Advertisment

ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠି ସପରିବାର ପୂଜା ପାଆନ୍ତି ଗଣେଶ ଭଗବାନ

Advertisment
ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠି ସପରିବାର ପୂଜା ପାଆନ୍ତି ଗଣେଶ ଭଗବାନ

ଆପଣ ଗଣେଶ ଭଗବାନଙ୍କ ପୂରା ପରିବାରକୁ ଜାଣନ୍ତି କି? ଗଣେଶ ମନ୍ଦିରେ ଆଉ କାହାକୁ କେବେ ପୂଜା ହେବାର ଦେଖିଛନ୍ତି? ଆଦ୍ୟ ପୂଜ୍ୟ ଗଣେଶ ଭଗବାନଙ୍କ ମନ୍ଦିର ଦେଶର ଅନେକ ସ୍ଥାନରେ ରହିଛି। ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧିଙ୍କ ସହ ବି ଅନେକ ସ୍ଥାନରେ ତାଙ୍କର ପ୍ରତିମା ଦେଖିବାକୁ ମିଳିଛି। ମାତ୍ର ଗୁଜୁରାଟରେ ଏକ ଏପରି ମନ୍ଦିର ରହିଛି ଯେଉଁଠାରେ ତାଙ୍କର ପୂରା ପରିବାର ଅଛନ୍ତି। କେବଳ ନାହାନ୍ତି, ପୂଜା ବି ହଉଛନ୍ତି। ଗଣେଶଙ୍କ ପରିବାର କହିଲେ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧି, ଝିଅ ସନ୍ତୋଷୀ, ଦୁଇ ପୁଅ ଶୁଭ-ଲାଭ, ଦୁଇ ନାତି କ୍ଷେମ ଏବଂ କୁଶଲ।

publive-image

ଆପଣ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଗୁଜୁରାଟର ବନାଶକାଂଟ ଜିଲ୍ଲାରେ ଅମ୍ବାଜୀ ତୀର୍ଥ ଅଛି। ଏଠାରେ ମାଆ ଅମ୍ବାଙ୍କ ଭବ୍ୟ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିର ପରିସରରେ ସହ କୁଟୁମ୍ବ ସିଦ୍ଧି ବିନାୟକ ମନ୍ଦିର ରହିଛି। ଏଠାରେ ଗଣେଶଜୀ ନିଜର ପୂରା ପରିବାର ସହ ବିରାଜମାନ। ମନ୍ଦିରର ପୂଜାରୀ ମୁକେଶ ଭାଇଙ୍କ କହିବା ଅନୁଯାୟୀ, ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ଗଣେଶ ଭଗବାନଙ୍କ ପୂରା କୁଟୁମ୍ବ ପୂଜା ପାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe