖାଯାଇଛି। ସେହିପରି ୧୬ ଜିବି ରାମ୍‌ ଓ ୧ ଟିବି ମେମୋରି ବିଶିଷ୍ଟ ଶୀର୍ଷ ସଂସ୍କରଣର ଦର ୭,୭୯୯ ୟୁଆନ୍‌ ବା ୯୩,୫୦୦ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe