ଗଣେଶଙ୍କ ମୂର୍ତ୍ତି ଘରକୁ ଆଣୁଥିଲେ ଏସବୁ ଦିଗକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ, ବିଘ୍ନନାଶକ ଆପଣଙ୍କର ସବୁ ବିଘ୍ନ ନାଶ କରିବେ

ଗଣେଶଙ୍କ ମୂର୍ତ୍ତି ଘରକୁ ଆଣୁଥିଲେ ଏସବୁ ଦିଗକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ, ବିଘ୍ନନାଶକ ଆପଣଙ୍କର ସବୁ ବିଘ୍ନ ନାଶ କରିବେ

ଦେବା ଶ୍ରୀଗଣେଶ ହେଉଛନ୍ତି ବିଘ୍ନନାଶକ। ଅଗ୍ର ଦେବତା। ସବୁ ପୂଜାରେ ଆଗ ତାଙ୍କୁ ଖୋଜା ପଡ଼େ। ଯେକୌଣସି ପୂଜାର୍ଚ୍ଚନାରେ ପ୍ରଥମେ ଗଣେଶଙ୍କୁ ଆବାହନ ନ କଲେ ପୂଜା ସଂପୂର୍ଣ୍ଣ ହୁଏ ନାହିଁ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ରହିଛି। ଘରେ ଗଣେଶଙ୍କ ମୂର୍ତ୍ତି ରଖି ପୂଜା କଲେ ବିଘ୍ନ ଖଣ୍ଡନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଗଣେଶଙ୍କୁ ଘରେ ରଖିବା ବେଳେ କେଉଁ କେଉଁ ଜିନିଷ ପ୍ରତି ସଜାଗ ରହିବା ଉଚିତ।

ଯଦି ଆପଣଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଚାହାନ୍ତି ତେବେ ଘରେ ଧଳା ରଂଗର ଗଣେଶ ମୂର୍ତ୍ତି ସ୍ଥାପନ କରନ୍ତୁ। ଧଳା ଗଣେଶଙ୍କୁ ପୂଜା କଲେ ଶାନ୍ତି ପ୍ରାପ୍ତ ହୋଇଥାଏ।

ଯଦି ଆପଣ ବ୍ୟକ୍ତିଗତ ଉନ୍ନତି ଚାହାନ୍ତି ତେବେ ସିନ୍ଦୂର ରଂଗର ଗଣେଶ ଘରେ ରଖି ପୂଜା କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।

publive-image

ଘରର ମଙ୍ଗଳ ପାଇଁ ବସିଥିବା ଗଣେଶଙ୍କ ମୁର୍ତ୍ତି ସ୍ଥାପନ କରନ୍ତୁ। ବସିଥିବା ଗଣେଶ ଘର ପାଇଁ ଶୁଭ ହୋଇଥାନ୍ତି ବୋଲି ପଣ୍ଡିତମାନେ ମତ ଦିଅନ୍ତି।

publive-image

ଯଦି ଆପଣ ନିଜର କର୍ମସ୍ଥଳରେ ଗଣେଶ ମୂର୍ତ୍ତି ରଖିବାକୁ ଚାହାନ୍ତି ତେବେ ଛିଡ଼ା ହୋଇଥିବା ଅବସ୍ଥାର ଗଣେଶ ରଖନ୍ତୁ। ଛିଡ଼ା ହୋଇଥିବା ଅବସ୍ଥାର ଗଣେଶ କାମ କରିବାକୁ ଶକ୍ତି ଦେଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

ଗଣେଶ ମୂର୍ତ୍ତି ଆଣିବା ବେଳେ ସେହି ମୂର୍ତ୍ତିରେ ଲଡୁ ଏବଂ ଗଣେଶଙ୍କ ବାହନ ମୂଷା ଥିବା ନିହାତି ଦରକାର। ସେ ଧରଣର ମୂର୍ତ୍ତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଆପଣଙ୍କ ପୂଜା ଘରେ ଗୋଟାଏ ମାତ୍ର ଗଣେଶ ମୂର୍ତ୍ତି ରଖନ୍ତୁ। ଗୋଟାଏ ସ୍ଥାନରେ ଏକାଧିକ ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ।

ସ୍ୱସ୍ତିକ ହେଉଛି ଗଣେଶଙ୍କ ପୂଜାର ସଂକେତ। ଯଦି ଆପଣଙ୍କ ଘରେ କିଛି ବିପଦ ନ ଆସୁ ବୋଲି ଚାହାନ୍ତି ତେବେ ଭଲ ମନ୍ଦ ଦିନମାନଙ୍କରେ ସ୍ୱସ୍ତିକ ନିଶ୍ଚୟ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe