ଏଣିକି ମେଡିସିନ ଦୋକାନରେ ଜେନେରିକ ଔଷଧ ନ ରଖିଲେ ରଦ୍ଦ ହେବ ଲାଇସେନ୍ସ!

Advertisment
ଏଣିକି ମେଡିସିନ ଦୋକାନରେ ଜେନେରିକ ଔଷଧ ନ ରଖିଲେ ରଦ୍ଦ ହେବ ଲାଇସେନ୍ସ!

ରୋଗୀମାନଙ୍କୁ ଶସ୍ତାରେ ଔଷଧ ଯୋଗାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ମେଡିସିନ ଦୋକାନରେ ଜେନେରିକ ଔଷଧ ରଖିବା ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଏଣିକି ମେଡିସିନ ଦୋକାନରେ ଜେନେରିକ ଔଷଧ ନ ରଖିଲେ ରଦ୍ଦ ହେବ ଲାଇସେନ୍ସ। ଏଥିପାଇଁ ଏକ ନୂତନ ନିୟମ ଆଣୁଛନ୍ତି ସରକାର। ଖୁବ୍‌ଶୀଘ୍ର ଏହା ସମଗ୍ର ଦେଶରେ ଲାଗୁହେବାକୁ ଯାଉଛି।

ଆଉ ମାତ୍ର ୩ ମାସ ପରେ ଯେକୌଣସି ନାମୀ କମ୍ପାନୀର ମହଙ୍ଗା ଔଷଧ କିଣିବା ଆପଣଙ୍କ ପାଇଁ ବାଧ୍ୟତାମୂଳକ ହେବନାହଁ। ଆପଣ ଶସ୍ତାରେ ମେଡ଼ିସିନ ଷ୍ଟୋର ମାଲିକକୁ ଜେନେରିକ ଔଷଧ ପାଇଁ ଦାବି କରିପାରିବେ। ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନଥିଲା। ଅନେକ ଅସୁବିଧା ଥିଲେ ମଧ୍ୟ ରୋଗୀଙ୍କୁ ମେଡ଼ିସିନ୍‌ କିଣିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ୁଥିଲା। ଦାମୀ ଔଷଧ କିଣି କିଣି ଲୋକେ ତଳିତଳାନ୍ତି ହୋଇପଡ଼ୁଥିଲେ। ତେବେ ଆଗକୁ ଆଉ ଏପରି ଅସୁବିଧା ଭୋଗିବା ପାଇଁ ପଡ଼ିବ ନାହିଁ। ରୋଗୀଙ୍କୁ ଶସ୍ତାରେ ଔଷଧ ଯୋଗାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ମେଡ଼ିସିନ ଦୋକାନରେ ଜେନେରିକ ଔଷଧ ରଖିବା ବାଧ୍ୟତାମଳୂକ ବୋଲି କରିବାପାଇଁ ଯାଉଛନ୍ତି। ଏଥିପାଇଁ ୩ ମାସ ଭିତରେ ନିୟମ ପ୍ରଣୟନ ହେବ।

publive-image

ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ମିଳିବା ପରେ ୧୨ ଜୁନରେ ଏ ସମ୍ବନ୍ଧରେ ସମସ୍ତ ରାଜ୍ୟରେ ଆଡ଼ଭାଇଜରି ଜାରି ହୋଇସାରିଛି। ଆଡ଼ଭାଇଜରିରେ କୁହାଯାଇଛି ସମସ୍ତ ଦୋକାନରେ ଜେନେରିକ ମେଡ଼ିସିନ୍‌ ରଖିବା ବାଧ୍ୟତାମୂଳକ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଦେଶରେ ବିଗତ ୪ବର୍ଷ ଭିତରେ ୩୨୦୦ ନୂଆ ଜେନେରିକ ଔଷଧ ଦୋକାନ ଆରମ୍ଭ ହୋଇଛି। ଏହା ପୂର୍ବରୁ ୪୦୦ଟି ମେଡ଼ିସିନ ଦୋକାନ ଥିଲା। ଜେନେରିକ ଔଷଧ ପାଇଁ ଏବେ ସମସ୍ତ ମେଡ଼ିସିନ୍‌ ଦୋକନାରେ ଔଷଧ ରଖିବା ଅନିବାର୍ଯ୍ୟ। ଏବେ ଆଉ କୌଣସି ମାଲିକ ଜେନେରିକ୍‌ ମେଡ଼ିସିନ ରଖିବା ପାଇଁ ମନା କରିପାରିବେ ନାହିଁ। ଯଦି ଏପରି କରନ୍ତି ତେବେ ତାଙ୍କ ଲାଇସେନ୍‌ସ ରଦ୍ଦ କରିଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe