କମ୍ ଖାଆନ୍ତୁ, କିଛି ନା କିଛି ବ୍ୟାୟାମ କରନ୍ତୁ: ଏଭରେଷ୍ଟ ବିଜୟୀ ଗଣେଶ ଚନ୍ଦ୍ର ଜେନା

Advertisment
ଆଜି ଏଭେରେଷ୍ଟ୍ ଦିବସ

ଭୁବନେଶ୍ବର : ‘‘କମ୍ ଖାଆନ୍ତୁ, ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟାୟାମ କରନ୍ତୁ, ମନୋବଳ ଓ ରୋଗ ପ୍ରତିରୋଧକ ଶକ୍ତିକୁ ପାହାଡ଼ଠାରୁବି ଉଚ୍ଚ ସ୍ତରକୁ ନିଅନ୍ତୁ। ସାମାଜିକ ଦୂରତା ରକ୍ଷା କରି ଲକ୍‌ଡାଉନ୍‌ ବେଳେ ଯଥା ସମ୍ଭବ ଖୁସି ଓ ଶାନ୍ତ ରୁହନ୍ତୁ, ଧୈର୍ଯ୍ୟବାନ ହୁଅନ୍ତୁ। ଯୋଗ, ପ୍ରାଣାୟମ କରନ୍ତୁ, ପରିବାର ସହ ସମୟ କଟାଇବାର ଭଲ ସୁଯୋଗ ଥିବାରୁ ଏହାକୁ ହାତଛଡ଼ା କରନ୍ତୁ ନାହିଁ, ଏଭଳି ଏକ କଠିନ ସମୟରେ ଯଥାସମ୍ଭବ ପରୋପକାର କରିବାକୁ ଭୁଲନ୍ତୁ ନାହିଁ।’’ ଏଭରେଷ୍ଟ ବିଜୟୀ ଗଣେଶ ଚନ୍ଦ୍ର ଜେନା ଓଡ଼ିଶା ତଥା ସମଗ୍ର ଭାରତବାସୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।

ଗଣେଶ ନିଜେ ସକାଳୁ ଉଠି ବୁଲା କୁକୁର ଓ ଜୀବଜନ୍ତୁଙ୍କୁ ଖାଇବାକୁ ଦେଉଛନ୍ତି। ସକାଳ ଓ ସଞ୍ଜରେ ସ୍କିପିଂ ଓ ରନିଂ ଭଳି ଶାରୀରିକ ଅଭ୍ୟାସ କରୁଛନ୍ତି। ଏଥିନେଇ ଗଣେଶ କୁହନ୍ତି ଯେ ସଂପ୍ରତି ଆମେ ଲକ୍‌ଡାଉନ୍‌ ପାଇଁ ଘର ବାହାରକୁ ବାହାରି ପାରିବା ନାହିଁ, ଏଣୁ ଘର ଛାତ ଓ ବାଲକୋନୀରେ ସ୍କିପିଂ, ମେକାନିକାଲ ସାଇକ୍ଲିଂ, ଦଣ୍ଡ ବୈଠକ କରି ପାରିବା। ଦୀର୍ଘ ବ୍ୟବଧାନ ପରେ ପଡ଼ିଆକୁ ଓହ୍ଲାଇବା ସହଜ ନଥିବାରୁ ପ୍ରତ୍ୟେକ ଦିନ ଘଣ୍ଟାଏରୁ ଦେଢ଼ ଘଣ୍ଟା ଶାରୀରିକ ଅଭ୍ୟାସ କରି ନିଜକୁ ଫିଟ୍ ରଖିବାକୁ ଗଣେଶ କ୍ରୀଡ଼ାବିତମାନଙ୍କୁ ବିଶେଷ ଭାବେ ଆହ୍ବାନ କରିଛନ୍ତି। ସରକାର ବଢ଼ାଇଥିବା ଲଗଡାଉନ ଅବଧିକୁ ସେ ସମର୍ଥନ କରିଛନ୍ତି। ସେହିଭଳି ବୁଲା ଜୀବଜନ୍ତୁଙ୍କୁ ନିଜ ଖାଦ୍ୟର ଅନ୍ତତଃ ୧୦ ପ୍ରତିଶତ ଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe