କାହିଁକି ଘରେ ଗଙ୍ଗାଜଳ ରଖାଯାଇଥାଏ ?

କାହିଁକି ଘରେ ଗଙ୍ଗାଜଳ ରଖାଯାଇଥାଏ ?

ହିନ୍ଦୁମାନଙ୍କ ଘରେ ଗଙ୍ଗାଜଳ ତ ନିଶ୍ଚିତଭାବେ ରଖାଯାଇଥାଏ। କାରଣ ଏହା ଅତି ପବିତ୍ର। ଏହାର ପ୍ରୟୋଗ ବିଭିନ୍ନ ଅଶୌଚ ସମୟରେ କରାଯାଇଥାଏ। ଗଙ୍ଗାମାତା ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ଏହା ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ ବିନାଶକ ଅଟେ। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି କୁହାଯାଏ।ଠିକ୍‌ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ,ଠିକ୍‌ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ।

publive-image

ଯେଉଁମାନେ ଶହ ଶହ କିଲୋମିଟର ଦୂରରୁ ମଧ୍ୟ ଗଙ୍ଗା ଗଙ୍ଗା ବୋଲି ଡ଼ାକନ୍ତି,ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତ କରିଥା’ନ୍ତି। ଭଗବତୀ ଗଙ୍ଗା ଉଦ୍‌ଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ।ପାପୀଠୁଁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe