ଗୟା: ବିହାରର ଗୟା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଶୋଇଥିବା ବେଳେ ଜଣେ ଶିଶୁକନ୍ୟା ବେକରେ ସାରାରାତି ନାଗ-ନାଗୁଣୀଗୁଡ଼ାଇ ହୋଇ ବସିରହିଥିଲେ। ଶିଶୁକନ୍ୟାଙ୍କ ବାପାଙ୍କ ଉପସ୍ଥିତ ବୁଦ୍ଧି ହେତୁ କୌଣସି ପ୍ରକାର ଅଘଟଣ ଘଟିନାହିଁ। ଶିଶୁ ଜଣକ ସୁରକ୍ଷିତ ଅଛନ୍ତି।
ଫତେପୁର ବ୍ଲକର ଜାମହେଟା ଗାଁରେ ରାଜୁ କୁମାର ତାଙ୍କ ପରିବାର ସହିତ ବସବାସ କରନ୍ତି। ଗତକାଲି ରାତିରେ ରାଜୁ କୁମାରଙ୍କ ୧୦ବର୍ଷର ଝିଅ ସାଲୋନି କୁମାରୀ ଖାଇପିଇ ଶୋଇବାକୁ ଯାଇଥିଲେ। ଗଭୀର ନିଦ ହୋଇଯାଇଥିବା ବେଳେ ଶିଶୁ ବେକରେ ନାଗ-ନାଗୁଣୀ ଆସି ଗୁଡ଼ାଇ ହୋଇଯାଇଥିଲେ। ଏକଥା ନା ଶିଶୁ ଜାଣିପାରିଥିଲେ ନା କି ତାଙ୍କ ପରିବାରବର୍ଗ।
ରାତି ପାହି ସକାଳ ହେବାପରେ ଝିଅକୁ ଘରଲୋକ ଉଠାଇବାକୁ ଯାଇଥିବା ସମୟରେ ସେଠାକାର ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ବାପା ରାଜ କୁମାର ଜାଣିବା ପରେ ଭୟ ନକରି ଝିଅପାଖକୁ ଦୌଡ଼ି ଯାଇ ନିଜ ଜୀବନକୁ ବାଜି ଲଗାଇ ଦୁଇବିଷାକ୍ତ ସାପଙ୍କ ମୁହଁକୁ ଧରି ଝିଅ ବେକରୁ ଘୋଷାଡ଼ି ଆଣିଥିଲେ। ଆଉ ସାପ ଦୁଇଟିକୁ ଛେଚିଛେଚି ମାରି ଦେଇଥିଲେ।
ଝିଅକୁ ସାପ କବଳରୁ ଉଦ୍ଧାର କରି ରାଜ କୁମାର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୌଭାଗ୍ୟବଶତଃ ସାରାରାତି ଶିଶୁକନ୍ୟାଙ୍କ ବେକରେ ଦୁଇ ବିଷାକ୍ତ ସାପ ଗୁଡ଼ାଇ ହୋଇରହିଥିଲେ ସୁଦ୍ଧା କୌଣସିଚ ପ୍ରକାର ଦଂଶନ କି ଆଘାତ ପହଞ୍ଚାଇ ନାହାନ୍ତି। ବର୍ତ୍ତମାନ ସଲୋନି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
Follow Us