ଜାଣନ୍ତୁ ଗଙ୍ଗାମାତାଙ୍କର ମହିମା

Advertisment
ଜାଣନ୍ତୁ ଗଙ୍ଗାମାତାଙ୍କର ମହିମା

photo-youtube

ଭାରତବର୍ଷରେ ଯେତେ ନଦୀ ପ୍ରବାହିତ ସେମାନଙ୍କ ମଧ୍ୟରୁ ସବୁଠୁ ଲୋକପ୍ରିୟ ହେଉଛି ଗଙ୍ଗା ନଦୀ। ଏହା ଭାରତବର୍ଷର କେବଳ ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ଏହା ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ ବିନାଶକରିଥାଏ ବୋଲି କୁହାଯାଏ। ଏଥିପାଇଁ ହିନ୍ଦୁମାନଙ୍କ ଘରେ କୌଣସି ଅପବିତ୍ର କାମ ସରିବା ପରେ ଘରେ ସର୍ବତ୍ର ଗଙ୍ଗା ଜଳ ସିଞ୍ଚନ କରାଯିବାର ବିଧି ରହିଛି। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି କୁହାଯାଏ। ଠିକ୍‌ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ,ଠିକ୍‌ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ।

publive-image photo-youtube

ଯେଉଁମାନେ ଶହ ଶହ କିଲୋମିଟର ଦୂରରୁ ମଧ୍ୟ ଗଙ୍ଗା ଗଙ୍ଗା ବୋଲି ଡ଼ାକନ୍ତି,ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତ କରିଥା’ନ୍ତି। ଭଗବତୀ ଗଙ୍ଗା ଉଦ୍‌ଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ।ପାପୀଠୁଁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ।ଅନେକ ଭକ୍ତ କେବଳ ଗଙ୍ଗା ମାତାଙ୍କ ଆରତୀ ଦେଖିବାଲାଗି ହରିଦ୍ୱାର ଏବଂ ବାରାଣାସୀ ଆସିଥାନ୍ତି। କୁହାଯାଏ ଯେ ଏହି ଆରତୀ ଦଶନ କରିଲେ ମୋକ୍ଷ ପ୍ରାପ୍ତ ହୋଇଥାଏ। ପ୍ରତ୍ୟେକ ହିନ୍ଦୁ ଗଙ୍ଗାଙ୍କୁ ଭଗବାନ୍‌ ମନେ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe