ଜୋମାଟୋରୁ ଅର୍ଡର ବାତିଲ କରିବା ପରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆକାଉଣ୍ଟରୁ କଟିଗଲା ୯୧,୦୦୦ଟଙ୍କା

Advertisment
ଜୋମାଟୋରୁ ଅର୍ଡର ବାତିଲ କରିବା ପରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆକାଉଣ୍ଟରୁ କଟିଗଲା ୯୧,୦୦୦ଟଙ୍କା

oneindia.com

ଗାଜିଆବାଦ୍: ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଜୋମାଟୋରୁ କାଠି ରୋଲ ଓ ରୁମାଲି ରୁଟି ଅର୍ଡର କରିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଅର୍ଡର ବାତିଲ କରିବା ପରେ ପରେ ତାଙ୍କ ଆକାଉଣ୍ଟରୁ ୯୧,୦୦୦ଟଙ୍କା କଟିଯିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ଛାତ୍ର୍ର ଗାଜିଆବାଦ୍ ଲିଙ୍କ୍ ରୋଡରେ ଥିବା ପୁଲିସ ଷ୍ଟେସନରେ ଅଭିଯୋଗ କରିିଛନ୍ତି। ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ।

ଗାଜିଆବାଦର ରାମପ୍ରସ୍ଥ କଲୋନିରେ ରୁହନ୍ତି ଇଞ୍ଜିନିୟରିଂ ଛାତ୍ର ସିଦ୍ଧାର୍ଥ ବଂସଲ। ରବିବାର ଅପରାହ୍ନ ୩ଟାରେ ସିଦ୍ଧାର୍ଥ ଜୋମାଟୋରୁ ଖାଇବା ଅର୍ଡର କରିବା ସହ ପେଟିଏମ୍ ଜରିଆରେ ୧୪୨ଟଙ୍କା ଦେଇଥିଲେ। କିଛି ଘଣ୍ଟା ବିତିବା ପରେ ଖାଦ୍ୟ ଡେଲିଭର ନ ହେବାରୁ ସେ ଆପ ଚେକ୍ କରିଥିଲେ। ମାତ୍ର ତାଙ୍କ ଅର୍ଡରକୁ ବାତିଲ କରି ଦିଆଯାଇଥିବା ଜାଣି ସିଦ୍ଧାର୍ଥ ଟଙ୍କା ଫେରସ୍ତ ପାଇଁ କଷ୍ଟମର କେୟାରକୁ ଫୋନ କରିଥିଲେ। କିନ୍ତୁ କଥା ହୋଇ ପାରି ନ ଥିଲା।

ऑर्डर बुक कर Paytm से दिए 142 रुपए oneindia.com

ଏହା ପରେ ଏକ ନମ୍ବରରୁ ଫୋନ ଆସିବା ସହ ଯୁବକଜଣଙ୍କ ନିଜକୁ ଜୋମାଟୋର ପ୍ରତିନିଧି ବୋଲି କହି ଆକାଉଣ୍ଟର ବିବରଣୀ ମାଗିଥିଲେ। ସିଦ୍ଧାର୍ଥ ବିବରଣୀ ଦେଉଥିବା ସମୟରେ ତାଙ୍କ ଆକାଉଣ୍ଟରୁ ତୁରନ୍ତ ୪୦ହଜାର ଟଙ୍କା କଟି ଯାଇଥିଲା। ଫୋନକୁ ଆସିଥିବା ମେସେଜ ଦେଖି ସିଦ୍ଧାର୍ଥ ଫୋନ ରଖି ଦେବା ପରେ ମଧ୍ୟ ତାଙ୍କ ଆକାଉଣ୍ଟରୁ ସର୍ବମୋଟ ୯୧,୩୦୦ଟଙ୍କା କଟି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe