କେଉଁ ଗଣେଶଙ୍କୁ ପୂଜା କଲେ କି ଲାଭ ମିଳିଥାଏ ?

କେଉଁ ଗଣେଶଙ୍କୁ ପୂଜା କଲେ କି ଲାଭ ମିଳିଥାଏ ?

ଶ୍ୱେତାର୍କ ଗଣେଶ: ଶ୍ୱେତ ରଙ୍ଗର ଶ୍ରୀଗଣେଶଙ୍କ ମୂର୍ତ୍ତି ଅପାର ସୁଖ ସୌଭାଗ୍ୟ ପ୍ରଦାନକାରୀ ହୋଇଥାଏ। ଏହାଙ୍କୁ ପୂଜାର୍ଚ୍ଚନା କରିଲେ ମନୋବାଞ୍ଛିତ ଫଳ ମିଳିଥାଏ। ରବିବାର କିମ୍ବା ନିଜ ଜନ୍ମନକ୍ଷତ୍ରରେ ଆଙ୍ଗୁଳି ଆକାରର ଏହି ଗଣେଶ ପ୍ରତିମାଙ୍କୁ ପୂଜା କରିଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।
ଗୋମୟ ବା ଗୋବର ଗଣେଶ ମୂର୍ତ୍ତି:ହିନ୍ଦୁ ଧର୍ମ ସଂସ୍କୃତିରେ ଗୋମାତାଙ୍କୁ ମାତୃଶକ୍ତି ଓ ପବିତ୍ର ବୋଲି ଗ୍ରହଣ କରାଯାଇଛି। ଗାଈ ଓ ଗୋବରରେ ଲକ୍ଷ୍ମୀଙ୍କ ନିବାସ ରହିଛି ବୋଲି ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି। ଏହି କାରଣରୁ ଗୋବରରେ ନିର୍ମିତ ଗଣେଶ ମୂର୍ତ୍ତିକୁ ଘରେ ପୂଜାକଲେ ଅପାର ଧନଲାଭ ହୋଇଥାଏ।
କାଷ୍ଠ ନିର୍ମିତ ଗଣେଶ: ପ୍ରାକୃତିକ ଦୃଷ୍ଟିକୋଣରୁ ଓ ଧାର୍ମିକ ବିଚାରରେ ‘କାଷ୍ଠ’କୁ ଖୁବ୍‌ ପବିତ୍ର ବୋଲି କୁହାଯାଏ। ଏହି କାରଣରୁ କାଷ୍ଠନିର୍ମିତ ଗଣେଶଙ୍କ ମୂର୍ତ୍ତିଙ୍କୁ ଘରର ବାହାର କବାଟର ଉପର ଅଂଶରେ ସ୍ଥାପିତ କରି ପୂଜାର୍ଚ୍ଚନା କରାଗଲେ ଘରେ ମଙ୍ଗଳ ହୋଇଥାଏ ଏବଂ ଘରେ ଲକ୍ଷ୍ମୀବାସ କରନ୍ତି।

publive-image
ହରିଦ୍ରା ଗଣପତି:ହଳଦୀରେ ନିର୍ମିତ ଗଣପତିଙ୍କ ମୂର୍ତ୍ତି ମଧ୍ୟ ଖୁବ୍‌ ମଙ୍ଗଳକାରୀ ଓ କଲ୍ୟାଣକାରୀ ବୋଲି କୁହାଯାଏ। ବିଶେଷ କରି ଏହାକୁ ଲକ୍ଷ୍ମୀଙ୍କ ରୂପ ବୋଲି ସ୍ୱୀକାର କରାଯାଇଛି। ପୁରାଣରେ କଥିତ ଅଛି ଯେ ଧନଲକ୍ଷ୍ମୀ ପ୍ରଦାନକାରୀ ସ୍ୱର୍ଣ୍ଣ ଗଣେଶ ପ୍ରତିମାଙ୍କ ଅଭାବରେ ଏହି ହରିଦ୍ରା ଗଣପତିଙ୍କୁ ପୂଜା କରିଲେ ମଧ୍ୟ ଅନୁରୂପ ସଫଳ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe