ମାଲିକଙ୍କ ଛୁଆକୁ ବଞ୍ଚାଇବା ପାଇଁ ବାଲକୋନିରୁ ତଳକୁ ଡେଇଁ ପଡ଼ିଲା ପୋଷାକୁକୁର

ମାଲିକଙ୍କ ଛୁଆକୁ ବାରବୁଲା କୁକୁର ଆକ୍ରମଣରୁ ବଞ୍ଚାଇବା ପାଇଁ ବାଲକୋନିରୁ ତଳକୁ ଡେଇଁ ପଡ଼ିଲା ପୋଷାକୁକୁର। ଘରେ ଲାଗିଥିବା ସିସିଟିଭିରେ କୈଦ‌ ହେଲା କୁକୁର ମାଲିକଙ୍କ ପ୍ରତି ଥିବା ଭଲପାଇବା।

New Project (18)

ନୂଆଦିଲ୍ଲୀ: ପଶୁପକ୍ଷୀଙ୍କ ମଣିଷ ପ୍ରତି ସ୍ନେହ ମଣିଷର ପଶୁପକ୍ଷୀଙ୍କ ପ୍ରତି ଥିବା ପ୍ରେମକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯାହାକୁ ଲୋକେ ବି ଖୁବ ପସନ୍ଦ କରିଛନ୍ତି।

ପ୍ରାୟତଃ ଲୋକମାନେ ପୋଷାପଶୁଙ୍କ ମଧ୍ୟରୁ ବିଭିନ୍ନ ପ୍ରଜାତିର କୁକୁରକୁ ଘରେ ପାଳି ଥାଆନ୍ତି। ଏ କୁକୁରମାନେ ବି ମାଲିକଙ୍କ ପାଇଁ ପରିବାରର ସଦସ୍ୟ ଭଳି ହୋଇଯାଇଥିଆନ୍ତି। ସେହିପରି ମାଲିକ ତଥା ତାଙ୍କ ପରିବାର ପ୍ରତି ଯଦି କେତେବେଳେ ବିପଦ ଆସିଥାଏ ତେବେ କୁକୁର ତାର ଜୀବନ ଦେବାକୁ ପଛାଇ ନଥାଏ। 

ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କିଛି ଛୋଟପିଲାମାନେ ଘରପାଖରେ ଖେଳୁଛନ୍ତି। ଏହି ସମୟରେ ତାଙ୍କୁ କିଛି କୁକୁର କାମୁଡ଼ିବା ପାଇଁ ଦୌଡ଼ାଉଛନ୍ତି। ଏ ଦୃଶ୍ୟ ଦେଖି ବାଲକୋନିରେ ବସିଥିବା ପୋଷାକୁକୁର ଆଗପଛ କିଛି ବିଚାର ନକରି ମାଲିକଙ୍କ ଛୁଆ ସମେତ ଅନ୍ୟ ଛୁଆଙ୍କୁ ବାରବୁଲା କୁକୁର ଆକ୍ରମଣରୁ ରକ୍ଷା କରିବା ପାଇଁ ବାଲକୋନିରୁ ତଳକୁ ଡେଇଁ ପଡ଼ୁଛି। ଏହି ଘଟଣାଟି ଋଷିକେଶରେ ଘଟିଥିବାା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe